Below header

ରାଜ୍ୟରେ ସକ୍ରିୟ ରହିଛି କାଳବୈଶାଖୀ : ଆଗାମୀ ୨୪ ଘଣ୍ଟାରେ ୫ଟି ଜିଲ୍ଲାକୁ ୟେଲେ ୱାର୍ଣ୍ଣିଂ ଜାରି

କାଳବୈଶାଖୀ ଯୋଗୁ ରାଜ୍ୟର ଅନେକ ସ୍ଥାନରେ କମିଛି ତାପମାତ୍ରା । ଆଗାମୀ ୪ ଦିନ ଯାଏ ରାଜ୍ୟରେ ଏଭଳି ପାଗ ଲାଗି ରହିବ। ଦିନ ତାପମାତ୍ରାରେ ମଧ୍ୟ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ଆଗାମୀ ୨୪ ଘଣ୍ଟାରେ ଉପକୂଳ ଓଡିଶା, ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶାର ଅନେକ ସ୍ଥାନ ଏବଂଉତ୍ତର ଆଭ୍ୟନ୍ତରୀଣ ଓଡିଶାର କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର ।

ଭୁବନେଶ୍ୱର (କେନ୍ୟୁଜ): କାଳବୈଶାଖୀ ଯୋଗୁ ରାଜ୍ୟର ଅନେକ ସ୍ଥାନରେ କମିଛି ତାପମାତ୍ରା । ଆଗାମୀ ୪ ଦିନ ଯାଏ ରାଜ୍ୟରେ ଏଭଳି ପାଗ ଲାଗି ରହିବ। ଦିନ ତାପମାତ୍ରାରେ ମଧ୍ୟ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ଆଗାମୀ ୨୪ ଘଣ୍ଟାରେ ଉପକୂଳ ଓଡିଶା, ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶାର ଅନେକ ସ୍ଥାନ ଏବଂଉତ୍ତର ଆଭ୍ୟନ୍ତରୀଣ ଓଡିଶାର କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର ।

ପୂର୍ବ ଆସାନ ଠାରୁ ପଶ୍ଚିମବଙ୍ଗର ଗାଙ୍ଗେୟ ଉପତ୍ୟାକା ଦେଇ ଉତ୍ତର ଓଡ଼ିଶା ପର୍ଯ୍ୟନ୍ତ ଏକ ଟ୍ରପ ଲାଇନ ବ୍ୟାପିଛି । ଏହା ସହ ସମୁଦ୍ର ମଧ୍ୟରୁ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ରାଜ୍ୟକୁ ପ୍ରବେଶ କରୁଛି । ପ୍ରଭାବରେ ରାଜ୍ୟରେ କାଳବୈଖାଶୀ ବର୍ଷା ଲାଗି ରହିଛି। ବିଜୁଳି ଘଡ଼ଘଡ଼ି ଓ ବର୍ଷା ନେଇ ଆଗାମୀ ୨୪ ଘଣ୍ଟାରେ ୫ଟି ଜିଲ୍ଲା ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, ଯାଜପୁରକୁ ୟେଲେ ୱାର୍ଣ୍ଣିଂ ଜାରି କରାଯାଇଛି। କାଳବୈଖାଶୀ ସମୟରେ ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦ କିମି ରହିବ । ଆଜି ପାଇଁ ୨ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ପବନର ଘଣ୍ଟାପ୍ରତି ବେଗ ୩୦ରୁ ୪୦ କିମି ରହିବ। ସେହିପରି ବିଜୁଳି ଘଡ଼ଘଡ଼ି ପାଇଁ ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । କାଳବୈଶାଖୀ ବର୍ଷା ପ୍ରଭାବରେ ରାଜ୍ୟର ବହୁ ସ୍ଥାନର ତାପମାତ୍ରା ୪୦ ଡିଗ୍ରୀ ତଳେ ରେକର୍ଡ ହୋଇଛି । ଗତକାଲି ମାତ୍ର ୪ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.