Below header

ପ୍ରଚାର ମୈଦାନରେ ମୋଦି: ଆଜି ବ୍ରହ୍ମପୁର ଓ ନବରଙ୍ଗପୁରରେ କରିବେ ସମ୍ବୋଧନ

 ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ବ୍ରହ୍ମପୁର ଓ ନବରଙ୍ଗପୁରରେ ଜନସମାବେଶକୁ ସମ୍ବୋଧନ କରିବେ ମୋଦି । ୨୦୨୪ ନିର୍ବାଚନ ପାଇଁ ଆଜି ଓଡ଼ିଶାରେ ମୋଦିଙ୍କ ପ୍ରଥମ ପ୍ରଚାର ।

ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ବ୍ରହ୍ମପୁର ଓ ନବରଙ୍ଗପୁରରେ ଜନସମାବେଶକୁ ସମ୍ବୋଧନ କରିବେ ମୋଦି । ୨୦୨୪ ନିର୍ବାଚନ ପାଇଁ ଆଜି ଓଡ଼ିଶାରେ ମୋଦିଙ୍କ ପ୍ରଥମ ପ୍ରଚାର ।

ବ୍ରହ୍ମପୁରରେ ପ୍ରଥମ ନିର୍ବାଚନୀ ସଭାକୁ ସମ୍ବୋଧନ କରିବେ । ସକାଳ ୧୦ଟାରେ ବ୍ରହ୍ମପୁର ନିକଟସ୍ଥ କନିଷି ଛକରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗ ଦେବେ ମୋଦି । ଏକ ଘଣ୍ଟାର କାର୍ଯ୍ୟକ୍ରମ ପରେ ମୋଦି ନବରଙ୍ଗପୁର ଯିବେ ।

ଅପରାହ୍ନ ୧୨ଟା ୩୦ରେ ନବରଙ୍ଗପୁର ଚିକିଲି ଛକରେ ବିଜୟ ସଂକଳ୍ପ ସମାବେଶକୁ ସମ୍ବୋଧନ କରିବେ । ରାଜଭବନରେ ରାତ୍ରିଯାପନ କରିଥିଲେ ମୋଦି । ଗତକାଲି ବାୟୁସେନାର ସ୍ଵତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ରାଜଭବନ ଯାଇ ରାତ୍ରିଯାପନ କରିଥିଲେ ମୋଦି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.