ଆଇସିସିର ଘୋଷଣା : ଟି୨୦ ବିଶ୍ୱକପ ପୂର୍ବରୁ ଜୁନ୍‌ ୧ରେ ଓ୍ଵାର୍ମଅପ୍‌ ମ୍ୟାଚ ଖେଳିବ ଭାରତ

ବିଶ୍ୱକପ ଓ୍ଵାର୍ମଅପ୍‌ ମ୍ୟାଚ ୨୭ ମଇରୁ ଜୁନ ୧ ଆମେରିକା, ତ୍ରିନାଦାଦ ଏବଂ ଟେବୋଗୋରେ ଖେଳାଯିବ । ଓ୍ଵାର୍ମଅପ୍‌ ମ୍ୟାଚ ଭାରତ ଏବଂ ବାଂଲାଦେଶ ମଧ୍ୟରେ ମ୍ୟାଚ ଜୁନ୍‌ ୧ ତାରିଖରେ ହେବ । ଏହି ମ୍ୟାଚ ନ୍ୟୁୟର୍କର ନାସାଓ କାଉଣ୍ଟି ଇଣ୍ଟନରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ ।

ଆଇସିସି ଟି-୨୦ ବିଶ୍ୱକପ ୨୦୨୪ ପାଇଁ ଓ୍ଵାର୍ମଅପ୍‌ ମ୍ୟାଚ ସୂଚୀ ଘୋଷଣା ହୋଇଛି । ବିଶ୍ୱକପ ଓ୍ଵାର୍ମଅପ୍‌ ମ୍ୟାଚ ୨୭ ମଇରୁ ଜୁନ ୧ ଆମେରିକା, ତ୍ରିନାଦାଦ ଏବଂ ଟେବୋଗୋରେ ଖେଳାଯିବ । ବିଶ୍ୱକପ ପୂର୍ବରୁ ୧୬ଟି ଓ୍ଵାର୍ମଅପ୍‌ ମ୍ୟାଚ ଖେଳାଯିବ । ଶେଷ ଓ୍ଵାର୍ମଅପ୍‌ ମ୍ୟାଚ ଭାରତ ଏବଂ ବାଂଲାଦେଶ ମଧ୍ୟରେ ହେବ । ଏହି ମ୍ୟାଚ ଜୁନ୍‌ ୧ ତାରିଖରେ ହେବ । ଆଗରୁ ଏହି ମ୍ୟାଚ୍‌ ପାଇଁ ସ୍ଥାନ ଏବଂ ଦିନ ଘୋଷଣା କରାଯାଇନଥିଲା । ଆଇସିସି ଏହାକୁ ନେଇ ଏବେ ଘୋଷଣା କରିଛି ।

ଭାରତୀୟ ଟିମ୍‌ ଟି୨୦ ବିଶ୍ୱକପର ମେନ ଇଭେଣ୍ଟ ପୂର୍ବରୁ କେବଳ ଗୋଟିଏ ଓ୍ଵାର୍ମଅପ୍‌ ମ୍ୟାଚ ଖେଳିବ । ଏହି ମ୍ୟାଚ ନ୍ୟୁୟର୍କର ନାସାଓ କାଉଣ୍ଟି ଇଣ୍ଟନରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ । ଏହି ପଡିଆରେ ପ୍ରଥମ ମ୍ୟାଚ ଖେଳାଯିବ । ଏଥିପାଇଁ ଷ୍ଟାଡିୟମ ତିଆରି ହୋଇଛି । ନିକଟରେ ଷ୍ଟାଡିୟମକୁ ଲଞ୍ଚ କରାଯାଇଛି । ଏବେ ଷ୍ଟାଡିୟମଟି ପ୍ରଥମ ମ୍ୟାଚ ଖେଳିବାକୁ ପ୍ରସ୍ତୁତ ।

ଏହି ମ୍ୟାଚ ଭାରତୀୟ ସମୟାନୁସାରେ ୮.୩୦ରେ ଖେଳାଯିବ । ଜୁନ୍‌ ୧ ତାରିଖରେ ଏହି ମ୍ୟାଚ ଖେଳାଯିବ । ଭାରତ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ଏହି ମ୍ୟାଚ୍‌ ଏହି ଷ୍ଟାଡିୟମରେ ହେବ । ଏହି ଷ୍ଟାଡିୟମର କ୍ଷମତା ୩୪,୦୦୦ ଲୋକ ବସିପାରିବେ ।

ତେବେ ୧୬ଟି ଓ୍ଵାର୍ମଅପ୍‌ ମ୍ୟାଚ ମଧ୍ୟରେ କେବଳ ୨ଟି ମ୍ୟାଚ ପାଇଁ ଦର୍ଶକଙ୍କୁ ଏଣ୍ଟ୍ରି ମିଳିବ । ଭାରତ-ବାଂଲାଦେଶ ମ୍ୟାଚ୍‌ ପାଇଁ ଫ୍ୟାନ୍ସଙ୍କୁ ଏଣ୍ଟ୍ରି ମିଳିବ । ସେହିପରି େଓ୍ଵଷ୍ଟଇଣ୍ଡିଜରେ ଗୋଟେ ମ୍ୟାଚ ପାଇଁ ଏଣ୍ଟ୍ରି ମିଳିବ । ଭାରତ-ବାଂଲାଦେଶ ମଧ୍ୟରେ ମ୍ୟାଚ ପାଇଁ ଟିକେଟ ୨୩ ମଇରୁ ବିକ୍ରି ହେବ ।

ଜୁନ ୨ରୁ ଟି-୨୦ ବିଶ୍ୱକପ ଆରମ୍ଭ ହେବାକୁ ଯାଉଥିବା ବେଳେ ଜୁନ ୫ରେ ଭାରତ ତା’ର ପ୍ରଥମ ମ୍ୟାଚ ଖେଳିବ ।

ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ :

ରୋହିତ ଶର୍ମା(ଅଧିନାୟକ), ଯଶସ୍ୱୀ ଜୟସଓ୍ଵାଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ରିଷଭ ପନ୍ତ, ସଞ୍ଜୁ ସାମସନ, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ଯୁଜବେନ୍ଦ୍ର ଚହଲ, ଜସପ୍ରୀତ ବୁମରା, ମହମ୍ମଦ ସିରାଜ, ଅର୍ଶଦୀପ ସିଂ ସାମିଲ ରହିଛନ୍ତି ।

ଷ୍ଟାଣ୍ଡବାଏ : ଶବମନ ଗିଲ, ରିଙ୍କୁ ସିଂ, ଖଲୀଲ ଅହମଦ, ଆବେଶ ଖାନ ।

Leave A Reply

Your email address will not be published.