ଭାଇ ଭଉଣୀଙ୍କ ସଫଳତା ଦେଖି ପରିବାରରେ ଖେଳିଯାଇଛି ଆନନ୍ଦ

ପ୍ରକାଶ ପାଇଛି ମ୍ୟାଟ୍ରିକ୍‌ ରେଜଲ୍ଟ । ପରିବାରରେ ଖେଳିଯାଇଛି ଖୁସିର ଲହରୀ । ବାପା, ମାଙ୍କ ଖୁସି ତ କହିଲେ ନସରେ । ଭାଇ ଭଉଣୀଙ୍କ ସଫଳତା ଦେଖି ବାପାଙ୍କ ଛାତି କୁଣ୍ଢେମୋଟ ହେଉଥିବା ବେଳେ ଖୁସିରେ ମା’ର ପାଦ ମଧ୍ୟ ତଳେ ଲାଗୁନି । କେଡ଼େ ଶ୍ରଦ୍ଧାରେ ନିଜ ହାତରେ ପୁଅ ଝିଅଙ୍କୁ ମିଠା ଖୁଆଉଛନ୍ତି ।

ଗଞ୍ଜାମ: ପ୍ରକାଶ ପାଇଛି ମ୍ୟାଟ୍ରିକ୍‌ ରେଜଲ୍ଟ । ପରିବାରରେ ଖେଳିଯାଇଛି ଖୁସିର ଲହରୀ । ବାପା, ମାଙ୍କ ଖୁସି ତ କହିଲେ ନସରେ । ଭାଇ ଭଉଣୀଙ୍କ ସଫଳତା ଦେଖି ବାପାଙ୍କ ଛାତି କୁଣ୍ଢେମୋଟ ହେଉଥିବା ବେଳେ ଖୁସିରେ ମା’ର ପାଦ ମଧ୍ୟ ତଳେ ଲାଗୁନି । କେଡ଼େ ଶ୍ରଦ୍ଧାରେ ନିଜ ହାତରେ ପୁଅ ଝିଅଙ୍କୁ ମିଠା ଖୁଆଉଛନ୍ତି ।

ଗଞ୍ଜାମ ଜିଲ୍ଲା ପାଟପୁରର ସନ୍ତୋଷ କୁମାର ମହାପାତ୍ରଙ୍କ ପୁଅ ସ୍ନେହାଶିଷ ମହାପାତ୍ର ଏବଂ ଝିଆରୀ ଶୁଭସ୍ମିତା ସାହୁ ଭାଇ, ଭଉଣୀ ଏକ ସାଙ୍ଗରେ ମାଟ୍ରିକ ପରୀକ୍ଷା ଦେଇଥିଲେ । ମ୍ୟାଟ୍ରିକ୍‌ ପରୀକ୍ଷାରେ ଭଲ ନମ୍ବର ରଖି କୃତକାର୍ଯ୍ୟ ହୋଇଛନ୍ତି l ଯେଉଁଥି ପାଇଁ ପରିବାର ରେ ଖେଳିଯାଇଛି ଆନନ୍ଦ l

ଦୁହେଁ ଦିଗପହଣ୍ଡି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ପାଠ ପଢୁଥିଲେ । ପରୀକ୍ଷା ପାଇଁ ଦିନକୁ ପ୍ରାୟ ୫ ରୁ ୬ ଘଣ୍ଟା ପରଶ୍ରମ କରି ପାଠ ପଢ଼ୁଥିଲେ । ସ୍ନେହାଶିଷ ମ୍ୟାଟ୍ରିକ୍‌ ପରୀକ୍ଷାରେ ୫୫୭ ନମ୍ବର ଆଣିଥିବା ବେଳେ, ଶୁଭସ୍ମିତା ୫୪୦ ମାର୍କ ଆଣିଛନ୍ତି । ସ୍ନେହାଶିଷ ଭବିଷ୍ୟତ ରେ ଜଣେ ସାଇଁଟିଷ୍ଟ ହେବାର ଲକ୍ଷ୍ୟ ଥିବା କହିଛନ୍ତି ସେହିପରି ଭବିଷ୍ୟତ ରେ ଜଣେ ଡାକ୍ତର ହେବାକୁ ଇଛା ରଖିଛନ୍ତି ଶୁଭସ୍ମିତା । ତେବେ ପିଲାମାନଙ୍କର ଏହି ସଫଳତାକୁ ଦେଖି ସ୍ଥାନୀୟ ଅଞ୍ଚଳରେ ବେଶ୍‌ ଖୁସି ପ୍ରକଟ କରିଥିବା ବେଳେ ଚାରିଆଡ଼ୁ ଶୁଭେଚ୍ଛାର ସୁଅ ଛୁଟିଛି ।

Leave A Reply

Your email address will not be published.