Below header

ଲଞ୍ଚ ହେଲା Vivo Y18s, କମ୍ ଦାମ୍ ସହ ମିଳିବ ଅନେକ ଦମଦାର ଫିଚର୍ସ

ଭିଭୋ Y ସିରିଜରେ ଆଉ ଏକ ଶସ୍ତା ସ୍ମାର୍ଟଫୋନ୍ ଲଞ୍ଚ କରିଛି । ଭିଭୋର ଏହି ସ୍ମାର୍ଟଫୋନ୍ ଅଫିସିଆଲି କମ୍ପାନୀର ୱେବସାଇଟରେ ଲିସ୍ଟେଡ ହୋଇଛି । ଏହି ବଜେଟ୍ ସ୍ମାର୍ଟଫୋନର ସମସ୍ତ ଫିଚର୍ସ ମଧ୍ୟ ଲିଷ୍ଟରେ ପ୍ରକାଶ ପାଇଛି ।

ଭିଭୋ Y ସିରିଜରେ ଆଉ ଏକ ଶସ୍ତା ସ୍ମାର୍ଟଫୋନ୍ ଲଞ୍ଚ କରିଛି । ଭିଭୋର ଏହି ସ୍ମାର୍ଟଫୋନ୍ ଅଫିସିଆଲି କମ୍ପାନୀର ୱେବସାଇଟରେ ଲିସ୍ଟେଡ ହୋଇଛି । ଏହି ବଜେଟ୍ ସ୍ମାର୍ଟଫୋନର ସମସ୍ତ ଫିଚର୍ସ ମଧ୍ୟ ଲିଷ୍ଟରେ ପ୍ରକାଶ ପାଇଛି । ଭିଭୋ Y18s ଭାବରେ ଲଞ୍ଚ ହୋଇଥିବା ଏହି ବଜେଟ୍ ସ୍ମାର୍ଟଫୋନ୍ ୫୦୦୦mAh ର ପାୱାରଫୁଲ ବ୍ୟାଟେରୀ ଏବଂ ୧TB ପର୍ଯ୍ୟନ୍ତ ଏକ୍ସଟରନାଲ ମେମୋରୀ ସପୋର୍ଟ ସହିତ ଆସିଥାଏ । ଭିଭୋ Y ସିରିଜର ଏହି ଫୋନ୍ ହେଉଛି ଭିଭୋ Y18 ର ଏକ ଟିୟର ଡାଉନ ଭରିଆଣ୍ଟ । ତେବେ ଆସନ୍ତୁ ଏହି ଫୋନର ଫିଚର୍ସ ଗୁଡିକ ବିଷୟରେ ଜାଣିବା …

Vivo Y18s ଫିଚର୍ସ:
ଭିଭୋ ଭିଏତନାମରେ କମ୍ପାନୀର ଅଫିସିଆଲ୍ ୱେବସାଇଟରେ ଏହି ସ୍ମାର୍ଟଫୋନ୍ ଲିସ୍ଟେଡ କରିଛି । ଏହି ଫୋନରେ ୬.୫୬ ଇଞ୍ଚ LCD ଡିସପ୍ଲେ ଅଛି, ଯାହା ୯୦Hz ରିଫ୍ରେସ ରେଟ ଫିଚର୍ସକୁ ସପୋର୍ଟ କରେ । ଫୋନର ଡିସପ୍ଲେରେ ୱାଟରଡ୍ରପ୍ ନଚ୍ ଡିଜାଇନ୍ ଦିଆଯାଇଛି । ଲିଷ୍ଟିଂ ଅନୁଯାୟୀ, ଏହି ସ୍ମାର୍ଟଫୋନରେ MediaTek Helio G85 ପ୍ରୋସେସର ଅଛି । ଏହି ଫୋନରେ ୬GB RAM ଏବଂ ୧୨୮GB ଇଣ୍ଟରନାଲ ଷ୍ଟୋରେଜ୍ ରହିବ, ଯାହା ମାଇକ୍ରୋ SD କାର୍ଡ ମାଧ୍ୟମରେ ୧TB ପର୍ଯ୍ୟନ୍ତ ଏକ୍ସପାଣ୍ଡ ହୋଇପାରିବ ।

Vivo Y18s ରେ ୫୦୦୦mAh ବ୍ୟାଟେରୀ ଏବଂ ୧୫W USB Type C ଫାଷ୍ଟ ଚାର୍ଜିଂ ଫିଚର୍ସ ଅଛି । ଫୋନ୍ Android 14 ଅପରେଟିଂ ସିଷ୍ଟମ୍ ଉପରେ ଆଧାର କରି FuntouchOS ରେ କାମ କରେ । କନେକ୍ଟିଭିଟି ପାଇଁ, ଏହି ସ୍ମାର୍ଟଫୋନରେ ବ୍ଲୁଟୁଥ୍ ୫.୦, ୱାଇ-ଫାଇ ଭଳି ଫିଚର୍ସ ଅଛି । ଏହା ବ୍ୟତୀତ ଏଥିରେ FM ରେଡିଓ ମଧ୍ୟ ପ୍ରଦାନ କରାଯାଇଛି ।

ଭିଭୋର ଏହି ବଜେଟ୍ ସ୍ମାର୍ଟଫୋନ୍ ପଛରେ ଡୁଆଲ୍ କ୍ୟାମେରା ସେଟଅପ୍ ରହିଛି । ଫୋନରେ ୫୦MP ମେନ୍ ଏବଂ ମାକ୍ରୋ କ୍ୟାମେରା ରହିବ । ଏହି ଭିଭୋ ଫୋନରେ ସେଲଫି ଏବଂ ଭିଡିଓ କଲିଂ ପାଇଁ ୮MP କ୍ୟାମେରା ଅଛି । ଭିଭୋ ଏପର୍ଯ୍ୟନ୍ତ ଏହି ଫୋନର ମୂଲ୍ୟ ପ୍ରକାଶ କରିନାହିଁ । ଏହି ଫୋନର ମୂଲ୍ୟ ୮,୦୦୦ ଟଙ୍କା ମଧ୍ୟରେ ଲଞ୍ଚ ହୋଇପାରିବ ।

Vivo Y18 ଦାମ:
ଭାରତରେ ପୂର୍ବରୁ ଲଞ୍ଚ ହୋଇଥିବା Vivo Y18 ମିଳୁଥିବା ପ୍ରାୟତଃ ଫିଚର୍ସ ଏହି ନୂଆ ଫୋନରେ ମିଳିବାକୁ ଯାଉଛି । ତଥାପି, ଏହି ଫୋନ୍ ୪GB RAM ଏବଂ ୧୨୮GB ଇଣ୍ଟରନାଲ ଷ୍ଟୋରେଜ୍ ସପୋର୍ଟ ସହିତ ଆସିଥାଏ । ଫୋନର ପ୍ରାରମ୍ଭିକ ମୂଲ୍ୟ ହେଉଛି ୮,୯୯୯ ଟଙ୍କା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.