ଅସ୍ତରଙ୍ଗ ଜାହାନିଆରେ ଜମିଥିଲା ହଜାର ହଜାର ପର୍ଯ୍ୟଟକଙ୍କ ଭିଡ, ଝାଉଁ ଜଙ୍ଗଲରେ ମଜା କହିଲେ ନସରେ

କାକଟପୁର(କେନ୍ୟୁଜ): ଓଡ଼ିଶାର ପାରମ୍ପରିକ ପର୍ବ ରଜ । ଏଥିପାଇଁ ଗାଁ ଠାରୁ ସହର ସବୁଠାରେ ଖୁସିର ମାହୋଲ ଦେଖିବାକୁ ମିଳିଥିଲା । କର୍ମମୟ ଜଞ୍ଜାଳ ଭିତରୁ ଲୋକମାନେ ଟିକିଏ ଫୁରୁସତ ପାଇ ଏହି ରଜ ତିନି ଦିନକୁ ଖୁବ ଧୂମ ଧାମ ସହକାରେ ପାଳନ କରିଥାନ୍ତି।

ତେବେ ସହର ଠାରୁ ଗାଁର ରଜ ମଜା ଟିକେ ନିଆରା ଅନୁଭୂତି ଦେଇଥାଏ । ସେଥିପାଇଁ ରଜ ସମୟରେ ସହରୀ ଚାକଚକ୍ୟ ଭିତରେ ରହୁଥିବା ମଣିଷ ମାନେ ରଜ ପାଳନ କରିବାକୁ ଧାଇଁ ଆସନ୍ତି ଗାଁର ପରିବେଶକୁ । ଗତକାଲି ଥିଲା ରଜ ପର୍ବର ଶେଷ ଦିନ । ରଜର ଶେଷ ଦିନକୁ ଦିନକୁ ଭୂମିଦହନ ବା ଶେଷ ରଜ ଭାବରେ ଲୋକମାନେ ପାଳନ କରିଥାନ୍ତି । ଶେଷ ରଜରେ ପିଠା ପଣା ସାଙ୍ଗକୁ ବୁଲାବୁଲି କରିବାର ମଜା ନେଇଥାନ୍ତି ।

ତେବେ ଶେଷ ରଜରେ ଅସ୍ତରଙ୍ଗ ନିକଟ ପିର ଜାହାନିଆ ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳିଥିଲା । ବିଭିନ୍ନ ସ୍ଥାନରୁ ଆସିଥିବା ପର୍ଯ୍ୟଟକମାନେ ଝାଉଁ ଜଙ୍ଗଲରେ ବଣ ଭୋଜି କରିବା ସହିତ ସମୁଦ୍ରରେ ଗାଧୋଉଥିବା ଦେଖିବାକୁ ମିଳିଥିଲା ।

ରଜ ଅବସରରେ ପିକନିକ ମନାଇବା ପାଇଁ କଟକ ,ଭୁବନେଶ୍ୱର ,ପୁରୀ ଆଦି ଦୂର ଦୌରାନ୍ତରୁ ଲୋକମାନେ ଏହି ପିର ଜାହାନିଆ ପର୍ଯ୍ୟଟନ ସ୍ଥଳୀକୁ ଆସି ରଜ ପାଳନ କରିଥିବା ସହିତ ଏଠାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିଥିଲେ । ଝାଉଁ ଜଙ୍ଗଲର ସବୁଜିମା ପରିବେଶ ଭିତରେ ବଣ ଭୋଜିର ନିଆରା ମଜାକୁ ଅନୁଭବ କରିଥିଲେ । ନାଚ,ସଙ୍ଗୀତର ତାଳେ ତାଳେ ପୁରା ଆସର ଜମିଥିଲା । ରଜ ମଉଜରେ ଜାହାନିଆ ପର୍ଯ୍ୟଟନ ସ୍ଥଳୀ ଉତ୍ସବ ମୁଖର ହୋଇ ପଡିଥିବାବେଳେ ଏହାର ସୁନ୍ଦର ସବୁଜିମା ବାତାବରଣ ପର୍ଯ୍ୟଟକ ମାନଙ୍କୁ ଅଧିକ ଆନନ୍ଦ ପ୍ରଦାନ କରିଥିଲା ।

ତେବେ ସତ କହିବାକୁ ଗଲେ ଏଠାକାର ବିସ୍ତିର୍ଣ୍ଣ ବେଳାଭୂମି ସହିତ ସବୁଜିମା ପରିବେଶ ଏକ ପ୍ରକାରର ଶୀତଳ ବାତାବରଣ ପ୍ରଦାନ କରିବା ସହ ପର୍ଯ୍ୟଟକମାନଙ୍କୁ ରଜର ଅସଲି ମଜାର ଖୋରାକ ଯୋଗାଇଥିଲା ।

 

Leave A Reply

Your email address will not be published.