Below header

ଟିକେଟ ବୁକ୍‌ ସତ୍ତ୍ୱେ ବିମାନରେ ଚଢିବାକୁ ଦେଲେନି ଏୟାରଲାଇନ୍ସ ଷ୍ଟାଫ, ଯୁକ୍ତିତର୍କର ଭିଡିଓ ଭାଇରଲ

ଦିଲ୍ଲୀ ଇନ୍ଦିରା ଗାନ୍ଧି ଅର୍ନ୍ତରାଷ୍ଟ୍ରୀୟ ବିମାନବନ୍ଦରରେ ଏଭଳି ଘଟଣା ଦେଖିବାକୁ ମିଳିଥିଲା । ଜଣେ ମହିଳା ଲୁଫଥାନ୍ସା ଏୟାରଲାଇନ୍ସର ଗ୍ରାଉଣ୍ଡ ଷ୍ଟାଫଙ୍କ ସହିତ ଯୁକ୍ତିତର୍କ କରୁଥିବା ଭିଡିଓ ଭାଇରଲ ହେବାରେ ଲାଗିଛି । ମହିଳା ଜଣକ ଘଟଣାର ଭିଡିଓ ରେକର୍ଡିଂ କରିଛନ୍ତି ।

ଏୟାରପୋର୍ଟରେ ଝଗଡା ଲାଗିବା କଥା ବହୁତ ସାଧାରଣ ହୋଇଗଲାଣି । ନିକଟରେ ଦିଲ୍ଲୀ ଇନ୍ଦିରା ଗାନ୍ଧି ଅର୍ନ୍ତରାଷ୍ଟ୍ରୀୟ ବିମାନବନ୍ଦରରେ ଏଭଳି ଘଟଣା ଦେଖିବାକୁ ମିଳିଥିଲା । ଜଣେ ମହିଳା ଲୁଫଥାନ୍ସା ଏୟାରଲାଇନ୍ସର ଗ୍ରାଉଣ୍ଡ ଷ୍ଟାଫଙ୍କ ସହିତ ଯୁକ୍ତିତର୍କ କରୁଥିବା ଭିଡିଓ ଭାଇରଲ ହେବାରେ ଲାଗିଛି । ମହିଳା ଜଣକ ଘଟଣାର ଭିଡିଓ ରେକର୍ଡିଂ କରିଛନ୍ତି ।

ଭିଡିଓରେ ଦେଖିବାକୁ ମିଳିଛି କି, ମହିଳା ଜଣକ ଷ୍ଟାଫଙ୍କୁ ପଚାରୁଛନ୍ତି, କାହିଁକି ତାଙ୍କୁ ବିମାନରେ ଚଢିବା ପାଇଁ ଅନୁମତି ଦେଲେ ନାହିଁ । ଏହାକୁ ନେଇ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହେବାରେ ଲାଗିଛି । ମହିଳା ଜଣକ ଉଡାଣ ଭରିବାକୁ ଜିଦି କରୁଛନ୍ତି । ଏହା ଦେଖି ଏୟାରଲାଇନ୍ସର ଗ୍ରାଉଣ୍ଡ ଷ୍ଟାଫ ସୁରକ୍ଷା କର୍ମୀଙ୍କୁ ଡାକୁଛନ୍ତି । ମହିଳା ଭିଡିଓରେ ବାରମ୍ବାର ଷ୍ଟାଫଙ୍କୁ ଗୋଟିଏ ପ୍ରଶ୍ନ ପଚାରୁଛନ୍ତି । ଏହା ଦେଖି ଷ୍ଟାଫ କହୁଛନ୍ତି, ମୁଁ ଆପଣଙ୍କ ସହିତ ଶାଳୀନତାରେ କଥା ହେଉଛି, ମୁଁ ସୁରକ୍ଷା କର୍ମୀଙ୍କୁ ଡାକୁଛି । ଭିଡିଓରେ ମହିଳା ଜଣକ ଷ୍ଟାଫଙ୍କୁ ନିଜର ସମସ୍ୟା ଦୂର କରିବାକୁ କହୁଛନ୍ତି ।


ଷ୍ଟାଫ ଜଣକ କହୁଛନ୍ତି କି, ଆପଣ ଡାଇରେକ୍ଟ ଫ୍ଲାଇଟ ନେଇ ପାରିବେ ନାହିଁ । ଯଦି ଆପଣ ନିୟମ ବିଷୟରେ ଜାଣିବାକୁ ଚାହୁଁଚନ୍ତି, ତେବେ ଜର୍ମାନ ଦୂତାବାସକୁ ଯାଆନ୍ତୁ । ଏହାପରେ ସୁରକ୍ଷା କର୍ମଚାରୀଙ୍କୁ ଡାକି ମହିଳାଙ୍କୁ ବିମାନକୁ ଯିବାକୁ ରୋକୁଛନ୍ତି । ତେବେ ଷ୍ଟାଫ ଜଣକ ମହିଳା ଯାତ୍ରୀଙ୍କୁ କ’ଣ ପାଇଁ ଅଟକାଉଛନ୍ତି, ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ । ହେଲେ ଏହି ଭିଡିଓକୁ ପୋଷ୍ଟ ହେବା ପରେ ଏପର୍ଯ୍ୟନ୍ତ ୪ ଲକ୍ଷ ଥର ଦେଖାସରିଲାଣି ।

ଭିଡିଓଟି ଭାଇରଲ ହେବା ପରେ ୟୁଜର୍ସ ବିଭିନ୍ନ ପ୍ରକାରର କମେଣ୍ଟ ଦେଉଛନ୍ତି । ୟଜୁର ଲେଖିଛନ୍ତି କି, ଏମିତି ସେତେବେଳେ ହୁଏ, ଯେତେବେଳେ ପୂର୍ବରୁ ଏୟାରଲାଇନ୍ସର ସିଟ ପୂର୍ବରୁ ବୁକ୍‌ ହୋଇଥାଏ । ଏହା ଅନୌପଚାରିକ ଭାବେ ବର୍ତ୍ତିବାର ସରଳ ଉପାୟ । କ’ଣ ପାଇଁ ମହିଳାଙ୍କୁ ବିମାନରେ ଚଢିବା ପାଇଁ ବାରଣ କରାଯାଉଛି । ଏହାର ଉତ୍ତରରେ ଏୟାରଲାଇନ୍ସ ଜବାବ ଦେଇଛି କି, ଏହି ମାମଲାରେ ଆମେ ଯାଞ୍ଚ କରୁଛୁ । ଏଥିରେ ସଂପୃକ୍ତ ଥିବା ଲୋକଙ୍କ ସହିତ କଥାବାର୍ତ୍ତା ହେଉଛୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.