ଯୁକ୍ତ ୨ରେ କିସ୍ ର ଶତ ପ୍ରତିଶତ ସଫଳତା ହାସଲ କଲେ ଛାତ୍ରଛାତ୍ରୀ

ଯୁକ୍ତ ୨ରେ କିସ୍ ର ଶତ ପ୍ରତିଶତ ସଫଳତା । ଚଳିତ ବର୍ଷ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +୨ ପରୀକ୍ଷା ଫଳ ରବିବାର ପ୍ରକାଶ ପାଇଛି । ରାଜ୍ୟରେ କଳା, ବିଜ୍ଞାନ ଓ ବାଣିଜ୍ୟରେ ପାସ ହାର ଯଥାକ୍ରମେ ୮୦.୯୫, ୮୬.୯୩ ଓ ୮୨.୨୭ ପ୍ରତିଶତ ଥିବା ବେଳେ କିସ୍ ର ପାସ ହାର ଶତ ପ୍ରତିଶତ ରହିଛି । କିସ୍ ରେ ୧୮୮୫ ଛାତ୍ରଛାତ୍ରୀ +୨ ପରୀକ୍ଷା ଦେଇଥିଲେ । ଚଳିତବର୍ଷ ମଧ୍ୟ କିସ୍ ର ଛାତ୍ରୀମାନେ ଛାତ୍ରଙ୍କ ଅପେକ୍ଷା ଭଲ ପ୍ରଦର୍ଶନ କରିଛନ୍ତି ।

ଭୁବନେଶ୍ୱର(କେନ୍ୟୁଜ୍‌): ଯୁକ୍ତ ୨ରେ କିସ୍ ର ଶତ ପ୍ରତିଶତ ସଫଳତା । ଚଳିତ ବର୍ଷ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +୨ ପରୀକ୍ଷା ଫଳ ରବିବାର ପ୍ରକାଶ ପାଇଛି । ରାଜ୍ୟରେ କଳା, ବିଜ୍ଞାନ ଓ ବାଣିଜ୍ୟରେ ପାସ ହାର ଯଥାକ୍ରମେ ୮୦.୯୫, ୮୬.୯୩ ଓ ୮୨.୨୭ ପ୍ରତିଶତ ଥିବା ବେଳେ କିସ୍ ର ପାସ ହାର ଶତ ପ୍ରତିଶତ ରହିଛି । କିସ୍ ରେ ୧୮୮୫ ଛାତ୍ରଛାତ୍ରୀ +୨ ପରୀକ୍ଷା ଦେଇଥିଲେ । ଚଳିତବର୍ଷ ମଧ୍ୟ କିସ୍ ର ଛାତ୍ରୀମାନେ ଛାତ୍ରଙ୍କ ଅପେକ୍ଷା ଭଲ ପ୍ରଦର୍ଶନ କରିଛନ୍ତି । କିସ୍ ରେ ମୋଟ ୩୮ ପ୍ରତିଶତ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ପାସ୍ କରିଛନ୍ତି ।

ସେଥିମଧ୍ୟରୁ କଳାରେ ୪୦ ପ୍ରତିଶତ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ପାସ୍ କରିଥିବା ବେଳେ ବିଜ୍ଞାନ ଓ ବାଣିଜ୍ୟରେ ଯଥାକ୍ରମେ ୪୧ ଓ ୩୩ ପ୍ରତିଶତ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ପାସ୍ କରିଛନ୍ତି । କଳାରେ ହିମାରାଣୀ ମଲ୍ଳିକ ସର୍ବାଧିକ ୮୮ ପ୍ରତିଶତ ନମ୍ବର ରଖି କଲେଜ ଟପ୍ ପର ହୋଇଥିବା ବେଳେ ଲିବୁ ସୋରେନ୍ ୮୦ ପ୍ରତିଶତ ରଖି ବିଜ୍ଞାନ ଓ ଶଙ୍କର ଭୂମିଜ ବାଣିଜ୍ୟରେ ସର୍ବାଧିକ ୮୭ ପ୍ରତିଶତ ରଖି କଲେଜ ଟପ୍ ପର ହୋଇଛନ୍ତି । ଅତି ଦୁର୍ବଳ ଜନଜାତିବର୍ଗର ୭୫ଜଣ ଛାତ୍ରଛାତ୍ରୀ ମଧ୍ୟ ଏଥର +୨ରେ ଭଲ ପ୍ରଦର୍ଶନ କରିଛନ୍ତି । କିସ୍ ଫଳାଫଳ ନେଇ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଆନନ୍ଦ ପ୍ରକାଶ କରିବା ସହ ଦ୍ୱାଦଶ ପରୀକ୍ଷାରେ ସଫଳତା ହାସଲ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଡ. ସାମନ୍ତ କହିଛନ୍ତି, କିସ୍ କଲେଜର ଅଧ୍ୟାପକ, ଅଧ୍ୟାପିକାଙ୍କ ନିଷ୍ଠା ଓ ସମୟକୁ ସମୟ ଛାତ୍ରଛାତ୍ରୀମାନଙ୍କୁ ମାର୍ଗଦର୍ଶନ ଏବଂ ଛାତ୍ରଛାତ୍ରୀମାନଙ୍କ ଅକ୍ଲାନ୍ତ ପରିଶ୍ରମ କିସ୍କୁ ଏହି ସଫଳତା ଆଣିଦେଇଛି ।

Leave A Reply

Your email address will not be published.