ନିଜ ବିବାହରେ ‘ମଞ୍ଜୁଳିକା’ ଭଳି ଅଭିନୟ କଲା କନ୍ୟା, ଭାଇରାଲ ହେଉଛି ଭିଡିଓ

ବିବାହରେ ଜୟମାଳାକୁ ନେଇ ସାଧାରଣତଃ ଲୋକମାନେ ବହୁତ ଉତ୍ସାହିତ ଥାନ୍ତି । କିନ୍ତୁ ଏକ ବିବାହ ସମାରୋହରେ ଯେତେବେଳେ ବର-କନ୍ୟା ଜୟମାଲା ପାଇଁ ମଞ୍ଚରେ ଥିଲେ, ସେତେବେଳେ କିଛି ଏଭଳି ଘଟିଥିଲା ​​ଯେ ସେମାନଙ୍କ ଭିଡିଓ ଏବେ ଇଣ୍ଟରନେଟରେ ହଇଚଇ ସୃଷ୍ଟି କରିଛି ।

ବିବାହରେ ଜୟମାଳାକୁ ନେଇ ସାଧାରଣତଃ ଲୋକମାନେ ବହୁତ ଉତ୍ସାହିତ ଥାନ୍ତି । କିନ୍ତୁ ଏକ ବିବାହ ସମାରୋହରେ ଯେତେବେଳେ ବର-କନ୍ୟା ଜୟମାଲା ପାଇଁ ମଞ୍ଚରେ ଥିଲେ, ସେତେବେଳେ କିଛି ଏଭଳି ଘଟିଥିଲା ​​ଯେ ସେମାନଙ୍କ ଭିଡିଓ ଏବେ ଇଣ୍ଟରନେଟରେ ହଇଚଇ ସୃଷ୍ଟି କରିଛି । କେବଳ ଏତିକି ନୁହେଁ, କନ୍ୟାର ଏଭଳି ଅଦ୍ଭୁତ କାରନାମା ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଏବଂ ଏହା କିପରି ଘଟିଲା ବୋଲି ପଚାରୁଛନ୍ତି?

ବାସ୍ତବରେ, ଏକ ବିବାହାରେ ବର କନ୍ୟା ପାଖକୁ ଯିବା ମାତ୍ରେ କନ୍ୟା ଜଣଙ୍କ ବହୁତ ଅଜବ ବ୍ୟବହାର କରିବା ଆରମ୍ଭ କରିଛି । ଏହି କନ୍ୟାର କାର୍ଯ୍ୟ ଠିକ ଭୁତୁଣୀ ‘ମଞ୍ଜୁଲିକା’ ପରି ଥିଲା । ତେବେ କିଛି ୟୁଜର୍ସ କହିଛନ୍ତି ଯେ ଏହି ଭିଡିଓ ସ୍କ୍ରିପ୍ଟେଡ୍ ଅଟେ । ତେବେ ଭାଇରାଲ ହେଉଥିବା ଭିଡିଓଟି ମାତ୍ର ୧୭ ସେକେଣ୍ଡର ଯେଉଁଥିରେ ଆମେ ଏକ ବିବାହ ମାହୋଲ ଦେଖିପାରିବା । ମଞ୍ଚ ସଜାଯାଇଛି । ସମ୍ପର୍କୀୟମାନେ ବର ଏବଂ କନ୍ୟାର ଚାରିପାଖରେ ଠିଆ ହୋଇଛନ୍ତି ।

ବର ଜଣଙ୍କ ବାରମାଲା ପାଇଁ କନ୍ୟାକୁ ଚାହିଁ ରହିଥାଏ ଏବଂ କନ୍ୟା ସୋଫାରେ ବସିଛି । ହଠାତ୍ ସେ ବରକୁ ଦେଖି ଜୋରରେ ହସିବାକୁ ଲାଗିଲା । ଯାହାପରେ ଲୋକମାନେ ଭୟଭୀତ ହୋଇଯାଇଛନ୍ତି । ତା’ପରେ କନ୍ୟା ଜଣଙ୍କ ଭୂତୁଣୀ ଭଳି ଚୁଟି ଖୋଲିଦେଇ ପାଗଳ ଭଳି ହେଉଛନ୍ତି । ଏହାପରେ ପରିବେଶ ଏପରି ହୋଇଯାଏ ଯେ ବର ଭୟଭୀତ ହୋଇ ସୋଫା ପଛକୁ ପଳାଇଯାଇଛନ୍ତି ।

ଏହି ରୋଚକ ଭିଡିଓ ମାଇକ୍ରୋବ୍ଲଗିଂ ସାଇଟରେ @RaviShanka_IND ଦ୍ୱାରା ପୋଷ୍ଟ କରାଯାଇଥିଲା ଏବଂ ଲେଖିଥିଲେ – ବିଚରା ବର କୋମାକୁ ନ ଚାଲିଯାଉ । ତେବେ ଏହି ଭିଡିଓଟି ୭ ଲକ୍ଷରୁ ଅଧିକ ଭ୍ୟୁ ଏବଂ ୫ ହଜାରରୁ ଅଧିକ ଲାଇକ୍ ପାଇଛି । ଏହି ଭିଡିଓରେ ଶହ ଶହ ୟୁଜର୍ସ ଅନେକ କମେଣ୍ଟ ଦେଇଛନ୍ତି । ତେବେ ଏହି ଭିଡିଓ କେବେ ଓ କେଉଁଠାରେ ସୁଟିଂ କରାଯାଇଥିଲା ତାହା ନିଶ୍ଚିତ ହୋଇନାହିଁ ।

Leave A Reply

Your email address will not be published.