କଲିକତା ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି, ୨୦୧୦ ପରେ ଜାରି ସମସ୍ତ ଓବିସି ପ୍ରମାଣପତ୍ର ରଦ୍ଦ

ପଶ୍ଚିମବଙ୍ଗରେ କଲିକତା ହାଇକୋର୍ଟ ବଡ଼ ନିଷ୍ପତ୍ତି ନେଇଛନ୍ତି । କଲିକତା ହାଇକୋର୍ଟ ୨୦୧୦ ପରେ ଦିଆଯାଇଥିବା ସମସ୍ତ OBC ପ୍ରମାଣପତ୍ରକୁ ରଦ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ପଶ୍ଚିମବଙ୍ଗରେ କଲିକତା ହାଇକୋର୍ଟ ବଡ଼ ନିଷ୍ପତ୍ତି ନେଇଛନ୍ତି । କଲିକତା ହାଇକୋର୍ଟ ୨୦୧୦ ପରେ ଦିଆଯାଇଥିବା ସମସ୍ତ OBC ପ୍ରମାଣପତ୍ରକୁ ରଦ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆଦେଶ ମୁତାବକ, ଯେଉଁ ଲୋକମାନଙ୍କୁ ଚାକିରି ମିଳିସାରିଛି କିମ୍ବା ଚାକିରି ପାଇବାକୁ ଯାଉଛନ୍ତି, ସେମାନଙ୍କ ଉପରେ ଏହି ନିଷ୍ପତ୍ତିର କୌଣସି ପ୍ରଭାବ ପଡ଼ିବ ନାହିଁ । ୨୦୧୦ ପରେ କରାଯାଇଥିବା ସମସ୍ତ ଓବିସି ତାଲିକାକୁ ହାଇକୋର୍ଟ ରଦ୍ଦ କରିଛନ୍ତି ।

କଲିକତା ହାଇକୋର୍ଟ ଦେଇଥିବା ନିଷ୍ପତ୍ତିର ପରିଣାମ ସ୍ୱରୂପ, ପାଖାପାଖି ୫ ଲକ୍ଷ OBC ପ୍ରମାଣପତ୍ର ରଦ୍ଦ ହେବାକୁ ଯାଉଛି । ପଶ୍ଚିମବଙ୍ଗ ପଛୁଆ ବର୍ଗ ଆୟୋଗ ଅଧିନିୟମ ୧୯୯୩ ଅନୁସାରେ, ଓବିସିର ଏକ ନୂତନ ତାଲିକା ପ୍ରସ୍ତୁତ ହେବ । ଚୂଡ଼ାନ୍ତ ଅନୁମୋଦନ ପାଇଁ ଏହି ତାଲିକା ବିଧାନସଭାରେ ଉପସ୍ଥାପିତ ହେବା ଜରୁରୀ । ତେବେ ୨୦୧୦ ପୂର୍ବରୁ ଓବିସି ବର୍ଗ ରୂପରେ ଘୋଷିତ ଗୋଷ୍ଠୀଗୁଡିକ ବୈଧ ରହିବ ।

ସେପଟେ ବାଂଲାଦେଶର ନିଖୋଜ ସାଂସଦ ଅନୱାରୁଲ ଅଜିମ ଅନାର ଆଜି କୋଲକାତାରେ ମୃତ ଅବସ୍ଥାରେ ମିଳିଛନ୍ତି । ତାଙ୍କ ମୃତ୍ୟୁକୁ ବାଂଲାଦେଶ ଗୃହମନ୍ତ୍ରୀ ନିଶ୍ଚିତ କରିଛନ୍ତି । ଅନୱାରୁଲ ଅଜିମ ଥିଲେ ଶାସକ ଦଳ ‘ଅୱାମୀ ଲିଗ୍‌’ର ସାଂସଦ । ସେ ନିଜର ଚିକିତ୍ସା ପାଇଁ ଭାରତ ଆସିଥିଲେ । କିନ୍ତୁ ଗତ କିଛି ଦିନ ହେବ କେଉଁଆଡ଼େ ନିଖୋଜ ହୋଇଯାଇଥିଲେ । ତାଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ୍ ଚାଲିଥିଲା ।

ବାଂଲାଦେଶ ଗୃହମନ୍ତ୍ରୀ ଅସଦୁଜମାନ ଖାନ କହିଛନ୍ତି ଯେ କୋଲକାତା ପୋଲିସ ଅନୱାରୁଲଙ୍କ ମୃତ୍ୟୁ ନିଶ୍ଚିତ କରିଛି । ପୋଲିସ ସୂଚନା ଅନୁସାରେ, ତିନି ଥରର ସାଂସଦ ଅନୱାରୁଲ ଏକ ଫ୍ଲାଟରେ ମୃତ ଅବସ୍ଥାରେ ମିଳିଥିଲେ । ଏଠାରେ ସେ କାହାକୁ ଭେଟିବା ପାଇଁ ଆସିଥିଲେ ।

କହି ରଖୁଛୁ, ମେ’ ୧୨ରେ ଅନୱାରୁଲ କୋଲକାତାରେ ପହଞ୍ଚିଥିଲେ । ହେଲେ ସେବେଠାରୁ ତାଙ୍କ ପରିବାର ସହିତ ତାଙ୍କର ଯୋଗାଯୋଗ ହୋଇପାରି ନ ଥିଲା । ମେ’ ୧୪ରୁ ତାଙ୍କ ଫୋନ୍ ମଧ୍ୟ ବନ୍ଦ ହୋଇଯାଇଥିଲା ।

Leave A Reply

Your email address will not be published.