Below header

ସାମ୍ନାକୁ ଆସିଲା ‘ସିଙ୍ଘମ୍‌ ଏଗେନ୍‌’ ରୁ ଅର୍ଜୁନ କପୁରଙ୍କ ପ୍ରଥମ ଲୁକ୍, ସାର୍ଟଲେସ୍ ଫଟୋରେ ଆସିଲେ ନଜର

ଫିଲ୍ମ ‘ସିଙ୍ଘମ୍‌ ଏଗେନ୍‌’ ନିର୍ମାତା ଆନାଉନ୍ସମେଣ୍ଟ କରିଥିଲେ ଯେ ରୋହିତ ଶେଟ୍ଟୀଙ୍କ ଏହି ଫ୍ରାଞ୍ଚାଇଜ୍ ଫିଲ୍ମରେ ଅର୍ଜୁନ କପୁର ଭିଲେନ୍ ଭୂମିକାରେ ନଜର ଆସିବେ । ଏହି ଆନାଉନ୍ସମେଣ୍ଟ ପରଠାରୁ ଲୋକମାନେ ତାଙ୍କୁ ଭିଲେନ୍ ଭୂମିକାରେ ଦେଖିବାକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ।

କିଛି ଦିନ ହେବା ଫିଲ୍ମ ‘ସିଙ୍ଘମ୍‌ ଏଗେନ୍‌’କୁ ନେଇ ଖୁବ୍‌ ଚର୍ଚ୍ଚା ଚାଲିଛି । ନିର୍ମାତା ଆନାଉନ୍ସମେଣ୍ଟ କରିଥିଲେ ଯେ ରୋହିତ ଶେଟ୍ଟୀଙ୍କ ଏହି ଫ୍ରାଞ୍ଚାଇଜ୍ ଫିଲ୍ମରେ ଅର୍ଜୁନ କପୁର ଭିଲେନ୍ ଭୂମିକାରେ ନଜର ଆସିବେ । ଏହି ଆନାଉନ୍ସମେଣ୍ଟ ପରଠାରୁ ଲୋକମାନେ ତାଙ୍କୁ ଭିଲେନ୍ ଭୂମିକାରେ ଦେଖିବାକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଏହି ସମୟରେ ଅର୍ଜୁନ କପୁର ‘ସିଙ୍ଘମ୍‌ ଏଗେନ୍‌’ ସେଟ୍ ରୁ ଏକ ବିଟିଏସ୍ ଫଟୋ ମଧ୍ୟ ସେୟାର କରିଛନ୍ତି, ଯେଉଁଥିରେ ତାଙ୍କର ଏକ ଭିନ୍ନ ଲୁକ୍‌ ଦେଖିବାକୁ ମିଳିବ । ଏହି ଫଟୋରେ ଅଭିନେତାଙ୍କ ଦମ୍‌ଦାର ଲୁକ୍ ଦେଖିବାକୁ ମିଳିଛନ୍ତି, ଯାହାକୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି । ତେବେ ଅର୍ଜୁନ କପୁର ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ‘ସୁଟ୍ ଲାଇଫ୍’ ସମ୍ବନ୍ଧରେ ଏକ ଅପଡେଟ୍ ସେୟାର କରିଛନ୍ତି ।

ଅର୍ଜୁନ କପୁର ଇନଷ୍ଟାଗ୍ରାମରେ ତାଙ୍କ ଫ୍ୟାନ୍ସଙ୍କ ପାଇଁ ବହୁ ପ୍ରତୀକ୍ଷିତ ଫିଲ୍ମ ‘ସିଙ୍ଘମ୍‌ ଏଗେନ୍‌’ ସେଟରୁ ତାଙ୍କର ‘ସୁଟ୍ ଲାଇଫ୍’ର ଏକ ଫଟୋ ସେୟାର କରିଛନ୍ତି । ଅର୍ଜୁନ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲର ଷ୍ଟୋରିରେ ତାଙ୍କ ଭ୍ୟାନିଟି ଭ୍ୟାନରୁ ଏକ ଫଟୋ ସେୟାର କରି ଫିଲ୍ମରେ ତାଙ୍କ ଲୁକ୍ କ’ଣ ହୋଇପାରେ ସେ ବିଷୟରେ ଏକ ସୂଚନା ଦେଇଛନ୍ତି । ଅଭିନେତା ନେଇଥିବା ମିରର ସେଲଫିରେ ସେ ସାର୍ଟଲେସ୍ ହୋଇଥିବାର ଦେଖିବାକୁ ମିଳିଛନ୍ତି । ତେବେ ଫଟୋରେ ଏକ ଅତର ଏବଂ ଏକ କଫି କପ୍‌ର ଝଲକ ମଧ୍ୟ ଦେଖିବାକୁ ମିଳିଛି । ସେହି ଫଟୋ ସହିତ କ୍ୟାପସନରେ ଲେଖିଛନ୍ତି, ‘ସୁଟ୍ ଲାଇଫ୍ !! # ସିଙ୍ଘମ୍‌ ।

ଅଜୟ ଦେବଗନ ଏବଂ ଦୀପିକା ପାଦୁକୋନଙ୍କ ଅଭିନୀତ ଅପ୍‌କମିଂ ଫିଲ୍ମ ‘ସିଙ୍ଘମ୍‌ ଏଗେନ୍‌’ ରେ ଅର୍ଜୁନ କପୁରଙ୍କୁ ଭିଲେନ ଭୂମିକାରେ ଦେଖିବାକୁ ମିଳିବ । ଏହି ଫିଲ୍ମରେ କରୀନା କପୁର ଖାନ, ଅକ୍ଷୟ କୁମାର ଏବଂ ରଣଭୀର ସିଂ ମଧ୍ୟ ଅଭିନୟ କରିଛନ୍ତି । ଏହି ଫିଲ୍ମରେ ପ୍ରଥମ ଥର ପାଇଁ କରୀନା କପୁର ଏବଂ ଦୀପିକା ପାଦୁକୋନ ଏକାଠି କାମ କରିବେ । ରୋହିତ ଶେଟ୍ଟୀଙ୍କ ଫିଲ୍ମରେ ଦୀପିକା ‘ଲେଡି ସିଙ୍ଘମ୍‌’ ଭୂମିକାରେ ଅଭିନୟ କରୁଛନ୍ତି ।

ରୋହିତ ଶେଟ୍ଟୀଙ୍କ ଦ୍ୱାରା ନିର୍ଦ୍ଦେଶିତ ଫିଲ୍ମ ‘ସିଙ୍ଘମ୍‌ ଏଗେନ୍‌’ ହେଉଛି ସିଙ୍ଘମ୍‌ ଏବଂ ‘ସିଙ୍ଘମ୍‌ ରିଟର୍ନସ୍’ ରେ ତୃତୀୟ ଭାଗ । ଏହାର ଦୁଇଟି ଅଂଶ ହିଟ୍ ହେବା ପରେ, ଲୋକମାନେ ଉତ୍ସାହର ସହିତ ଏହାର ତୃତୀୟ ଭାଗକୁ ଅପେକ୍ଷା କରିଛନ୍ତି । ଫିଲ୍ମର ୱାର୍ଡ ଷ୍ଟାର କାଷ୍ଟର ଲୁକ୍ ମଧ୍ୟ ବହୁତ ଦମ୍‌ଦାର ହୋଇଛି । ଏବେ ଦେଖିବାର ଅଛି ଏହି ଫିଲ୍ମଟି ଦର୍ଶକଙ୍କୁ କେତେ ପସନ୍ଦ ଆସୁଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.