ଅଧାରେ ଅଟକିଗଲା ମୌସୁମୀ: ଆହୁରି ୪ ଦିନ ତାତି, ଏ ବର୍ଷ ସିଝିବ ରଜ ପର୍ବ

ଭୁବନେଶ୍ୱର (କେନ୍ୟୁଜ): ସରୁନି ଗ୍ରୀଷ୍ମ ପ୍ରବାହର କଷ୍ଟ । ଆହୁରି ୪ ଦିନ ତତାଇବ । ଏମିତି ଆକଳନ କରିଛି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର । ରଜ ପୂର୍ବରୁ ତାତିରୁ ନିସ୍ତାର ନାହିଁ । ପଶ୍ଚିମ ଓଡ଼ିଶାରେ ତାତି ଏବଂ ଉପକୂଳ ଓଡ଼ିଶାରେ ଗୁଳୁଗୁଳି କଲବଲ କରିବ । ବର୍ତ୍ତମାନ ତୁଳନାରେ ତାପମାତ୍ରା ଆହୁରି ୨-୩ ଡିଗ୍ରୀ ବଢ଼ିବା ସମ୍ଭାବନା ରହିଛି । ଫଳରେ ଗରମ ଗୁଳୁଗୁଳିରେ ଏଥର ରଜ ଫିକା ପଡ଼ିଯାଇପାରେ । ରାଜ୍ୟକୁ ମୌସୁମୀ ଛୁଇଁ ସାରିଥିଲେ ବି ଆଗକୁ ବଢ଼ି ପାରୁନାହିଁ । ଆଉ ୩-୪ ଦିନ ମୌସୁମୀ ବାୟୁ ଆଗକୁ ବଢ଼ିପାରିବ ନାହିଁ ବୋଲି ଆକଳନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଫଳରେ ବର୍ଷା ବଦଳରେ ଗ୍ରୀଷ୍ମ ଲହରୀ ଆଲର୍ଟ ଜାରି କରାଯାଇଛି।

ଗତକାଲି ରାଜ୍ୟରେ ୨୦ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିଲା । ନୂଆପଡ଼ା ୪୪ ଟପିଥିଲା । ଅନ୍ୟପଟେ ଚଳିତ ବର୍ଷର ଗ୍ରୀଷ୍ମ ପ୍ରବାହ ସବୁଠୁ ଲମ୍ବା ବୋଲି କହିଛି ଆଇଏମଡି । ଅନେକ ସ୍ଥାନରେ ଅନେକ ଦିନ ଧରି ୪୫ ଉପରେ ରହିଛି ପାରଦ । ଦେଶର ବିଭିନ୍ନ ସ୍ଥାନରେ ପ୍ରାୟ ୨୪ ଦିନ ଧରି ଅନୁଭୁତ ହୋଇଛି ଗ୍ରୀଷ୍ମ ଲହରୀ । ଆଗକୁ ଆହୁରି ଖରାପ ସ୍ଥିତି ହୋଇପାରେ ବୋଲି ଆଇଏମଡି ଆକଳନ କରିଛି ।

 

Leave A Reply

Your email address will not be published.