Below header

ରାଜ୍ୟର ବିଭିନ୍ନ ସ୍ଥାନରେ ଆଜିଠୁ କାଳବୈଶାଖୀ ବର୍ଷା, ୫ଦିନ ଝଡ଼ତୋଫାନ ନେଇ ଚେତାବନୀ ଜାରି

ଆଜିଠୁ ବଦଳିବ ପାଗ । ଗ୍ରୀଷ୍ମ ପ୍ରବାହରେ ଲାଗିବ ବ୍ରେକ୍। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜିଠୁ କାଳବୈଶାଖୀ ବର୍ଷା। ଘଡଘଡି ସହ ବର୍ଷା ପବନ ହେବ । ଘଣ୍ଟାପ୍ରତି ୪୦ରୁ ୫୦ କଲୋମିଟର ବେଗରେ ପବନ ବହିବା ଆଶଂକା ରହିଛି ।

ଭୁବନେଶ୍ୱର (କେନ୍ୟୁଜ): ଆଜିଠୁ ବଦଳିବ ପାଗ । ଗ୍ରୀଷ୍ମ ପ୍ରବାହରେ ଲାଗିବ ବ୍ରେକ୍। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜିଠୁ କାଳବୈଶାଖୀ ବର୍ଷା। ଘଡଘଡି ସହ ବର୍ଷା ପବନ ହେବ । ଘଣ୍ଟାପ୍ରତି ୪୦ରୁ ୫୦ କଲୋମିଟର ବେଗରେ ପବନ ବହିବା ଆଶଂକା ରହିଛି । କାଲିଠୁ ବର୍ଷାର ବିସ୍ତୃତି ବଢିବ। କିଛି ଅଞ୍ଚଳରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ୫ଦିନ ଝଡ଼ତୋଫାନ ବର୍ଷା ନେଇ ଚେତାବନୀ ଜାରି କରାଯାଇଛି ।

ଆଜି ପାଇଁ ୬ ଜିଲ୍ଲା ଓ ୭ ତାରିଖରେ ୨୦ ଜିଲ୍ଲାକୁ କାଳବୈଶାଖୀ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି । କାଳବୈଶାଖୀ ପ୍ରଭାବରେ ଦିନର ତାପମାତ୍ରା ୩ରୁ ୫ ଡିଗ୍ରୀ ହ୍ରାସ ପାଇବ । ଉତ୍ତର ପଶ୍ଚିମ ଦିଗରୁ ରାଜ୍ୟରେ ପ୍ରବେଶ ହେଉଥିବା ବାୟୁ ଧୀରେ ଧୀରେ ଦୁର୍ବଳ ହେଉଛି । ବଙ୍ଗୋପସାଗରରୁ ଆସୁଥିବା ବାୟୁ ପ୍ରବାହ ସକ୍ରିୟ ରହିଛି। ଫଳରେ ରାଜ୍ୟରେ ବର୍ଷା ବଢ଼ିବ । କାଳବୈଶାଖୀ ଯୋଗୁଁ ଆଜି ଠାରୁ ୮ ତାରିଖ ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.