୯୧% ମାର୍କ ରଖିଛି ପୁଅ, ମାଆର ଗୋଡ ଆଉ ଲାଗୁନି ତଳେ

ପୁଅ ମ୍ୟାଟ୍ରିକରେ ଟପ୍ପର ହେଇଛି ମା ମନ କଣ ଆଉ ଥୟ ଧରିବ । ପୂରା ଖୁସି, ଆଉ ସେହି ଖୁସି ଭିତରେ ଭାବୁଛନ୍ତି ତା ବାପା ଆମକୁ ଛାଡି ଯିବା ପରେ ତାର ସବୁ ଦାୟିତ୍ୱ ମୋ କାନ୍ଧ ଉପରେ ଥିଲା।

କଟକ (କେନ୍ୟୁଜ) : ଖୁସିରେ ମାଆର ଗୋଡ ତଳେ ଲାଗୁନି । ଖୁସିିରେ ବୁଲି ବୁଲି ସମସ୍ତଙ୍କ ମିଠା ବାଣ୍ଟୁଛନ୍ତି । ପୁଅକୁ ବି ଖୁଆଇ ଦେଉଛନ୍ତି । ଆଉ ମନେ ମନେ ଭାବୁଛନ୍ତି ଆଜି ମୋ ପୁଅ ମୋ ମାନ ରଖିଛି, ମୋ ଲାଳନ ପାଳନର ମହତ୍ତ୍ୱ ରଖିଛି । ପୁଅ ମ୍ୟାଟ୍ରିକରେ ଟପ୍ପର ହେଇଛି ମା ମନ କଣ ଆଉ ଥୟ ଧରିବ । ପୂରା ଖୁସି, ଆଉ ସେହି ଖୁସି ଭିତରେ ଭାବୁଛନ୍ତି ତା ବାପା ଆମକୁ ଛାଡି ଯିବା ପରେ ତାର ସବୁ ଦାୟିତ୍ୱ ମୋ କାନ୍ଧ ଉପରେ ଥିଲା। ଆଜି ତା ବାପା ଉପରେ ଥାଇ ତାର ସଫଳତାକୁ ନିଶ୍ଚୟ ଦେଖୁଥିବେ। ତାଙ୍କର ଭାରି ଇଚ୍ଛା ଥିଲା ସେ ଭଲ ପଢିବ ବଡ଼ ମଣିଷ ହେବ। ଆଜି ମୋ ପୁଅ ମାଟ୍ରିକ ପରୀକ୍ଷାରେ ୯୦ ଶତକଡାରୁ ଅଧିକ ରଖି ତା ଲକ୍ଷ୍ୟ ପଥରେ ଅଗ୍ରସର ହେଉଛି। ଆଜି ତାର ଜେଜେ ବହୁତ ଖୁସି ତା ମାଉସୀ ମଧ୍ୟ ବହୁତ ଖୁସି ତାର ସଫଳତାରେ ।

ହଁ ଆଜ୍ଞ କଟକ ବାଲିସାହିର ପ୍ରୀତମ ରାୟ, ମାଟ୍ରିକ ପରୀକ୍ଷାରେ ୯୧ ଶତକଡା ମାର୍କ ରଖି ସ୍କୁଲ ଓ ପରିବାର ପାଇଁ ଖୁସି ଆଣି ଦେଇଛନ୍ତି । ପ୍ରୀତମଙ୍କ ବାପା ପ୍ରଦୀପ ରାୟଙ୍କର ତିନି ବର୍ଷ ତଳେ ହାର୍ଟ ଆଟାକରେ ବିୟୋଗ ହୋଇଥିଲା। ବାପାଙ୍କ ପରଲୋକ ପରେ ମା ସସ୍ମିତା ରାୟ ପ୍ରୀତମଙ୍କୁ ପାଠ ପଢିବା ଠାରୁ ନେଇ ସବୁ କ୍ଷେତ୍ରରେ ବାପା ମାଆ ଉଭୟଙ୍କ ସାହାଯ୍ୟ ସହଯୋଗ ସହ ପାଠ ପଢିବା ପାଇଁ ଉତ୍ସାହିତ କରି ଆସୁଛନ୍ତି। ଆଜି ପ୍ରୀତମଙ୍କ ସଫଳତା ପରେ ମା ସସ୍ମିତା ଓ ପ୍ରୀତମଙ୍କ ଜେଜେ ବହୁତ ଖୁସି।

ପ୍ରୀତମ ଙ୍କ ଜେଜେଙ୍କର ଖୁସି ତ କହିଲେ ନସରେ । ନାତି ଏତେ ମାର୍କ ରଖିଦେଇଛି ସେଥିପାଇଁ କହୁଛନ୍ତି ମୁଁ ଆଜି ବହୁତ ଖୁସି । ତେବେ ପ୍ରୀତମ କୁହନ୍ତି ମୋ ପରିଶ୍ରମର ଫଳ ପାଇଛି । ପ୍ରତ୍ୟେକ ଦିନ ସ୍କୁଲ ଓ କୋଚିଂ ପରେ ରାତି ୧ ଟା ପର୍ଯ୍ୟନ୍ତ ବସି ପଢେ। ପ୍ରତ୍ୟେକ ବିଷୟକୁ ସମାନ ଗୁରୁତ୍ୱ ଦିଏ। ଆଜି ମୋର ଏ ସଫଳତା ମୋ ମା ଓ ମୋ ଗୁରୁଙ୍କ ପାଇଁ । ବାପା ତିନି ବର୍ଷ ତଳେ ଆମକୁ ଛାଡି ଚାଲିଯିବା ପରେ ବାପାଙ୍କ କଥା ବହୁତ ମନେ ପଡେ। ହେଲେ ବାପାଙ୍କ ଅଭାବ ମା ଆଖିରେ ଓ ମୋ ମନ ଭିତରେ ରଖି ପାଠ ପଢେ। ଆଜି ମୁଁ ଭଲ ମାର୍କ ରଖିଛି । ବାପା ଥିଲେ ବହୁତ ଖୁସି ହେଇଥାନ୍ତେ । ଆଉ ଆଗାମୀ ଦିନରେ ବି ଏଇ ଭଳି ଭଲ ପଢିବି ଓ ଆଇଏସ ହେବା ପାଇଁ ଚେଷ୍ଟା କରିବି।

ଭଲ ପଢି ଆଇଏଏସ ଅଫିସର ହେବି ଆଉ ମୋ ବାପା ଉପରେ ଥାଇ ମୋତେ ଦେଖିବେ ଓ ମା ମଧ୍ୟ ବହୁତ ଖୁସି ହେବ । ମୁଁ ବହୁତ ପରିଶ୍ରମ କରି ଆଗାମୀ ଦିନରେ ସବୁ ପରୀକ୍ଷାରେ ଭଲ କରିବି ବୋଲି କୁହନ୍ତି ପ୍ରୀତମ ।

Leave A Reply

Your email address will not be published.