Below header

ହଂକଂ ଏବଂ ସିଙ୍ଗାପୁରରେ ବ୍ୟାନ୍ ହେଲା ଏମଡିଏଚ ଓ ଏଭରେଷ୍ଟ ମସଲା, ଏବେ ଆମେରିକାରେ ଚାଲିଛି ଯାଞ୍ଚ

ହଂକଂ ଏବଂ ସିଙ୍ଗାପୁରରେ ବ୍ୟାନ୍ ହେବାପରେ ବର୍ତ୍ତମାନ ଆମେରିକାରେ MDH ଏବଂ ଏଭରେଷ୍ଟ ମସଲା ଉପରେ ଅନୁସନ୍ଧାନ କରାଯାଉଛି ।

ହଂକଂ ଏବଂ ସିଙ୍ଗାପୁରରେ ବ୍ୟାନ୍ ହେବାପରେ ବର୍ତ୍ତମାନ ଆମେରିକାରେ MDH ଏବଂ ଏଭରେଷ୍ଟ ମସଲା ଉପରେ ଅନୁସନ୍ଧାନ କରାଯାଉଛି । ଆମେରିକାର ଖାଦ୍ୟ ଗୁଣବତ୍ତା ପରୀକ୍ଷା ଏଜେନ୍ସି- ଫୁଡ୍ ଆଣ୍ଡ ଡ୍ରଗ୍ସ ଆଡମିନିଷ୍ଟ୍ରେସନ୍- FDA କହିଛି ଯେ, ଏହା ଦୁଇଟିଯାକ ଭାରତୀୟ କମ୍ପାନୀର ଉତ୍ପାଦକୁ ଯାଞ୍ଚ କରୁଛି । ଏହି ମାସରେ ହଂକଂ ଏହାର ଅନୁସନ୍ଧାନରେ କହିଛି ଯେ ଦୁଇଟି ଭାରତୀୟ କମ୍ପାନୀର ମସଲାରେ ଅତ୍ୟଧିକ ପରିମାଣର ଇଥିଲିନ ଅକ୍ସାଇଡ୍ ମିଳିଛି ।

MDH କମ୍ପାନୀର ତିନିଟି ମସଲା ମଦ୍ରାସ କରି ପାଉଡର, ସାମ୍ବର ମସଲା ଓ କରି ପାଉଡରରେ ଏଥିଲିନ ଅକ୍ସାଇଡର ପରିମାଣ ଅଧିକ ଥିବା ଜଣାପଡିଛି । ସେହିପରି ଏଭେରେଷ୍ଟ କମ୍ପାନୀର ଫିସ୍ କରି ପାଉଡରରେ କିଟନାଶକ ରହିଛି । ଅତ୍ୟାଧିକ ପେଷ୍ଟିସାଇଡ୍ ଥିବାରୁ କ୍ୟାନସର ହେବା ଆଶଙ୍କା ରହିଛି ।

ହଂକଂ ଏଭରେଷ୍ଟ ଏବଂ MDH ର କିଛି ମସଲା ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଛି । ଏହା ପରେ ସିଙ୍ଗାପୁର ମଧ୍ୟ ଏଭରେଷ୍ଟ ଏବଂ MDH ଉତ୍ପାଦ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଛି । ଭାରତର ସବୁଠାରୁ ଲୋକପ୍ରିୟ ଉତ୍ପାଦ ମଧ୍ୟରେ MDH ଏବଂ ଏଭରେଷ୍ଟ ମସଲା ଅନ୍ୟତମ ।

ଏହି ମସଲା ୟୁରୋପ, ଏସିଆ ଏବଂ ଉତ୍ତର ଆମେରିକାର ବଜାରରେ ମଧ୍ୟ ବିକ୍ରି ହୁଏ । ତେବେ ମସଲାର ଗୁଣବତ୍ତାକୁ ନେଇ ବିବାଦ ପରେ ଏଭରେଷ୍ଟ ପକ୍ଷରୁ କୁହାଯାଇଥିଲା ଯେ ଏହାର ଉତ୍ପାଦ ସୁରକ୍ଷିତ ଅଛି । ଏଥିସହିତ ଭାରତୀୟ ଖାଦ୍ୟ ସୁରକ୍ଷା ଅଧିକାରୀ ମଧ୍ୟ ଉଭୟ କମ୍ପାନୀର ମସଲା ଯାଞ୍ଚ ଆରମ୍ଭ କରିଛନ୍ତି । ତେବେ ଏମଡିଏଚ ଓ ଏଭରେଷ୍ଟ ମସଲା  କମ୍ପାନୀ ପକ୍ଷରୁ ଅଭିଯୋଗକୁ ଖଣ୍ଡନ କରିବା ସହ ଗ୍ରାହକଙ୍କୁ ପୁଣି ଏହାକୁ କିଣିବା ପାଇଁ ନିବେଦନ କରାଯାଇଛି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.