Below header

ଆଜି କଳାହାଣ୍ଡି ଓ ନୂଆପଡ଼ାରେ ମାରାଥନ କ୍ୟାମ୍ପେନ କରିବେ ବିଜେଡି ସୁପ୍ରିମୋ

ବିଜେଡି କ୍ୟାମ୍ପେନ ଘମାଘୋଟ । ମଙ୍ଗ ଧରିଛନ୍ତି ନିଜେ ସୁପ୍ରିମୋ ନବୀନ ପଟ୍ଟନାୟକ । ଆଜି କଳାହାଣ୍ଡି ଓ ନୂଆପଡ଼ାରେ ମାରାଥନ କ୍ୟାମ୍ପେନ କରିବେ ନବୀନ। ପୂର୍ବାହ୍ନ ୧୧ଟା ୫ ମିନିଟରେ ଭବାନୀପାଟଣା ଶ୍ରୀକୃଷ୍ଣ ନଗରରେ ପହଁଚି ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ ।

ଭୁବନେଶ୍ୱର (କେନ୍ୟୁଜ): ବିଜେଡି କ୍ୟାମ୍ପେନ ଘମାଘୋଟ । ମଙ୍ଗ ଧରିଛନ୍ତି ନିଜେ ସୁପ୍ରିମୋ ନବୀନ ପଟ୍ଟନାୟକ । ଆଜି କଳାହାଣ୍ଡି ଓ ନୂଆପଡ଼ାରେ ମାରାଥନ କ୍ୟାମ୍ପେନ କରିବେ ନବୀନ। ପୂର୍ବାହ୍ନ ୧୧ଟା ୫ ମିନିଟରେ ଭବାନୀପାଟଣା ଶ୍ରୀକୃଷ୍ଣ ନଗରରେ ପହଁଚି ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ ।

ନବୀନଙ୍କ ସହ କଳାହାଣ୍ଡିର ୫ ବିଧାନସଭା ପ୍ରାର୍ଥୀ ଓ ସାଂସଦ ପ୍ରାର୍ଥୀ ଉପସ୍ଥିତ ରହିବେ । ବିଜୁ ଜନତା ଦଳକୁ ଭୋଟ ଦେବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିବେ । କଳାହାଣ୍ଡି ପରେ ମଧ୍ୟାହ୍ନ ୧୨ଟା ୧୦ରେ ନୂଆପଡ଼ା ଜିଲ୍ଲାର ଖଡ଼ିଆଳରେ ନିର୍ବାଚନୀ ସଭାରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ।

ଆସନ୍ତା ୧୩ରେ ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ । ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ବ୍ରହ୍ମପୁର ଲୋକସଭା ଆସନ ଏବଂ ଏହା ଅଧୀନରେ ଆସୁଥିବା ୨୮ଟି ବିଧାନସଭା ଆସନରେ ଭୋଟ ଗ୍ରହଣ ହେବ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଉଷ୍ମତା ଶୀର୍ଷରେ ପହଞ୍ଚିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.