ସରିଲା ବାଣପୁର ଆନ୍ତର୍ଜାତୀୟ ଆଦିବାସୀ ଯୁବ ସାଂସ୍କୃତିକ ମହୋତ୍ସବ

ବାଲୁଗାଁ (କେନ୍ୟୁଜ) : ସରିଲା ବାଣପୁରର ଆନ୍ତର୍ଜାତୀୟ ଆଦିବାସୀ ଯୁବ ସାଂସ୍କୃତିକ ମହୋତ୍ସବ । ଖୋର୍ଦ୍ଧା ଜିଲ୍ଲା ବାଣପୁର ଐତିହାସିକ ପଲଟଣ ପଡ଼ିଆରେ ଗତ ୮ତାରିଖରୁ ଏକତା ପରିଷଦ ଟ୍ରଷ୍ଟ, ବାଣପୁର ପ୍ରୋଜେକ୍ଟ ପଏଣ୍ଟ ମିଳିତ ଆନୁକୂଲ୍ୟରେ ଏହି ଆନ୍ତର୍ଜାତୀୟ ଆଦିବାସୀ ଯୁବ ସାଂସ୍କୃତିକ ମହୋତ୍ସବ ଉଦଘାଟିତ ହୋଇଥିଲା । ଯାହା ଗତକାଲି ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି । ଏହା ତିନି ଦିନ ଧରି ତଥା ୮, ୯ ଓ ୧୦ ତାରିଖ ପର୍ଯ୍ୟନ୍ତ ଚାଲିଥିଲା ।  ପ୍ରାରମ୍ଭରେ ପ୍ରୋଜେକ୍ଟ ପଏଣ୍ଟ ଅଧକ୍ଷ ଡକ୍ଟର ସଂଗ୍ରାମ କେଶରୀ ସାମନ୍ତରାୟ ସୂଚନା ଦେବା ପରେ ଏକତା ପରିଷଦ ଟ୍ରଷ୍ଟର ମ୍ୟାନେଜିଙ୍ଗ ଟ୍ରଷ୍ଟି ସନ୍ଧ୍ୟାଦେବୀ ଉତ୍ସବର ଆଭିମୁଖ୍ୟ ପ୍ରକାଶ କରିଥିଲେ ।

ବାଣପୁରରେ ଗତ ୨୦ବର୍ଷ ହେଲାଣି ଏହି ଏକତା ପରିଷଦ ଟ୍ରଷ୍ଟ କାମ କରି ଆସୁଥିବାବେଳେ, କିପରି ଏହି ଅଞ୍ଚଳରେ ଥିବା ନୀଳାଦ୍ରି, ଦାମିଆ ବରବରା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ସଂସ୍କୃତି ଓ କଳାକୁ  ଓଡିଶା ବାହାରେ ଓ ବିଶ୍ୱସ୍ତରୀୟ ହେବ ସେଥିପାଇଁ ବାଣପୁରରେ ଏହି ଉତ୍ସବଟି ପାଳନ କରାଯାଇଛି ବୋଲି ଟ୍ରଷ୍ଟର କର୍ମକର୍ତା କହିଛନ୍ତି ।

ଏହି ମହୋତ୍ସବରେ ଦେଶ ବିଦେଶରୁ ବହୁ କଳାକାର ମାନେ ଏଠାକୁ ଆସି ନିଜ ନିଜର କଳା ପରିଦର୍ଶନ କରିଥିଲେ । ଆଉ ପ୍ରତି ଦିନ ସନ୍ଧ୍ୟା ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । ଯାହାକି ଆଖ ପାଖ ଅଞ୍ଚଳରୁ ବହୁ ଲୋକମାନଙ୍କର ଭିଡ଼ ଦେଖିବାକୁ ମିଳୁଥିଲା । ଏହି ଉତ୍ସବଟି ବାଣପୁର ଅଞ୍ଚଳରେ ହେଉଥିବା ହେତୁ ସାଧାରଣ ଲୋକେ ଖୁସି ହୋଇଥିବା ସହିତ ବାହାର ରାଜ୍ୟରୁ ଆସିଥିବା କଳାକାର ଓ ଅତିଥି ମାନେ ଖୁସିଥିବା ଦେଖିବାକୁ   ମିଳିଥିଲା ।

ଶେଷ ଦିନରେ ପ୍ରୋଜେକ୍ଟ ପଏଣ୍ଟ ଅଧକ୍ଷ ଡକ୍ଟର ସଂଗ୍ରାମ କେଶରୀ ସାମନ୍ତରାୟ ଓ ଏକତା ପରିଷଦ ଟ୍ରଷ୍ଟର ମ୍ୟାନେଜିଙ୍ଗ ଟ୍ରଷ୍ଟି ସନ୍ଧ୍ୟା ଦେବୀଙ୍କ ସହିତ, ମୁଖ୍ୟ ଅତିଥି ଭାବରେ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ର ଅଧ୍ୟକ୍ଷ ମିଟୁ ନାୟକ, ଚାଇନିସ ବୁଦ୍ଧିଷ୍ଟ ମନ୍ଦିର ଟ୍ରଷ୍ଟ ନାଳନ୍ଦା ବିହାର ସଭାପତି ଡକ୍ଟର ଧମାରତନ,ଡକ୍ଟର ପଙ୍କଜ କୁମାର ଜାଲାଙ୍କ ସହିତ ବହୁ ଅତିଥି ଗଣ ଯୋଗଦେଇଥିଲେ ।

ସମସ୍ତ ଅତିଥି ବାଣପୁର ମାଟି କୁ ପ୍ରଶଂସା କରିବା ସହିତ କିପରି ଆଦିବାସୀ ମାନଙ୍କ ମୌଳିକ ଅଧିକାର ସେମାନଙ୍କ ପାଖରେ ଠିକ ଭାବରେ ପହଞ୍ଚିବ ସେହି ଦିଗରେ ଗୁରୁତ୍ୱ ଦେବା ପାଇଁ ମତ ରଖିଥିଲେ । ସନ୍ଧ୍ୟାରେ ବିଭିନ୍ନ ରାଜ୍ୟରୁ ଆସିଥିବା ତଥା ଗୁଜରାଟ, ତ୍ରିପୁରା, ଓଡ଼ିଶା, ପଣ୍ଡିଚେରୀ, ମହାରାଷ୍ଟ୍ର, ହିମାଚଳ ପ୍ରଦେଶ ଓ ବିହାର ରୁ ବିଭିନ୍ନ ଲୋକନୃତ୍ୟ ଓ ଶାସ୍ତ୍ରୀୟ ନୃତ୍ୟ ପରିବେଷଣ କରାଯାଇଥିଲା ।

Leave A Reply

Your email address will not be published.