Below header

ସୁଲଭ ମୂଲ୍ୟରେ ଆସିଯାଇଛି ଇଲେକ୍ଟ୍ରିକ୍‌ କାର, ଫୁଲ ଚାର୍ଜରେ ଚାଲିବ ୩୧୫ କିମି

କମ ଦାମରେ Tata Tiago Electric କାର ମାର୍କେଟକୁ ଆସିଯାଇଛି । ଦେଶର ଜନସଂଖ୍ୟାକୁ ଦୃଷ୍ଟିରେ ରଖି ଭାରତୀୟ ବଜାରରେ ଅନେକ ଇଲେକ୍ଟ୍ରିକ୍‌ କାର ଲଞ୍ଚ ହେଉଛି ।

ଏବେ ଗରିବ ବି ଚଲାଇବେ ଫୋର୍‌ ହ୍ଵିଲର୍‌ । ସୁଲଭ ମୂଲ୍ୟରେ ଆସିଯାଇଛି ଇଲେକ୍ଟ୍ରିକ୍‌ କାର, ଯାହା ଫୁଲ୍‌ ଚାର୍ଜରେ ୩୧୫ କିଲୋମିଟର ଚାଲିବ । କମ ଦାମରେ Tata Tiago Electric କାର ମାର୍କେଟକୁ ଆସିଯାଇଛି । ଦେଶର ଜନସଂଖ୍ୟାକୁ ଦୃଷ୍ଟିରେ ରଖି ଭାରତୀୟ ବଜାରରେ ଅନେକ ଇଲେକ୍ଟ୍ରିକ୍‌ କାର ଲଞ୍ଚ ହେଉଛି । ତେବେ ଟାଟା ପୁଣିଥରେ ଭାରତୀୟ ବଜାରରେ ଆଉ ଏକ ନୂଆ କାର୍‌ ଆଣିିଛି ।

ଏହି ଗାଡିରେ ଥିବା ବ୍ୟାଟେରୀ ପ୍ୟାକ୍ ବିଷୟରେ କହିବାକୁ ଗଲେ କମ୍ପାନୀ ଏହି ଗାଡିରେ ଦୁଇଟି ବ୍ୟାଟେରୀ ଦେଇଛି । ଏଥିରେ ୧୯ କିଲୋୱାଟ ଏବଂ ୨୪ କିଲୋୱାଟର ଦୁଇଟି ବ୍ୟାଟେରୀ ଦିଆଯାଇଛି, ଯେଉଁଥିରେ ଆପଣଙ୍କୁ IP67 ରେଟିଂ ମିଳିବ । ୨୪ କିଲୋୱାଟ ବ୍ୟାଟେରୀ ପ୍ୟାକ୍ ପ୍ରାୟ ୩୧୫ କିଲୋମିଟରର ରେଞ୍ଜ ଦେବ । ଏହି ବ୍ୟାଟେରୀର କ୍ଷମତା ୮ ବର୍ଷ ପର୍ଯ୍ୟନ୍ତ ରହିବ ।

ଏହି କାରର ନୂଆ ଏବଂ ଦମଦାର ଫିଚର ବିଷୟରେ କହିବାକୁ ଗଲେ ଏହି ଇଲେକ୍ଟ୍ରିକ୍ କାରରେ ଅନେକ ଅଟୋମେଟିକ୍‌ ଫିଚର ମିଳିବ । ଅଟୋମେଟିକ୍‌ କ୍ଲାଇମେଟ୍‌ କଣ୍ଟ୍ରୋଲ ଠାରୁ ଆରମ୍ଭ କରି କ୍ରୁଜ୍ କଣ୍ଟ୍ରୋଲ୍, ପ୍ରୋଜେକ୍ଟର ହେଡଲ୍ୟାମ୍ପ, ଅଟୋ ଫୋଲ୍ଡର ସହିତ ଅଟୋ ହେଡଲ୍ୟାମ୍ପ, ଇଲେକ୍ଟ୍ରୋନିକ୍ ସେନ୍ସର ୱାଇପର ଏବଂ ଇଣ୍ଡିକେଟର୍‌ ସୋ ଲାଇଟ୍‌ ଇଫେକ୍ଟ ଦିଆଯାଇଛି । ଯଦି ଆପଣ ମଧ୍ୟ ଏହି ଇଲେକ୍ଟ୍ରିକ୍ କାର୍ କିଣିବାକୁ ଚାହୁଁଛନ୍ତି, ତେବେ ଭାରତୀୟ ବଜାରରେ ଏହି କାରର ଆରମ୍ଭ ମୂଲ୍ୟ ପ୍ରାୟ ୭.୮୦ ଲକ୍ଷରୁ ଆରମ୍ଭ ହେଉଛି ଏବଂ ଏହି କାରର ଟପ୍ ମଡେଲର ମୂଲ୍ୟ ପ୍ରାୟ ୧୨ ଲକ୍ଷ ଟଙ୍କା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.