ଟ୍ରକକୁ ଧକ୍କା ଦେଲା ୧୦୮ ଆମ୍ବୁଲାନ୍ସ, ରୋଗୀ ମୃତ

ଟ୍ରକକୁ ଧକ୍କା ଦେଲା ୧୦୮ ଆମ୍ବୁଲାନ୍ସ। ରୋଗୀ ମୃତ । ଟାଙ୍ଗୀ ବନ୍ଦାଳ ନିକଟରେ ଏକ ଟ୍ରକ ପଛକୁ ୧୦୮ ଆମ୍ବୁଲାନ୍ସ ଧକ୍କା ଦେଇଛି । ଆମ୍ବୁଲାନ୍ସଟି ରୋଗୀ ନେଇ ମୟୁରଭଞ୍ଜରୁ ଏସସିବି ମେଡିକାଲକୁ ଆସୁଥିଲା । ଦୁର୍ଘଟଣାରେ ରୋଗୀଟିର ମୃତ୍ୟୁ ଘଟିଥିବାବେଳେ ଆମ୍ବୁଲାନ୍ସ ଡ୍ରାଇଭର ସମେତ ୩ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି।

ଚୌଦ୍ୱାର (କେନ୍ୟୁଜ):  ଟ୍ରକକୁ ଧକ୍କା ଦେଲା ୧୦୮ ଆମ୍ବୁଲାନ୍ସ। ରୋଗୀ ମୃତ । ଟାଙ୍ଗୀ ବନ୍ଦାଳ ନିକଟରେ ଏକ ଟ୍ରକ ପଛକୁ ୧୦୮ ଆମ୍ବୁଲାନ୍ସ ଧକ୍କା ଦେଇଛି । ଆମ୍ବୁଲାନ୍ସଟି ରୋଗୀ ନେଇ ମୟୁରଭଞ୍ଜରୁ ଏସସିବି ମେଡିକାଲକୁ ଆସୁଥିଲା । ଦୁର୍ଘଟଣାରେ ରୋଗୀଟିର ମୃତ୍ୟୁ ଘଟିଥିବାବେଳେ ଆମ୍ବୁଲାନ୍ସ ଡ୍ରାଇଭର ସମେତ ୩ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି। ଗୁରୁତରଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯାଇଛି। ପରେ ଖବର ପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

ଅନ୍ୟପଟେ ଘଟଣା ସ୍ଥଳରେ ଟାଙ୍ଗୀ ପୋଲିସ  ପହଞ୍ଚି ଦୁର୍ଘଟଣା ଘଟାଇ ଥିବା ଆମ୍ବୁଲାନ୍ସକୁ ଜବତ୍ କରି ଥାନକୁ ଆଣିଛି।  କିନ୍ତୁ ଟ୍ରକଟି  ଫେରାର ହୋଇଯାଇଛି । ପୋଲିସ ଘଟଣାର ଅଧିକ ତଦନ୍ତ କରୁଛି ।

 

 

 

Leave A Reply

Your email address will not be published.