ଗିରିଧାରୀଙ୍କ ହାତ ତିଆରି ପୋଷାକ ଯିଏ ପିନ୍ଧିଛନ୍ତି, ନିର୍ବାଚନରେ ସେ ନିଶ୍ଚୟ ଶୁଭ ପାଇଛନ୍ତି

କର୍ମ କିଛି ଛୋଟ କି ବଡ଼ ନାହିଁ । କର୍ମ ନିଷ୍ଠାର ସହିତ କଲେ ସେହି କର୍ମ ହିଁ ଦିନେ ଉଚ୍ଚ ଆସନରେ ପହଞ୍ଚାଇବ । ଆମେ ଆଜି ଏମିତି ଗୋଟିଏ ବ୍ୟକ୍ତିଙ୍କ ବ୍ୟକ୍ତିତ୍ୱ କଥା କହିବୁ ଯାହାଙ୍କ ବିଷୟରେ ଜାଣିଲା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ଭୁବନେଶ୍ୱର (କେନ୍ୟୁଜ୍‌ ) : ଆମ ଭିତରେ ଅନେକ ଅଛନ୍ତି ଯେଉଁମାନେ କି ଯଦି କୌଣସି ବଡ଼ ସେଲିବ୍ରେଟି କୁହନ୍ତୁ କିମ୍ବା ଜୀବିକା ଯାହାକୁ ଯାହା ଭଲ ଲାଗେ ସିଏ ତାକୁ ଆପଣେଇ ନେଇ ଜୀବନ ଅତିବାହିତ କରନ୍ତି । ବେଳେ ବେଳେ କିଛି କାମକୁ ନିଜ ଜୀବନ ବାଟରେ ବଞ୍ଚିବା ପାଇଁ ସାହାରା ଭାବରେ ଗ୍ରହଣ କରାଯାଏ । ଶେଷରେ ସେହି ପେସା କାହାପାଇଁ ପାଲଟି ଯାଏ ଅନ୍ଧାର ତ ଆଉ କାହା ପାଇଁ ଆଲୋକ । କର୍ମ କିଛି ଛୋଟ କି ବଡ଼ ନାହିଁ । କର୍ମ ନିଷ୍ଠାର ସହିତ କଲେ ସେହି କର୍ମ ହିଁ ଦିନେ ଉଚ୍ଚ ଆସନରେ ପହଞ୍ଚାଇବ । ଆମେ ଆଜି ଏମିତି ଗୋଟିଏ ବ୍ୟକ୍ତିଙ୍କ ବ୍ୟକ୍ତିତ୍ୱ କଥା କହିବୁ ଯାହାଙ୍କ ବିଷୟରେ ଜାଣିଲା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆପଣ କହିବେ ଏମିତି ମଣିଷ ସମାଜରେ ଵି ଅଛନ୍ତି ଯାହାଙ୍କୁ ନେଇ ଆମେ ଗର୍ବ କରିପାରିଵା।

ହଁ ଆମେ କହୁଛୁ ଜଣେ ଅମାୟିକ ମଣିଷଙ୍କ କଥା । ସେହି ବ୍ୟକ୍ତି କିଏ କଣ ତାଙ୍କର ବ୍ୟକ୍ତିତ୍ୱ ଅଛି ଏବଂ କାହିଁକି ସେହି ବ୍ୟକ୍ତିଙ୍କୁ ଆପଣ ମାନଙ୍କ ସାମ୍ନାକୁ ଆଣିବାକୁ ଚାହୁଁଛୁ ଚାଲନ୍ତୁ ଜାଣିବା। ନାଁ ଟି ତାଙ୍କର ଗିରିଧାରୀ ବାରିକ । ଘର ଭୁବନେଶ୍ୱର ଓ଼ଲ୍ଡ ଟାଉନ ଅଞ୍ଚଳରେ । ଅଭାବ ଅନାଟନ ପରିବାର ଭିତରେ ଗିରିଧାରୀ ବଢ଼ି ଆସିଥିଲେ । ବାପା ମାଆଙ୍କ ଅନେକ ପୁଅ ଝିଅଙ୍କ ଭିତରୁ ଗିରିଧାରୀ ଅଳ୍ପ ବୟସରୁ ପାଠରେ ଡୋରି ବାନ୍ଧିଲେ । ସେ ଯେତେବେଳେ ଚଉଦ ବର୍ଷ ବୟସର ପ୍ରାୟ ହୋଇ ଥାନ୍ତି ଘର ପାଖରେ ଜଣେ ଦରଜୀ ତାଙ୍କୁ ପ୍ୟାଣ୍ଟ ସାର୍ଟ ସିଲେଇ ଶିଖିବା ପାଇଁ ପରାମର୍ଶ ଦେଲେ । ତାପର ଠାରୁ ଗିରିଧାରୀ ସିଲେଇ ଶିଖିବା କାମ ଆରମ୍ଭ କଲେ । ଧୀରେ ଧୀରେ କାମ ଶିଖିଲେ ଦୁଇ ଟଙ୍କା ରୋଜଗାର କଲେ । ବଡ଼ ହେଲାପରେ ଭଲ ସିଲେଇ ମାଷ୍ଟର ମଧ୍ୟ ହୋଇଗଲେ ସେ । କିନ୍ତୁ ଆଉ କିଛି ଅଧିକ ଜାଣିବା ପାଇଁ ତାଲିମ ନେବାକୁ ବିଦେଶ ଗଲେ । ସେଠାରୁ ଆସି ଭୁବନେଶ୍ୱରରେ ବୁଲିଲେ କାହିଁକି ନା ପ୍ରକୃତ ସୁବିଧା ନଥିଲା ସ୍ଥାୟିତ୍ୱ ପାଇଁ ।

ଦିନେ ଖଦି ନିକେତନ ପାଖରେ ଥାଆନ୍ତି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ, ଯାଇଥାନ୍ତି ନିଜ ପାଇଁ ଡ୍ରେସ କପଡା କିଣିବାକୁ । ସେଇଠି ସୁଯୋଗ ପାଇଥିଲେ ବିଜୁ ପଟ୍ଟନାୟକଙ୍କ ଡ୍ରେସ ସିଲେଇ କରିବାକୁ । ତାପର ଠାରୁ ଆରମ୍ଭ ହେଲା ତାଙ୍କର ଜୀବନ ଯାତ୍ରା । ବିଜୁ ପଟ୍ଟନାୟକଙ୍କ ଡ୍ରେସ ସିଲେଇ ଏତେ ସୁନ୍ଦର ହୋଇଥିଲା ପରେ ପରେ ଅନ୍ୟ ନେତା ମାନେ ଗିରିଧାରୀଙ୍କ ନିକଟରେ ଡ୍ରେସ ସିଲେଇ କରିବାକୁ ଲାଇନ ଲଗେଇଲେ । ସମସ୍ତ ନେତାଙ୍କର ମାପ ଠାରୁ ଆରମ୍ଭ କରି ନା ସବୁ କଥା ନେଇ ଲମ୍ବା ଲିଷ୍ଟ ଆମ ପାଖରେ ପୁରୁଣା ଖାତା ଆଡେଇ ଦେଖାଉଥିଲେ ସେ । କହୁଥିଲେ ଯେତେବେଳେ ପୁରୁଣା ନେତା କୁହନ୍ତୁ କିମ୍ବା ନୂଆ ନେତା ଆଉ ନେତା ଅନ୍ତେ ସେମାନଙ୍କ ପୁଅ ପୁତୁରା ନାତି ଯିଏ ନେତା ହୁଅନ୍ତି ସେମାନେ ଆସି ଗିରିଧାରୀଙ୍କ ନିକଟରେ ହିଁ ଡ୍ରେସ ସିଲାଇ କରି ନିଅନ୍ତି । କୁହାଯାଏ ଯେ ଗିରିଧାରୀଙ୍କ ହାତ ସିଲେଇ ଡ୍ରେସ ଯିଏ ପିନ୍ଧି ପେଣ୍ଡାଲ ଉପରକୁ ଯାଇଛି ସିଏ ଶୁଭ ଫଳ ସହିତ ନିର୍ବାଚନରେ ଜିତିଛନ୍ତି । ଭାରି ଶୁଭ ମାନନ୍ତି ଗିରିଧାରୀଙ୍କ ହାତରେ ତିଆରି ନେତା ପୋଷାକକୁ । ସବୁ ପ୍ରକାର ଡ୍ରେସ ସିଲେଇ କରନ୍ତି ଗିରିଧାରୀ । ପ୍ରଥମେ ପଚାଶ ଶହେରୁ ଆରମ୍ଭ କରିଥିଲେ ଏବେ ପାଞ୍ଚଶାହ ଆଠ ଶହ ମଜୁରୀ ମିଳେ ଗୋଟିଏ ହଳେ ଡ୍ରେସ ସିଲେଇ କଲେ ।

କେତେ ଅମାୟିକ ଆଉ ସଚୋଟ ଲୋକ ଆଉ ଏକ ଉଦାହରଣରୁ ଜଣା ପଡିବ । ଏତେ ନେତାଙ୍କ ସହିତ ଭଲ ସମ୍ପର୍କ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଭଳି ଲୋକଙ୍କ ସଂସ୍ପର୍ଶରେ ଆସିଥିଲେ ଆଉ ସମ୍ପର୍କ ଗଢ଼ିଥିଲେ ବି । ଖାଲି ସେତିକି ନୁହେଁ ଓଡିଶାରେ ତଥା ଓଡିଶା ବାହାର ଅନେକ ନେତାଙ୍କ ଡ୍ରେସ ସିଲାଇ ରୁ ସମ୍ପର୍କ ଭଲ ଗଢି ଉଠିଥିଲେ ମଧ୍ୟ କେବେ କାହା ପାଇଁ କୌଣସି ନେତାଙ୍କ ପାଖରେ ସୁପାରିଶ କରିବାକୁ କହି ନାହାନ୍ତି । ଅନେକ ସେଲିବ୍ରେଟି ଆଇଏଏସ ଅଫିସର କାହାକୁ ନଚିହ୍ନି ନାହାନ୍ତି ବୋଲି ନାହିଁ । ସମସ୍ତଙ୍କ ଡ୍ରେସ ସିଲାଇ କରି ଦିଅନ୍ତି । ଆଉ ତାଙ୍କ ସାଙ୍ଗରେ ଜଣେ ବାଲ୍ୟ ବନ୍ଧୁ ଏପର୍ଯ୍ୟନ୍ତ ଏହି ସିଲାଇ କାର୍ଯ୍ୟରେ ଗିରିଧାରୀଙ୍କୁ ସହଯୋଗ କରି ଆସୁଛନ୍ତି । ଆମ ଭିତରେ ଅନେକ ଅଛନ୍ତି ଯେଉଁମାନେ କି ଯଦି କୌଣସି ବଡ଼ ସେଲିବ୍ରେଟି କୁହନ୍ତୁ କିମ୍ବା ନେତା ନେତାଳିଆମାନଙ୍କ କଥା କୁହନ୍ତୁ । ଯଦି ଯାହାକୁ ପାଖରେ ପାଇଲେ ସେମାନଙ୍କ ସହିତ ସେଲ୍ଫି ନେଇ ସୋସିଆଲ ମିଡିଆରେ ପୋଷ୍ଟ କରିଦିଅନ୍ତି । ନିଜକୁ ଭାରି ଦେଖାଇ ହୁଅନ୍ତି ଆରେ ସେ ଅମୁକ ନେତା ସହିତ ଭାରି ଭଲ, ଏମିତି ଅନେକ କିଛି । ହେଲେ ଗିରିଧାରୀ ବାବୁଙ୍କର ଆଜି ଯାଏ କୌଣସି ନେତା ହେଉ କି ସେଲିବ୍ରେଟି କାହାରି ସାଙ୍ଗରେ କିଛି ଗୋଟିଏ ଵି ସେଲ୍ଫି ନେଇନାହାଁନ୍ତି କି ଫଟୋ ମଧ୍ୟ ନାହିଁ ।

ସେ ଆହୁରି ମଧ୍ୟ କୁହନ୍ତି ବଂଚିଥିବା ଯାଏ ସବୁ ନେତା ଅଣ ନେତା ସେମାନଙ୍କ ପୁଅଝିଅ ଙ୍କ ଡ୍ରେସ ସିଲାଇ କରୁଥିବେ । ଆଉ ଗୋଟିଏ ବଡ଼ କଥା ସେ କାହାଠାରୁ କେବେ ଅଧିକା ଟଙ୍କା କି କମ ଟଙ୍କା ନିଅନ୍ତିନି । ସମସ୍ତଙ୍କୁ ସମାନ ଟଙ୍କା ନେଇଥାନ୍ତି । କିଛି ନହେଲେ ମନେ ତ ରଖିବେ ଗିରିଧାରୀ ବାରିକ ଜଣେ ଦର୍ଜୀ ଵା ଟେଲର ଥିଲେ ବୋଲି ।

Leave A Reply

Your email address will not be published.