ନିର୍ବାଚନ ପରିଚାଳନା ପାଇଁ କମିଶନରେଟ ପୋଲିସର କସରତ, ଲଞ୍ଚ୍ ହେଲା ୨ଟି ଆପ୍

ରାଜଧାନୀ ଭୁବନେଶ୍ବରରେ ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ କମିଶନରେଟ ପୋଲିସର କସରତ। ଭୁବନେଶ୍ବରରେ ମୁତୟନ ହେବେ ୧୫ ପ୍ଲାଟୁନ ପୋଲିସ ଓ ୧୨ କମ୍ପାନୀ CAPF । ଜୟଦେବ ନିର୍ବାଚନ ମଣ୍ଡଳୀ ରେ ୧୬୯ ଟି ସ୍ଥାନ ରେ ୨୩୬ ଟି ପୁଲିଂ ବୁଥ ଏବଂ ଭୁବନେଶ୍ୱର ମଧ୍ୟରେ ୫୦ ଟି ସ୍ଥାନ ରେ ୨୦୦ଟି ପୁଲିଂ ବୁଥ ରହିଛି ।

ଭୁବନେଶ୍ୱର(କେନ୍ୟୁଜ୍‌): ରାଜଧାନୀ ଭୁବନେଶ୍ବରରେ ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ କମିଶନରେଟ ପୋଲିସର କସରତ। ଭୁବନେଶ୍ବରରେ ମୁତୟନ ହେବେ ୧୫ ପ୍ଲାଟୁନ ପୋଲିସ ଓ ୧୨ କମ୍ପାନୀ CAPF । ଜୟଦେବ ନିର୍ବାଚନ ମଣ୍ଡଳୀ ରେ ୧୬୯ ଟି ସ୍ଥାନ ରେ ୨୩୬ ଟି ପୁଲିଂ ବୁଥ ଏବଂ ଭୁବନେଶ୍ୱର ମଧ୍ୟରେ ୫୦ ଟି ସ୍ଥାନ ରେ ୨୦୦ଟି ପୁଲିଂ ବୁଥ ରହିଛି । ମଧ୍ୟ ନିର୍ବାଚନ ମଣ୍ଡଳୀ ର ସମସ୍ତ ବୁଥ ସକ୍ଷୀ ବୁଥ । ଯେଉଁଠି କେବଳ ମହିଳା କର୍ମଚାରୀ ନିୟୋଜିତ ହେବେ ।

ଉତ୍ତରରେ ୮୪ ଟି ସ୍ଥାନ ରେ ୨୫୪ ଟି ପୁଲିଂ ବୁଥ, ଏକାମ୍ରରେ ୭୪ ଟି ସ୍ଥାନରେ ୨୩୭ ଟି ପୁଲିଂ ବୁଥ ହୋଇଛି । ରାଜଧାନୀରେ ୧୫୨ଟି ସମ୍ବେଦନଶୀଳ ବୁଥ ରହିଛି । ସେ ସବୁ ବୁଥରେ CAPF ମୁତୟନ ହେବେ । ୪ ଟିରୁ ଅଧିକ ବୁଥ ଥିବା ସ୍ଥାନରେ CAPF ମୁତୟନ ହେବେ । ୫୨୫ଟି ବୁଥ ରେ ୱେବ କାଷ୍ଟିଂ କରାଯାଉଛି । ୧୫ଟି ଫ୍ଲାଇଂ ସ୍କ୍ବାଡ୍ କାମ କରୁଛନ୍ତି। ୫୧ ଟି ମୋବାଇଲ ପାର୍ଟି ନିୟୋଜିତ ରହିବେ । ସବୁ ନିର୍ବାଚନ ମଣ୍ଡଳୀରେ ଜଣେ ଅତିରିକ୍ତ ଡିସିପି ଇନଚାର୍ଜ ଭାବେ ଦାୟିତ୍ୱରେ ରହିବେ । ନିର୍ବାଚନ ପାଇଁ ଦୁଇଟି ନୂଆ ସଫ୍ଟୱେୟାର ଲଞ୍ଚ କଲା କମିଶନରେଟ ପୋଲିସ । ଦୁଇଟି ଆପ ଜରିଆରେ ବୁଥ ଓ ପାଟ୍ରୋଲିଂ ପାଇଁ ନିୟୋଜିତ ଥିବା ଗାଡି ଉପରେ ନଜର ରଖାଯିବ ।

Leave A Reply

Your email address will not be published.