୨୦୦ ଫୁଟ ତଳକୁ ଖସିଲା ବିଦ୍ୟୁତ ବିଭାଗ ଗାଡି, ୭ ଗୁରୁତର

ଗଜପତି (କେନ୍ୟୁଜ): ୨୦୦ ଫୁଟ ତଳକୁ ଖସିଲା ବିଦ୍ୟୁତ ବିଭାଗ ଗାଡି । ୭ ଜଣ ଗୁରୁତର ।ଗ ଜପତି ଜିଲ୍ଲା ଅଡବା ଥାନା କଟlମl ତୁଆଗୁଡା ଘାଟିରେ ତଳକୁ ଖସିଛି ଗାଡି । ଏଥିରେ ଥିବା ୭ ଜଣ ବିଦ୍ୟୁତ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରି ମୋହନା ମେଡିକାଲ ରେ ଭର୍ତ୍ତି କରାଯାଇଛି ।

ଗତ ୩ ଦିନ ହେବ ତୁଆଗୁଡା ଗାଁରେ ବିଦ୍ୟୁତ ସରବରlହ ବିଛିନ୍ନ ଥିଲା । ଏହାକୁ ସଜାଡ଼ିବା ପାଇଁ ଅଡବା ବିଦ୍ୟୁତ ସବଷ୍ଟେସନର ୭ ଜଣ କର୍ମଚାରୀ ବୋଲେରୋରେ ଯାଇଥିଲେ ।  ଫେରିବା ସମୟରେ ରାତି ପ୍ରାୟ ସାଢେ ୯ ଟାରେ ତୁଆଗୁଡା ଘାଟିରେ ଭାରସାମ୍ୟ ହରାଇ ପ୍ରାୟ ୨୦୦ ଫୁଟ ତଳକୁ ଖସି ପଡିଥିଲା ଗାଡିଟି ।  ସେମାନଙ୍କ ମଧ୍ଯରୁ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଅଡ଼ବାରୁ ବ୍ରହ୍ମପୁର ସ୍ଥିତ ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍‌ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ।  ସେମାନଙ୍କୁ ସେଠାରୁ କଟକ ବଡ଼ ଡାକ୍ତରଖାନାକୁ ପଠାଯାଇଛି। ଖବର ପାଇ ଗ୍ରାମବାସୀ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଆହତଙ୍କୁ ଉଦ୍ଧାର କରିଥିଲେ ।

 

Leave A Reply

Your email address will not be published.