ସିକ୍କିମରେ ପ୍ରବଳ ବର୍ଷା ଏବଂ ଭୂସ୍ଖଳନ: ୬ ମୃତ, ଫସିଛନ୍ତି ୧୫୦୦ ପର୍ଯ୍ୟଟକ

ସିକ୍କିମରେ ଲଗାତାର ବର୍ଷା ଯୋଗୁଁ ପରିସ୍ଥିତି ଖରାପ ହୋଇଛି । ଏଠାରେ ୬ ଜଣଙ୍କର ମୃତ୍ୟୁ ହୋଇଛି । ଅତିକମରେ ୧୫୦୦ ପାଖାପାଖି ପର୍ଯ୍ୟଟକ ଫସିଥିବା ସୂଚନା ମିଳିଛି । ରାଜ୍ୟର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି । ଯେଉଁଥି ପାଇଁ ପରିସ୍ଥିତି ଖରାପ ରହିଛି । ସିକ୍କିମର କେତେକ ପାହାଡୀ ହ୍ରଦ ରହିଛି, ଫଳରେ ପାଣି ଅଧିକ ହେଲେ ଭୂସ୍ଖଳନ ହେବାର ସମ୍ଭାବନା ରହିଛି ।

ପ୍ରବଳ ବର୍ଷା ଯୋଗୁଁ ଉତ୍ତର ସିକ୍କିମ ଅଞ୍ଚଳ ବାହାର ସ୍ଥାନଠାରୁ ବିଚ୍ଛିନ୍ନ ହୋଇଛି । ପର୍ଯ୍ୟଟକ ଫସିଛନ୍ତି । ଭୂସ୍ଖଳନ ପରେ ହେବାକୁ ଥିବା ଦୁର୍ଘଟଣାରୁ ବଞ୍ଚିବା ପାଇଁ ସରକାର ପୂର୍ବରୁ ସଜାଗ ରହିଛନ୍ତି । ଅନେକ ହ୍ରଦ ଉପରେ ସାଟେଲାଇଟ ଜରିଆରେ ନଜର ରଖାଯାଇଛି ।

୨୦୨୩ ଅକ୍ଟୋବରରେ ଉତ୍ତର ସିକ୍କିମରେ ୫୨୪୫ ମିଟର ଉଚ୍ଚରେ ଥିବା ଦକ୍ଷିଣ ଲୋହନକ ହ୍ରଦରେ ବିସ୍ଫୋରଣ ହୋଇଥିଲା । ଏହାର ଅଂଶ ତଳେ ଥିବା ତିସ୍ତା ବନ୍ଧରେ ଧକ୍କା ହେବାରୁ ବନ୍ଧ ଫାଟିଯାଇଥିଲା । ତେଣୁ ଏଠାରେ ଭୟଙ୍କର ଭୂସ୍ଖଳନ ହୋଇଥିଲା । ଏଥିରେ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା ।

ଭୂସ୍ଖଳନ ଏବଂ ବର୍ଷା ଯୋଗୁଁ ସଙ୍ଗକାଳାଙ୍ଗରେ ଏକ ନବନିର୍ମିତ ପୋଲ ଭାସିଯାଇଛି । ବିଭିନ୍ନ ଘର, ରାସ୍ତାରେ ବୁଡି ରହିଛି । ବିଦ୍ୟୁତ ଖୁଣ୍ଟ ଭାସିଯାଇଛି । ବର୍ଷା ଯୋଗୁଁ ମୋବାଇଲ ନେଟଓ୍ଵାର୍କ ମଧ୍ୟ ପ୍ରଭାବିତ ହୋଇଛି । ଜିଲ୍ଲା ପ୍ରଶାସନ ଏସଡିଆରଏଫ ଟିମ୍‌ ପଠାଇବାକୁ ଅନୁରୋଧ କରିଛି ।

Leave A Reply

Your email address will not be published.