Below header

କଟକରେ ଦୁଇଟି ସ୍ଥାନରେ ଅଗ୍ନିକାଣ୍ଡ, ଏଲପିଜି ଗ୍ୟାସ ସିଲିଣ୍ଡରରୁ ଲାଗିଲା ନିଆଁ

କଟକରେ ଦୁଇଟି ସ୍ଥାନରେ ଅଗ୍ନିକାଣ୍ଡ । ବକ୍ସିବଜାର ପଟାପୋଲ ଅଞ୍ଚଳରେ ଜନୈକ ବ୍ୟକ୍ତିଙ୍କ ଘରେ ଏଲ ପି ଜି ଗ୍ୟାସ ସିଲିଣ୍ଡର ଲିକ ହୋଇ ଲାଗିଲା ନିଆଁ।

କଟକରେ ଦୁଇଟି ସ୍ଥାନରେ ଅଗ୍ନିକାଣ୍ଡ । ବକ୍ସିବଜାର ପଟାପୋଲ ଅଞ୍ଚଳରେ ଜନୈକ ବ୍ୟକ୍ତିଙ୍କ ଘରେ ଏଲ ପି ଜି ଗ୍ୟାସ ସିଲିଣ୍ଡର ଲିକ ହୋଇ ଲାଗିଲା ନିଆଁ। ନିଆଁ ଲାଗି ଘର ଜଳୁଥିବା ସମୟରେ ଫାଟିଲା ଘର ଭିତରେ ଥିବା ଗ୍ୟାସ ସିଲିଣ୍ଡର। ଜଣେ ବ୍ୟକ୍ତିଙ୍କ ଉପର ମହଲାରେ ଥିବା ଆଜବେଷ୍ଟ ଘରେ ଏହି ଅଗ୍ନିକାଣ୍ଡ ଘଟିଥିଲା।

ସିଲିଣ୍ଡର ବିସ୍ଫୋରଣ ଶବ୍ଦରେ ସ୍ଥାନୀୟ ଅଞ୍ଚଳ ଥରି ଉଠିଥିଲା। ଭୟର ବାତାବରଣ ଦେଖା ଦେଇଥିଲା ସ୍ଥାନୀୟ ଅଞ୍ଚଳରେ। ଅପରାହ୍ନ ପ୍ରାୟ ୧୨ ସମୟରେ ଘଟିଥିଲା ଏହି ଦୁର୍ଘଟଣା। ତେବେ ଏହି ଅଗ୍ନିକାଣ୍ଡରେ କୌଣସି ବ୍ୟକ୍ତିଙ୍କ କିଛି କ୍ଷତି ହୋଇନଥିବା ବେଳେ ଘର ଟି ସଂପୂର୍ଣ୍ଣ ଜଳି ଯାଇଥିଲା। ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଗ୍ୟାସ ଲିକ ହିଁ ଅଗ୍ନିକାଣ୍ଡ ର କାରଣ ବୋଲି ଅଗ୍ନିଶମ ବିଭାଗ ପାଖରୁ ସୂଚନା ଦିଆଯାଇଛି।

ସେହିପରି ଏହି ପୂର୍ବାହ୍ନରେ କଟକ ଜିଲ୍ଲା କୋଷାଗାରରେ ମଧ୍ୟ ଅଗ୍ନିକାଣ୍ଡ ଘଟିଥିଲା। ଜଳିଗଲା ମେନ ସୁଇତ ବୋର୍ଡ଼। ଠିକଣା ସମୟରେ ଅଗ୍ନି ନିର୍ବାପକ ଯନ୍ତ୍ର ବ୍ୟବହାର କରି ନିଆଁ ଲିଭାଇଲେ ଟ୍ରେଜେରୀ କାର୍ଯ୍ୟାଳୟର କର୍ମଚାରୀ। ଖବର ପାଇ ପହଁଚିଲେ ଅଗ୍ନିଶମ ବାହିନୀ ଓ ଦମକଳ ଗାଡି। ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.