ଆଜି ଖୋଳାଯିବ ଯନ୍ତାଗାଢ଼, ଭୋଇ ସେବକ ଖୋଳିବେ

ଆଜି ପବିତ୍ର ନୃସିଂହ ଚତୁର୍ଦ୍ଦଶୀ । ରଥସଂହିତା ମୁତାବକ ଆଜି ରଥନିର୍ମାଣ ପାଇଁ ଦୁଇଦୁଇଟି କାର୍ଯ୍ୟ ହେବ । ପ୍ରଥମେ ଭୋଇ ସେବକଙ୍କ ଦ୍ୱାରା ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ଜନ୍ତାଗାଢ ଖୋଳାଯିବ । ତୁମ୍ବରେ ଅର ସଂଯୋଗ ପାଇଁ ଅନୁକୂଳ ହେବ ।

ପୁରୀ(କେନ୍ୟୁଜ୍‌): ଆଜି ପବିତ୍ର ନୃସିଂହ ଚତୁର୍ଦ୍ଦଶୀ । ରଥସଂହିତା ମୁତାବକ ଆଜି ରଥନିର୍ମାଣ ପାଇଁ ଦୁଇଦୁଇଟି କାର୍ଯ୍ୟ ହେବ । ପ୍ରଥମେ ଭୋଇ ସେବକଙ୍କ ଦ୍ୱାରା ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ଯନ୍ତାଗାଢ଼ ଖୋଳାଯିବ । ତୁମ୍ବରେ ଅର ସଂଯୋଗ ପାଇଁ ଅନୁକୂଳ ହେବ । ଏଥିସହ ରୂପକାର ସେବକ ମାନେ ଅକ୍ଷୟ ତୃତୀୟାରେ ପୂଜାର୍ଚ୍ଚନା ହୋଇଥିବା ତିନୋଟି ୧୨ ଫୁଟିଆ ଧଉରା କାଠର ଗୁଜ ଅନୁକୂଳ କରିବେ ।

ମହାରଣା ସେବାୟତ ମାନେ ରୂପକାରଙ୍କୁ କାଠ ଯୋଗାଇବା ପରେ ରୂପକାର ମାନେ ଏହାକୁ ଅନୁକୂଳ କରି ସେଥିରେ ନୃସିଂହ ମୂର୍ତ୍ତି ଖୋଦେଇ କରିବା ସହ ନରବିରାଳ, ଗଜବିରାଳ, ସିଂହବିରାଳ ଇତ୍ୟାଦି ଆଗକୁ ଖୋଦେଇ କରିବେ । ସେପଟେ ରଥନିର୍ମାଣର ୧୩ ଦିନରେ ମଧ୍ୟ ରଥଖଳାରେ ତିନିରଥ ନିର୍ମାଣ ପାଇଁ କାର୍ଯ୍ୟ ଆଗେଇ ଚାଲିଛି । ସମସ୍ତ ୪୨ଟି ଚକ ପାଇଁ ୪୨ଟି ତୁମ୍ଭ ନିର୍ମାଣ ଶେଷ ହୋଇଛି । ପ୍ରତ୍ୟକ ତୁମ୍ଭରେ ୧୬ ଯୋଡା ବିନ୍ଧ କାମ ଶେଷ ହୋଇଛି l

Leave A Reply

Your email address will not be published.