Below header

ପାର୍କର ଭ୍ରମ ସୃଷ୍ଟି କରୁଛି ଓଏସଆରଟିସି ବସଷ୍ଟାଣ୍ଡ, ସନ୍ଧ୍ୟା ହେଲେ ଜମୁଛି ସ୍ଥାନୀୟ ଲୋକଙ୍କ ଭିଡ଼

ଖୋର୍ଦ୍ଧା-ବଲାଙ୍ଗିର ୫୭ ନଂ ଜାତୀୟ ରାଜପଥ କଡରେ ବିସ୍ତିର୍ଣ୍ଣ ଏରିଆ ପରିସରରେ ତିଆରି ହୋଇଛି ନୂଆ ଓଏସଆରଟିସି ବସଷ୍ଟାଣ୍ଡ । ହେଲେ ନୂଆ ଭାବେ ନିର୍ମାଣ ହୋଇଥିବା ଏହି ବସଷ୍ଟାଣ୍ଡଟି କେବଳ ଯାତ୍ରୀମାନଙ୍କୁ ସୁବିଧା ଯୋଗାଉଛି ତାହା ନୁହଁ ପୁରୁଣାକଟକ ସମେତ ଆଖପାଖ ଅଞ୍ଚଳ ଏବଂ ରାସ୍ତାରେ ଯାଉଥିବା ପଥିକଙ୍କୁ ମଧ୍ୟ ଟାଣିଆଣୁଛି ନିଜ ସୌନ୍ଦର୍ଯ୍ୟରେ । ପାର୍କ ନୁହେଁ । ତଥାପି ପାର୍କର ଭ୍ରମ ସୃଷ୍ଟି କରିବାରେ କୌଣସି ଗୁଣରେ କମ ନୁହେଁ ।

ବୌଦ୍ଧ (କେନ୍ୟୁଜ): ପାର୍କ ନୁହେଁ । ତଥାପି ପାର୍କର ଭ୍ରମ ସୃଷ୍ଟି କରିବାରେ କୌଣସି ଗୁଣରେ କମ ନୁହେଁ । କେବଳ ଯାତ୍ରୀ ନୁହେଁ ସ୍ଥାନୀୟଲୋକେ ମଧ୍ୟ ବ୍ୟସ୍ତବହୁଳତା ଜୀବନରୁ ଟିକିଏ ଫୁରସତ ପାଇଲେ ଏଠାକୁ ଧାଇଁ ଆସନ୍ତି । ଘାସ ଗାଲିଚା ଉପରେ ବସି ଖୋଲାପବନ ସାଙ୍ଗକୁ ପାହାଡ ବୁକୁରେ ଲୁଚି ଯାଉଥିବା ସୁର୍ଯ୍ୟକୁ ଦେଖି ମନଭରି ଆନନ୍ଦ ନେଉଛନ୍ତି ପିଲାଠୁ ବୟସ୍କ । ଆପଣଙ୍କ ମନରେ ଅନେକ ସନ୍ଦେହ ଆସୁଥିବ, ପାର୍କ ନୁହେଁ ପୁଣି ପାର୍କର ଭ୍ରମ ସୃଷ୍ଟି କରୁଥିବା ଏମିତି କେଉଁ ସ୍ଥାନ ଅଛି? ଜାଣିବା ପାଇଁ ଯିବା ଖବର ଭିତରକୁ । ବୌଦ୍ଧ ଜିଲାର ପୁରୁଣାକଟକ ।

ଖୋର୍ଦ୍ଧା-ବଲାଙ୍ଗିର ୫୭ ନଂ ଜାତୀୟ ରାଜପଥ କଡରେ ବିସ୍ତିର୍ଣ୍ଣ ଏରିଆ ପରିସରରେ ତିଆରି ହୋଇଛି ନୂଆ ଓଏସଆରଟିସି ବସଷ୍ଟାଣ୍ଡ । ଏଠାରୁ ନିୟମିତ ଗଡି ଚାଲିଛି ଲକ୍ଷ୍ମୀବସ । ପ୍ରତିଦିନ ଯାତ୍ରୀମାନେ ଆସୁଛନ୍ତି ଯାଉଛନ୍ତି । ହେଲେ ନୂଆ ଭାବେ ନିର୍ମାଣ ହୋଇଥିବା ଏହି ବସଷ୍ଟାଣ୍ଡଟି କେବଳ ଯାତ୍ରୀମାନଙ୍କୁ ସୁବିଧା ଯୋଗାଉଛି ତାହା ନୁହଁ ପୁରୁଣାକଟକ ସମେତ ଆଖପାଖ ଅଞ୍ଚଳ ଏବଂ ରାସ୍ତାରେ ଯାଉଥିବା ପଥିକଙ୍କୁ ମଧ୍ୟ ଟାଣିଆଣୁଛି ନିଜ ସୌନ୍ଦର୍ଯ୍ୟରେ । ବସଷ୍ଟାଣ୍ଡର ସଫାସୁତୁରା ପରିବେଶ, ସୁନ୍ଦର ଘାସ ଗାଲିଚା, ରଙ୍ଗ ବେରଙ୍ଗର ଫୁଲ ଗଛ ସାଙ୍ଗକୁ ତାର ଆକର୍ଷଣୀୟ ପରିବେଶ କୌଣସି ପାର୍କ ଠାରୁ କମ ନୁହେଁ ।

ସନ୍ଧ୍ୟା ହେଲେ ଏଠାରେ ଲୋକଙ୍କ ଭିଡ ଲାଗେ । ଘାସ ଗାଲିଚା ଉପରେ ବସି ଦୁଖସୁଖ ହେବା ସାଙ୍ଗକୁ ସୁଲୁସଲିଆ ପବନ ଖାଇ ପାହାଡ ବୁକୁରେ ଲୁଚିଯାଉଥିବା ସୂର୍ଯ୍ୟାସ୍ତର ଦୃଶ୍ୟକୁ ଦେଖି ମନଭରି ଉପଭୋଗ କରିଥାନ୍ତି ଅଞ୍ଚଳବାସୀ । ପାର୍କର ଭ୍ରମ ସୃଷ୍ଟି କରୁଥିବା ଏହି ଓଏସଆରଟିସି ବସଷ୍ଟାଣ୍ଡକୁ ଦେଖିଲେ ଆପଣ କେବେ ବି କଳ୍ପନା କରିପାରିବେନି ଯେ ଏହା ଏକ ବସଷ୍ଟାଣ୍ଡ । ତେବେ ଯାତ୍ରୀଙ୍କ ପାଇଁ ନିର୍ମିତ ହୋଇଥିବା ଏହି ବସଷ୍ଟାଣ୍ଡରୁ ଆଖପାଖ ଅଞ୍ଚଳର ଲୋକେ ପାର୍କର ମଜା ନେଉଛନ୍ତି । ଆଖପାଖ ଅଞ୍ଚଳରେ କୌଣସି ପାର୍କ ନଥିବାବେଳେ ଏବେ ସଂନ୍ଧ୍ୟା ହେଲେ ଏଠାରେ ଭିଡ ଜମୁଛି ।

ସନ୍ଧ୍ୟା ହେଲେ ସ୍ଥାନୀୟ ଲୋକେ ନିଜ ପୁଅଝିଅଙ୍କୁ ସାଥିରେ ନେଇ ଚାଲିଆସନ୍ତି । ଏତେ ସୁନ୍ଦର ପରିବେଶ ପାଇ ନିଜର କାର୍ଯ୍ୟବ୍ୟସ୍ତତାକୁ ପଛରେ ପକାଇ ଚାଲିଆସନ୍ତି ସନ୍ଧ୍ୟା ସମୟରେ କିଛି ମୁହୁର୍ତ ବିତାଇବା ପାଇଁ । ପୁରୁଣାକଟକ ଅଞ୍ଚଳରେ ଏଭଳି ବସଷ୍ଟାଣ୍ଡ ନିର୍ମାଣ କରିଥିବା ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ଅଞ୍ଚଳବାସୀ । ଅଞ୍ଚଳରେ କୌଣସି ପାର୍କ ନଥିବାରୁ ପାର୍କର ଭ୍ରମ ସୃଷ୍ଟି କରୁଥିବା ନବନିର୍ମିତ ବସଷ୍ଟାଣ୍ଡର ସୁରକ୍ଷା ଦାୟିତ୍ୱ କେବଳ ସରକାର ନୁହଁ ସ୍ଥାନୀୟ ଜନସାଧାରଣମାନେ ନେଲେ ମଧ୍ୟ ଏହାର ସୋନ୍ଦର୍ଯ୍ୟ ଝଲସିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.