ଆମେରିକାରେ ତାଣ୍ଡବ ରଚିଲା ଟର୍ଣ୍ଣାଡୋ; ଉପୁଡ଼ିଲା ବିଦ୍ୟୁତ ଖୁଣ୍ଟ..ଉଡ଼ିଲା ଛାତ..ନେଲା ୧୫ ଜୀବନ

ଆମେରିକାରେ ଟର୍ଣ୍ଣାଡୋର ଧ୍ବଂସଲୀଳା । କେନ୍ଦ୍ରୀୟ ଆମେରିକାର ଟେକ୍ସାସ, ଓକଲାହୋମା ଆଦି ୬ ରାଜ୍ୟରେ ତାଣ୍ଡବ ରଚିଛି ଟର୍ଣ୍ଣାଡୋ । ଏହାର ଭୟଙ୍କର ଚିତ୍ର ସାମ୍ନାକୁ ଆସିଛି । ଘରର ଛାତ ଉଡ଼ାଇ ନେଉଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ଆକାଶରେ ଚକ୍ରବାକ ସୃଷ୍ଟି ହୋଇ ଘରଦ୍ବାର ଯେପରି ଗିଳି ଦେଉଛି ଟର୍ଣ୍ଣାଡୋ ।

ବିଦ୍ୟୁତ ଖୁଣ୍ଟ ଉପୁଡ଼ି ପଡ଼ିଛି । ହଜାର ହଜାର ଘର ଅନ୍ଧାରରେ ରହିଛି । ପ୍ରାୟ ୧୦ କୋଟି ଲୋକ ପ୍ରଭାବିତ ହୋଇଛନ୍ତି । ଟର୍ଣ୍ଣାଡୋରେ ଅତି କମରେ ୧୫ ଜଣ ଲୋକଙ୍କ ଜୀବନ ଯାଇଛି । କେବଳ ଟେକ୍ସାସରେ ୭ ଜଣଙ୍କ ଜୀବନ ଯାଇଛି । କେନ୍ଦ୍ରୀୟ ଆମେରିକାରେ ଧ୍ବଂସଲୀଳା କରିବା ପରେ ପୂର୍ବ ଉପକୂଳ ମୁହାଁ ହୋଇଛି ଟର୍ଣ୍ଣାଡୋ । ପୂର୍ବ ଉପକୂଳରେ ବର୍ଷା ଏବଂ ଝଡ଼ ପାଇଁ ସତର୍କତା ଜାରି ହୋଇଛି । କିିଛି ସ୍ଥାନରେ ବିମାନ ଚଳାଚଳ ବାତିଲ କରାଯାଇଛି । ସେହିଭଳି କେଣ୍ଟୁକି, ସିନସିନାଟି, ସେଣ୍ଟ ଲୁଇସ ଭଳି ଅନେକ ସହରକୁ ୩ ନମ୍ବର ପିପଦ ସଂକେତ ଜାରି ହୋଇଛି ।

Leave A Reply

Your email address will not be published.