Below header

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଆଶ୍ୱସ୍ତି, ଜୁନ୍‌ ୧ ତାରିଖ ଯାଏ ମିଳିଲା ଅନ୍ତରୀଣ ଜାମିନ

ଜୁନ ୧ ତାରିଖ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ପାଇଛନ୍ତି କେଜ୍ରିୱାଲ । ତେବେ କେଜ୍ରିୱାଲଙ୍କୁ ଜୁନ ୨ ତାରିଖରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ଜଷ୍ଟିସ୍ ସଞ୍ଜୀବ ଖାନ୍ନା ଓ ଦୀପଙ୍କର ଦତ୍ତାଙ୍କୁ ନେଇ ଗଠିତ ବେଞ୍ଚ ଏହି ନିର୍ଦ୍ଦେଶ ଦେଇଛନ୍ତି । ଗତ ମାର୍ଚ୍ଚ ୨୧ ତାରିଖରେ ଇଡି ଦ୍ୱାରା ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବେ ତିହାର ଜେଲରେ ରହିଛନ୍ତି ।

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ଜୁନ ୧ ତାରିଖ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ପାଇଛନ୍ତି କେଜ୍ରିୱାଲ । ତେବେ କେଜ୍ରିୱାଲଙ୍କୁ ଜୁନ ୨ ତାରିଖରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ଜଷ୍ଟିସ୍ ସଞ୍ଜୀବ ଖାନ୍ନା ଓ ଦୀପଙ୍କର ଦତ୍ତାଙ୍କୁ ନେଇ ଗଠିତ ବେଞ୍ଚ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କର ଗିରଫଦାରୀକୁ ଚ୍ୟାଲେଞ୍ଜ କରିବା ସହିତ ଚଳିତ ଲୋକସଭା ନିର୍ବାଚନରେ ପ୍ରଚାର ପାଇଁ ଅନ୍ତରୀଣ ଜାମିନ ଦେବାକୁ ଅରବିନ୍ଦ କେଜ୍ରିୱାଲ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ସୁପ୍ରିମକୋର୍ଟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଜୁନ ୧ତାରିଖ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ତେବେ ସେ ଜୁନ ୧ ତାରିଖ ପର୍ଯ୍ୟନ୍ତ ଲୋକସଭା ନିର୍ବାଚନରେ ଆପ୍‌ ପାଇଁ ପ୍ରଚାର କରିପାରିବେ । ତେବେ ଆଗାମୀ ୨ ଘଣ୍ଟା ଭିତରେ କେଜ୍ରିଓ୍ଵାଲ ଜେଲରୁ ବାହାରିପାରନ୍ତି ।

ସୂଚନାଯୋଗ୍ୟ, ଗତ ମାର୍ଚ୍ଚ ୨୧ ତାରିଖରେ ଇଡି ଦ୍ୱାରା ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବେ ତିହାର ଜେଲରେ ରହିଛନ୍ତି । ତେବେ କେଜ୍ରିଓ୍ଵାଲଙ୍କୁ ଜାମିନ ମିଳିବା ପରେ ଆପ୍‌ ପାର୍ଟିର କାର୍ଯ୍ୟକର୍ତ୍ତା ଖୁସି ରହିଛନ୍ତି । ଆପ୍‌ କେଜ୍ରିଓ୍ଵାଲଙ୍କୁ ଜାମିନ ମିଳିବା ପରେ ସମସ୍ତ କାର୍ଯ୍ୟକ୍ରମରୁ ରଦ୍ଦ କରିଛି । ଦିଲ୍ଲୀରେ ମେ’ ୨୫ ତାରିଖରେ ଭୋଟ୍ ହେବାକୁ ଥିବା ବେଳେ ପଞ୍ଜାବରେ ଜୁନ୍ ୧ ତାରିଖରେ ମତଦାନ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.