Below header

ସରପଞ୍ଚ ସହିପାରିଲେନି ଦୁଃଖ: ପକ୍ଷୀମାନଙ୍କ ପାଇଁ ପଞ୍ଚାୟତର ବିଭିନ୍ନ ଗଛରେ ବାନ୍ଧିଲେ ପାଣିପାତ୍ର

ଗଛରେ ବନ୍ଧା ଯାଇଛି ପାଣିପାତ୍ର । ସବୁଥିରେ ପାଣି ଭର୍ତ୍ତି । ବହୁ ଦୂରଦୁରାନ୍ତ ପର୍ଯ୍ୟନ୍ତ ପାଣିର ସୁବିଧା ନଥିବା ବେଳେ ପକ୍ଷୀ ମାନଙ୍କ ପାଇଁ କରାଯାଇଛି ଏଇ ପାଣିର ସୁବିଧା ।

ପାଟଣାଗଡ଼ (କେନ୍ୟୁଜ): ଗଛରେ ବନ୍ଧା ଯାଇଛି ପାଣିପାତ୍ର । ସବୁଥିରେ ପାଣି ଭର୍ତ୍ତି । ବହୁ ଦୂରଦୁରାନ୍ତ ପର୍ଯ୍ୟନ୍ତ ପାଣିର ସୁବିଧା ନଥିବା ବେଳେ ପକ୍ଷୀ ମାନଙ୍କ ପାଇଁ କରାଯାଇଛି ଏଇ ପାଣିର ସୁବିଧା । ତେବେ ଗ୍ରୀଷ୍ମ ପ୍ରବାହ ବଢ଼ିବା ସହିତ ସବୁଆଡେ ତାତି ବଢ଼ି ଚାଲିଛି । ସାରା ରାଜ୍ୟରେ ପାରଦ ୪୨ ଡିଗ୍ରୀ ଉପରେ ରହୁଥିବା ବେଳେ ଲୋକଙ୍କୁ ପିଇବା ପାଣି ଯୋଗାଇ ଦେବା ପାଇଁ ପାଣିଛତ୍ର ଖୋଲାଯାଇଛି । ଆଉ ଏପଟେ କିନ୍ତୁ ପକ୍ଷୀ ମାନେ ପାଣି ନପାଇ ମୃତ୍ୟୁ ବରଣ କରୁଥିବାରୁ ବଲାଙ୍ଗିର ଜିଲ୍ଲା ଧୂମାଭଟା ସରପଞ୍ଚ ପକ୍ଷୀ ମାନଙ୍କ ପାଇଁ ଏଭଳି ଭାବେ ପାଣିର ବ୍ୟବସ୍ଥା କରିଛନ୍ତି ।

ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ଧୂମାଭଟା ସରପଞ୍ଚ ବନମାଳୀ ନାୟକ । ଦିନେ କୌଣସି କାମରେ ଯାଇ ଫେରୁଥିବା ବେଳେ କିଛି ପକ୍ଷୀଙ୍କ ମୃତଦେହ ରାସ୍ତାରେ ପଡ଼ିଥିବା ଦେଖିବାକୁ ପାଇଥିଲେ । ଅଞ୍ଚଳରେ ଖରା ହେତୁ ବହୁ ଦୂର ପର୍ଯ୍ୟନ୍ତ ଗାଡ଼ିଆ, ପୋଖରୀ, ଚୁଆ ଗୁଡିକ ଶୁଖି ଯାଇଥିବାରୁ ପକ୍ଷୀମାନେ ମୃତ୍ୟୁମୁଖରେ ପଡୁଥିବା ଜାଣିବା ପରେ ଦୁଃଖ ପ୍ରକାଶ କରିବା ସହିତ ତା ପରଦିନ ଠାରୁ ପକ୍ଷୀ ମାନଙ୍କ ପାଇଁ ତାଙ୍କ ପଞ୍ଚାୟତର ବିଭିନ୍ନ ଗଛରେ ପାଣିପାତ୍ର ବାନ୍ଧି କରିଛନ୍ତି ପାଣିର ବ୍ୟବସ୍ଥା ।

water pot

ସକାଳ ହେଲା ମାତ୍ରେ ବ୍ୟାଗରେ ପାଣିବୋତଲ ଧରି ପଞ୍ଚାୟତର ଚାରିଆଡେ ବନ୍ଧା ଯାଇଥିବା ପାଣିପାତ୍ରରେ ପାଣି ଭର୍ତ୍ତି କରିବା ସହିତ ଯଦି ଆଉ କେଉଁଠାରେ ପକ୍ଷୀଙ୍କ ପାଇଁ ପାଣିର ଆବଶ୍ୟକ ଅଛି ସେଠାରେ ପାଣିର ବ୍ୟବସ୍ଥା କରିଥାନ୍ତି ବନମାଳୀ । ମଣିଷ ପରି ପକ୍ଷୀ ମାନଙ୍କ ପାଇଁ ପାଣିର ବ୍ୟବସ୍ଥା କରି ଥିବାରୁ ଅଞ୍ଚଳରେ ଆଉ ପାଣି ପାଇଁ ପକ୍ଷୀ ମୃତ୍ୟୁବରଣ କରୁନଥିବା ଦେଖିବାକୁ ମିଳିଛି । ଏପରି ଏକ ମହତ କାମ କରିଥିବାରୁ ଅଞ୍ଚଳବାସୀ ତାଙ୍କୁ ଧନ୍ୟବାଦ ଦେଇଛନ୍ତି ।

ପକ୍ଷୀ ମାନେ ପରିବେଶର ସୌନ୍ଦର୍ଯ୍ୟ ବଢା଼ଇବା ସହିତ ମାନବ ସମାଜର ମଙ୍ଗଳ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାନ୍ତି । ଏଣୁ ସେମାନଙ୍କୁ ସୁରକ୍ଷା ଦେବା ଆମ ମାନଙ୍କ କର୍ତଵ୍ୟ । ତେଣୁ ଖରାଦିନେ କିଭଳି ପାଣି ପାଇଁ କୌଣସି ପକ୍ଷୀ ମୃତ୍ୟୁବରଣ ନକରନ୍ତୁ ସେଥିପାଇଁ ଖାଲି ବନମାଳୀ ନୁହଁନ୍ତି ଆମ ସମସ୍ତଙ୍କୁ ବି ଯତ୍ନବାନ ହେବା ପାଇଁ ସେ ଅନୁରୋଧ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.