୩୧ରେ କେରଳ ଛୁଇଁବ ମୌସୁମୀ, ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ

ଆସନ୍ତା ୩୧ରେ କେରଳ ଛୁଇଁପାରେ ମୌସୁମୀ । ଏଥିରେ ମଡେଲ ତ୍ରୁଟି ୪ ଦିନ ରହିପାରେ । ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ମୌସୁମୀ ଅଗ୍ରଗତି ପାଇଁ ପାଗ ଅନୁକୂଳ ରହିଥିବା ବେଳେ ମେ ୩୧ରେ ଦକ୍ଷିଣ -ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବାର ସମ୍ଭାବନା ରହିଛି ।

ଭୁବନେଶ୍ୱର(କେନ୍ୟୁଜ୍‌): ଆସନ୍ତା ୩୧ରେ କେରଳ ଛୁଇଁପାରେ ମୌସୁମୀ । ଏଥିରେ ମଡେଲ ତ୍ରୁଟି ୪ ଦିନ ରହିପାରେ । ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ମୌସୁମୀ ଅଗ୍ରଗତି ପାଇଁ ପାଗ ଅନୁକୂଳ ରହିଥିବା ବେଳେ ମେ ୩୧ରେ ଦକ୍ଷିଣ -ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବାର ସମ୍ଭାବନା ରହିଛି ।

ଏ ଭିତରେ ଦକ୍ଷିଣ ଆରବ ସାଗର, ମାଳଦ୍ବୀପ, କୋମରିନ, ଦକ୍ଷିଣ ବଙ୍ଗୋପସାଗର ଓ ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜର ଆଉ କିଛି ଅଂଶକୁ ମୌସୁମୀ ବାୟୁ ଅଗ୍ରସର ହୋଇଛି । ଦକ୍ଷିଣ ବଙ୍ଗୋପସାଗର, ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜର ବାକି ଅଂଶକୁ ଦୁଇ ଦିନ ଭିତରେ ମୌସୁମୀ ଛୁଇଁବ ବୋଲି ଆକଳନ କରାଯାଇଛି । ଆଗାମୀ ୩ ଦିନ ଭିତରେ ଦିନ ତାପମାତ୍ରା ୨ରୁ ୩ ଡଗ୍ରୀ ସେଲସିୟସ ବଢିପାରେ । ତାପମାତ୍ରାରେ ୱଡ଼ ଧରଣର ପରିବର୍ତ୍ତନ ସମ୍ଭାବନା ନାହିଁ ।

 

Leave A Reply

Your email address will not be published.