Below header

ବିବାହ ବନ୍ଧନରେ ବାନ୍ଧି ହେବେ ‘ବିଗ୍‌ ବସ୍‌ ୧୬’ର ଫେମ୍‌ ଅବ୍ଦୁ ରୋଜିକ୍‌, ସେୟାର କଲେ ଏନ୍‌ଗେଜମେଣ୍ଟ ରିଙ୍ଗ୍‌ ଫଟୋ

ବିଗ୍‌ ବସ୍‌ ୧୬ର ଫେମ୍‌ ଅବ୍ଦୁ ରୋଜିକ୍‌ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି, ଯାହା ଖୁବ୍‌ ଶୀଘ୍ର ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତେବେ ସିଙ୍ଗର ତାଙ୍କ ମ୍ୟାରେଜ୍‌ ବିଷୟରେ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ବିଗ୍‌ ବସ୍‌ ୧୬ର ଫେମ୍‌ ତଥା ତାଜିକିସ୍ତାନର ସିଙ୍ଗର ଅବ୍ଦୁ ରୋଜିକ୍‌ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି, ଯାହା ଖୁବ୍‌ ଶୀଘ୍ର ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତେବେ ସିଙ୍ଗର ତାଙ୍କ ମ୍ୟାରେଜ୍‌ ବିଷୟରେ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ‘ବିଗ୍ ବସ୍ ୧୬’ ଫେମ୍‌ ଅବ୍ଦୁ ରୋଜିକ୍‌ ଫ୍ୟାନ୍ସଙ୍କୁ ତାଙ୍କ ହେବାକୁ ଥିବା ସ୍ତ୍ରୀ ଏବଂ ମ୍ୟାରେଜ୍‌ ବିଷୟରେ ଭଲ ଖବର ଦେଇଛନ୍ତି । ଏହା ସହ ଖୁବ୍ ଶୀଘ୍ର ସେ ବିବାହ କରିବାକୁ ଯାଉଛନ୍ତି ବୋଲି ପ୍ରକାଶ କରିଛନ୍ତି । ଦୁନିଆର ସର୍ବ ହାଇଟ୍‌ରେ ଛୋଟ ସିଙ୍ଗର ଅବ୍ଦୁ ତାଙ୍କ ହେବାକୁ ଥିବା ସ୍ତ୍ରୀ ପାଇଁ କିଣିଥିବା ହୀରା ମୁଦିର ଝଲକ ମଧ୍ୟ ଦେଖାଇଛନ୍ତି । ତେବେ ଅବ୍ଦୁ ରୋଜିକଙ୍କ ବିବାହ ଖବର ଲୋକଙ୍କ ମଧ୍ୟରେ ଆଲୋଡ଼ନ ସୃଷ୍ଟି କରିଛି । ୨୦ ବର୍ଷର ସିଙ୍ଗର ଅବ୍ଦୁ ରୋଜିକ୍‌ ଖୁବ୍ ଶୀଘ୍ର ବିବାହର ମୁକୁଟ ପିନ୍ଧିବେ ।

ସୋସିଆଲ ମିଡିଆ ସେନ୍ସେସ୍ ଅବ୍ଦୁ ରୋଜିକ୍‌ ଜୁଲାଇ ୭ ରେ ମ୍ୟାରେଜ୍‌ କରିବାକୁ ଯାଉଛନ୍ତି । ଭିଡିଓଟି ସୋସିଆଲ ମିଡିଆରେ ସେୟାର କରି ସିଙ୍ଗର ନିଜେ ଏହି ସୂଚନା ଦେଇଛନ୍ତି । ତେବେ ଛୋଟା ଭାଇଜାନ ନାମରେ ଜଣାଶୁଣା ଅବ୍ଦୁ ରୋଜିକ୍‌ଙ୍କ ଏହି ବିବାହ ଭିଡିଓ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହା ସହ ଅବ୍ଦୁ ରୋଜିକ୍‌ କାହାକୁ ମ୍ୟାରେଜ୍‌ କରିବେ ସେ ନେଇ ଜବରଦସ୍ତ ଆଲୋଚନା ଚାଲିଛି ।

ଅବ୍ଦୁ ରୋଜିକ୍‌ଙ୍କ କାହାକୁ ମ୍ୟାରେଜ୍‌ କରିବେ ସେ ବିଷୟରେ କିଛି ସୂଚନା ଦେଇ ନାହାଁନ୍ତି । ତେବେ ସଲମାନ ଖାନଙ୍କ ପ୍ରିୟ ପ୍ରତିଯୋଗୀ ଅବ୍ଦୁ ରୋଜିକ୍‌ଙ୍କ ସ୍ତ୍ରୀ ଶାରଜାହରେ ରୁହନ୍ତି । ଅବ୍ଦୁ ରୋଜିକ୍‌ ୧୯ ବର୍ଷର ଅମିରାତୀ ଝିଅକୁ ବିବାହ କରିବାକୁ ଯାଉଛନ୍ତି । ସେ ଇନଷ୍ଟାଗ୍ରାମରେ ଏକ ନୋଟ୍ ସେୟାର କରି ଲେଖିଛନ୍ତି, ‘ମୁଁ ମୋ ଜୀବନରେ କେବେ ଭାବି ନଥିଲି ଯେ ମୁଁ ଏତେ ଭାଗ୍ୟବାନ ହେବି ଯେ ମୋତେ ଏପରି ପ୍ରେମ ମିଳିବ ଯିଏ ମୋତେ ସମ୍ମାନ କରେ ଏବଂ ମୋତେ ସର୍ବଦା ସମର୍ଥନ କରିବ । ଜୁଲାଇ ୭ ମୋ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର !! ମୁଁ ଆପଣଙ୍କୁ ଶବ୍ଦରେ କହିପାରିବି ନାହିଁ ଯେ ମୁଁ କେତେ ଖୁସି # ପ୍ରେମ # ବିବାହ # ଜୀବନ # ଜୀବନ ସାଥୀ ’ ।

ଅବ୍ଦୁ ରୋଜିକ୍‌ ଜଣେ ପ୍ରସିଦ୍ଧ ସୋସିଆଲ୍ ମିଡିଆ ଷ୍ଟାର ତଥା ତାଜିକିସ୍ତାନର ସିଙ୍ଗର । ସେ ଟିଭି ରିଆଲିଟି ସୋ ‘ବିଗ୍ ବସ୍’ ରେ ମଧ୍ୟ ନଜର ଆସିଥିଲେ । ଏହା ସହ ଅଳ୍ପ ବୟସରେ କୋଟି କୋଟି ଟଙ୍କା ରୋଜଗାର କରିଛନ୍ତି । ଅବ୍ଦୁ ରୋଜିକ୍‌ ମଧ୍ୟ ସଲମାନ ଖାନଙ୍କ ସୋ ‘ବିଗ୍ ବସ୍ ୧୬’ର ଏକ ଅଂଶ ହୋଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.