ଚମ୍ପୁଆରେ ଶ୍ରୀରାମ, ବିଜେପି ପାଇଁ ପ୍ରଚାର କରିଛନ୍ତି ଅରୁଣ ଗୋଭିଲ

ଚମ୍ପୁଆରେ ଶ୍ରୀରାମ । ବିଜେପି ପାଇଁ ପ୍ରଚାର କରିଛନ୍ତି ଟିଭି ଧାରାବାହିକ ରାମାୟଣର ଶ୍ରୀରାମଙ୍କ ଚରିତ୍ରରେ ଅଭିନୟ କରିଥିବା ଅରୁଣ ଗୋଭିଲ । ଚମ୍ପୁଆ ନେହେରୁ ଷ୍ଟାଡିୟମରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶ ସଭାକୁ ସମ୍ବୋଧନ କରିଥିଲେ । ପ୍ରଶଂସକମାନେ ତାଙ୍କୁ ଫୁଲ ମାଳ ଦେବା ସହ ପାଦ ଛୁଇଁ ପ୍ରଣାମ କରିଥିଲେ ।

କେଉଁଝର(କେନ୍ୟୁଜ୍‌): ଚମ୍ପୁଆରେ ଶ୍ରୀରାମ । ବିଜେପି ପାଇଁ ପ୍ରଚାର କରିଛନ୍ତି ଟିଭି ଧାରାବାହିକ ରାମାୟଣର ଶ୍ରୀରାମଙ୍କ ଚରିତ୍ରରେ ଅଭିନୟ କରିଥିବା ଅରୁଣ ଗୋଭିଲ । ଚମ୍ପୁଆ ନେହେରୁ ଷ୍ଟାଡିୟମରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶ ସଭାକୁ ସମ୍ବୋଧନ କରିଥିଲେ । ପ୍ରଶଂସକମାନେ ତାଙ୍କୁ ଫୁଲ ମାଳ ଦେବା ସହ ପାଦ ଛୁଇଁ ପ୍ରଣାମ କରିଥିଲେ । କେନ୍ଦୁଝର ବିଜେପି ସାଂସଦ ପ୍ରାର୍ଥୀ ଅନନ୍ତ ନାଏକ, ଚମ୍ପୁଆ ବିଧାୟକ ପ୍ରାର୍ଥୀ ମୁରଲୀ ମନୋହର ଶର୍ମାଙ୍କୁ ଭୋଟ ଦେବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ଅରୁଣ ଗୋଭିଲ । ଟିଭି ପରଦାରେ ଶ୍ରୀରାମ ଚରିତ୍ରରେ ଅରୁଣଙ୍କୁ ଲୋକେ ଦେଖିଥିବା ବେଳେ ଆଜି ତାଙ୍କୁ ପାଖରେ ପାଇ ବେଶ ଖୁସି ଅନୁଭବ କରିଛନ୍ତି ।

 

Leave A Reply

Your email address will not be published.