Below header

ଆଜି ଭୁବନେଶ୍ବର ଆସୁଛନ୍ତି ମୋଦି, ସନ୍ଧ୍ୟାରେ କରିବେ ବିଶାଳ ରୋଡ ସୋ’

ଆଜି ଭୁବନେଶ୍ବରରେ ମୋଦି ସୋ’ । ସଂଧ୍ୟାରେ ରାମ ମନ୍ଦିର ନିକଟ ରାଜ୍ୟ ବିଜେପି କାର୍ଯ୍ୟାଳୟରୁ ବାଣୀବିହାର ପର୍ଯ୍ଯନ୍ତ ରୋଡ ସୋ କରିବେ ପ୍ରଧାନମନ୍ତ୍ରୀ । ଏଥିପାଇଁ ସୁରକ୍ଷା ବ୍ୟବସ୍ଥାର ତନ୍ନତନ୍ନ ଯାଞ୍ଚ ହୋଇଛି । ବ୍ଲୁ ବୁକ ଅନୁଯାୟୀ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପ୍ରଧାନମନ୍ତ୍ରୀ ଆଭ୍ଯନ୍ତରୀଣ ବଳୟ ସୁରକ୍ଷାରେ ରହିବେ ସ୍ପେଶାଲ ପ୍ରୋଟେକ୍ସନ ଗ୍ରୁପ-ଏସପଜି । ବାହ୍ୟ ସୁରକ୍ଷାରେ ରହିବ କମିଶନରେଟ ପୋଲିସ ।

ଭୁବନେଶ୍ବର (କେନ୍ୟୁଜ): ଆଜି ଭୁବନେଶ୍ବରରେ ମୋଦି ସୋ’ । ସଂଧ୍ୟାରେ ରାମ ମନ୍ଦିର ନିକଟ ରାଜ୍ୟ ବିଜେପି କାର୍ଯ୍ୟାଳୟରୁ ବାଣୀବିହାର ପର୍ଯ୍ଯନ୍ତ ରୋଡ ସୋ କରିବେ ପ୍ରଧାନମନ୍ତ୍ରୀ । ଏଥିପାଇଁ ସୁରକ୍ଷା ବ୍ୟବସ୍ଥାର ତନ୍ନତନ୍ନ ଯାଞ୍ଚ ହୋଇଛି । ବ୍ଲୁ ବୁକ ଅନୁଯାୟୀ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପ୍ରଧାନମନ୍ତ୍ରୀ ଆଭ୍ଯନ୍ତରୀଣ ବଳୟ ସୁରକ୍ଷାରେ ରହିବେ ସ୍ପେଶାଲ ପ୍ରୋଟେକ୍ସନ ଗ୍ରୁପ-ଏସପଜି । ବାହ୍ୟ ସୁରକ୍ଷାରେ ରହିବ କମିଶନରେଟ ପୋଲିସ । ଜନପଥ ଯାଂଚ କରିଛନ୍ତି ଏସପିଜି କମାଣ୍ଡୋ, ପୋଲିସ କମିଶନର। ମୋଦିଙ୍କ ସୁରକ୍ଷାରେ ୫୫ ପ୍ଲାଟୁନ ଫୋର୍ସ ଓ ୩ ଆଣ୍ଟି ଟେରର ଗ୍ରୁପ ମୁତୟନ ହେବେ। ରୋଡ ସୋ ବେଳେ ଜନପଥ ହେବ ନୋ ଫ୍ଲାଇଂ ଜୋନ ।

ରୋଡ ସୋ ପାଇଁ ଟ୍ରାଫିକ ନିର୍ଦ୍ଦେଶନାମା ବି ଜାରି ହୋଇଛି । ରୋଡ ସୋ ବେଳେ ଯାନବାହନ ଚଳାଚଳ ବନ୍ଦ ରହିବ। ସିଲ୍ ହେବ ମାଷ୍ଟରକ୍ୟାଣ୍ଟିନ ଠାରୁ ବାଣୀବିହାର ଯାଏ ରାସ୍ତା । ଦିନ ୨ଟାଠାରୁ ଯାନବାହନ ଉପରେ କଟକଣା ଲଗାଯିବ । ୪ଟା ପରଠୁ କୌଣସି ଯାନବାହନ ଯିବା ଆସିବା କରିପାରିବ ନାହିଁ। ମୋଦିଙ୍କର ଏହା ଦୁଇ ଦିନିଆ ଓଡ଼ିଶା ଗସ୍ତ । କାଲି ପଶ୍ଚିମ ଓଡ଼ିଶାରେ ରହିଛି ମାରାଥନ କ୍ୟାମ୍ପେନ। ଫୁଲବାଣୀ, ବଲାଙ୍ଗିର ଓ ବରଗଡ଼ରେ ପ୍ରଚାର କରିବେ। ଗୋଟିଏ ସପ୍ତାହରେ ମୋଦିଙ୍କର ଏହା ଦ୍ବିତୀୟ ଓଡ଼ିଶା ଗସ୍ତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.