ଅଧାରେ ଅଟକିଗଲା ଯାତ୍ରା, ଗନ୍ତବ୍ୟ ସ୍ଥଳକୁ ଯିବା ପରିବର୍ତ୍ତେ ଗଲା ଡାକ୍ତରଖାନା

ଅପେକ୍ଷା କରି ରହିଥାନ୍ତି ବସ୍‌ ପହଁଚିବାର ସମୟକୁ । ହେଲେ ଯାତ୍ରା ଅଟକିଗଲା ଅଧାରେ । ଅଧାରେ ବାଟ ହୋଇଗଲା ଅଲଗା । ଗନ୍ତବ୍ୟ ପଥରେ ପହଁଚିବା ବଦଳରେ ଲୋକେ କଲେ ଡାକ୍ତରଖାନାକୁ । 

ଯାଜପୁର ଟାଉନ (କେନ୍ୟୁଜ) : ହସ୍ପିଟାଲରେ ଯିଏ ଯୁଆଡେ ସବୁ ପଡିଛନ୍ତି । ଦେଖୁନାହାଁନ୍ତି କାହାର ନାକ ଫାଟିଛି ତ କାହାର ହାତ ଭାଙ୍ଗି ଯାଇଛି । ପୁଣି କାହାର ଗୋଡ ଯାଇଛି । କାହାର ତ ଚେତା ଏବେ ଏବେ ଫେରୁଛି । ହଁ ଇଏ ସେହି ମର୍ମନ୍ତୁଦ ସଡକ ଦୁର୍ଘଟଣାର ପରର ଚିତ୍ର । ବରି କାଇପଡାରୁ କଟକ ଅଭିମୁଖେ ବାହାରିଥିଲା ବସ୍‌ । ସମସ୍ତେ ବ୍ୟାକୁଳ ଥାଆନ୍ତି ନିଜ ଠିକଣା ଯାଗାରେ ପହଁଚିବାକୁ । ଅପେକ୍ଷା କରି ରହିଥାନ୍ତି ବସ୍‌ ପହଁଚିବାର ସମୟକୁ । ହେଲେ ଯାତ୍ରା ଅଟକିଗଲା ଅଧାରେ । ଅଧାରେ ବାଟ ହୋଇଗଲା ଅଲଗା । ଗନ୍ତବ୍ୟ ପଥରେ ପହଁଚିବା ବଦଳରେ ଲୋକେ କଲେ ଡାକ୍ତରଖାନାକୁ ।
କିଏ ପାଠ ପଢ଼ିବାକୁ ଯାଉଥିଲେ ତ ଆଉ କିଏ ନିଜ ରୋଗୀଣା ଭାଇକୁ ଭଲକରିବାକୁ ଡାକ୍ତରଖାନା ନେଉଥିଲା । ପୁଣି କିଏ କୋର୍ଟ କଚେରୀ କାମ ପାଇଁ । ହେଲେ କଟକ ବଦଳରେ ଲୋକେ ପହଁଚିଲେ ମେଡିକାଲରେ । ଯାଜପୁର ସଦର ଥାନା ଅନ୍ତର୍ଗତ ମହେଶ୍ୱର ପୁର ପେଟ୍ରୋଲ ପମ୍ପ ନିକଟରେ ଆଜି ଘଟିଛି ଭୟଙ୍କର ଦୁର୍ଘଟଣା । ପ୍ରାୟ ୪୦,୫୦ ଯାତ୍ରୀଙ୍କୁ ଧରି ବରି କାଇପଡ଼ାରୁ କଟକ ଯାଉଥିଲା ଦେବଯାନୀ ବସ୍  ।
ହେଲେ ହଠାତ୍‌ ଏକ ଚିପ୍ସ ବୋଝେଇ ହାଇୱା ସହ ସାମ୍ନା ସାମ୍ନୀ ଧକ୍କା ହେଲା । ଫଳରେ ୧୦ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଗଲେ । ଗୁରୁତରଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଗଲା। ଏ ବସର ଅବସ୍ଥା ଦେଖି ଆପଣ ଅନୁମାନ ଲଗାଇ ପାରୁଥିବେ କେତେ ଜୋରରେ ପିଟି ହୋଇଥିବ ବସ୍‌ ଆଇ ହାଇଓ୍ଵା ।
ତେବେ କୁହାଯାଉଛି ଯେ ରାସ୍ତାରେ ଚାଲୁଥିବା ବେଆଇନ ବାଲି ଓ ମାଟି ବୋଝେଇ ଗାଡି ଚଳଚଳ ଯୋଗୁଁ ଏଠାରେ ଦୁର୍ଘଟଣା ଘଟୁଛି ।  ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଜାରୀ ରଖିଛି । ତଦନ୍ତ ପରେ ଜଣାପଡିବ ବାସ୍ତବରେ ଭୁଲ କାହାର ଥିଲା, ହାଇଓ୍ଵାର ନା ଦେବଯାନୀ ବସର ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.