Below header

ଶବ ସତ୍କାର ପାଇଁ ମଶାଣୀରେ ଚାଲିଥିଲା ଯୋଗାଡ, ହଠାତ୍‌ ଆକ୍ରମଣ କଲେ ମହୁମାଛି ! ଶବକୁ ଛାଡି ଦୌଡିଲେ ଲୋକେ

ମହୁମାଛି ଏମିତି ନାକେଦମ କରିଛି ଯେ ଶବକୁ ଛାଡି ଦୌଡିଲେ ଲୋକେ । ଏକାକୀ ଶବ ପଡି ରହିଲା ମଶାଣୀରେ ।

ଜଳେଶ୍ୱର (କେନ୍ୟୁଜ): ଆପଣ ଭାବୁଥିବେ ଏଠି କଣ ହେଲା, କାହିଁକି ଏମାନେ ଏଠି ଏମିତି ଦୌଡୁଛନ୍ତି । କଣ ଘଟିଲା ଏମାନଙ୍କ ସହିତ । ତେବେ ବାସ୍ତବରେ ଏସବୁ ହୋଇଛି ମହୁମାଛି । ମହୁମାଛି ଏମିତି ନାକେଦମ କରିଛି ଯେ ଶବକୁ ଛାଡି ଦୌଡିଲେ ଲୋକେ । ଏକାକୀ ଶବ ପଡି ରହିଲା ମଶାଣୀରେ ।

ଦେଖନ୍ତୁ ମଶାଣୀକୁ ଶବଦାହ କରିବାକୁ ଲୋକେ ଯୋଗାଡ କରୁଥାନ୍ତି । କିଛି ଲୋକ ଯୋଗାଡ କରୁଥାନ୍ତି ଆଉ କିଛି ଲୋକ ବସିଥାନ୍ତି । ନିଜର ଲୋକକୁ ହରାଇ ସମସ୍ତେ ଦୁଃଖରେ ଥାଆନ୍ତି । ମଶାଣୀରେ ଶବ ରଖି କାଠ ସଜଡା ସରିଥାଏ ଖାଲି ନିଆଁ ଦେବାକୁ ଥାଏ କିନ୍ତୁ ଏହାରି ଭିତରେ କେଉଁଠି ଥିଲା କେଜାଣି ମାଡିଆସିଲେ ମହୁମାଛି ଦଳ । ଦଳ ଦଳ ମହୁମାଛି ଆସି ଲୋକଙ୍କୁ କଲେ ଆକ୍ରମଣ । ଫଳରେ ଲୋକମାନେ ଅସହ୍ୟ ଯନ୍ତ୍ରଣାରେ ଶବ ଛାଡି ଦୌଡିଲେ । କିଏ ଜାଲ ଭିତରେ ପଶିଯାଇଥିଲେ ତ ପୁଣି ଆଉ କିଏ ମୁଣି ଭିତରେ ନିଜ ମୁହଁ ପୁରାଇ ଦେଇଥିଲେ ।

ଆଉ ଘଟଣା ସ୍ଥଳରେ ୪ ଜଣ ଗୁରୁତର ହୋଇଥିବା ବେଳେ ଅନେକ ଆହତ ମଧ୍ୟ ହୋଇଗଲେ । ଏଭଳି ଘଟଣା ଘଟିଛି ଜଳେଶ୍ବର ଥାନା ଅନ୍ତର୍ଗତ ଡେମ୍ବୁରିଆ ଗାଁରେ । ସୂଚନା ଅନୁଯାୟୀ ଡେମ୍ବୁରିଆ ଗାଁର ଅନନ୍ତ ଜେନାଙ୍କ ମୃତ୍ୟୁ ପରେ ଆଜି ସକାଳେ ପରିବାର ଲୋକେ ଏବଂ ଗ୍ରାମବାସୀ ତାଙ୍କର ଅନ୍ତିମ ସଂସ୍କାର ପାଇଁ ଗାଁ ମୁଣ୍ତରେ ଥିବା ମଶାଣିକୁ ନେଇ ଯାଇ ଥିଲେ। ମାତ୍ର ମଶାଣି ପହଞ୍ଚିବା କ୍ଷଣି ସହ ସହ ସଂଖ୍ଯାରେ ମହୁମାଛି ସମସ୍ତଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ କରିବା ଆରମ୍ଭ କରିଥିଲେ। ଯାହା ଫଳରେ ଘଟଣା ସ୍ଥଳରେ ୪ ଜଣ ଗୁରୁତର ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ଏନେଇ ଗ୍ରାମବାସୀ ମାନେ ପୋଲିସ ଏବଂ ଅଗ୍ନିଶମ ବାହିନୀଙ୍କୁ ଖବର ଦେବା ପରେ ଗୁରୁତରଙ୍କୁ ଆମ୍ବୁଲାନ୍ସ ସାହାଯ୍ଯରେ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.