୨ ହାତୀଦାନ୍ତ ଜବତ, ୧୧ ଗିରଫ

୨ ହାତୀଦାନ୍ତ ଜବତ, ୧୧ ଗିରଫ । କୋର୍ଟ ଚାଲାଣ ହେଲେ ଗିରଫ ଅଭିଯୁକ୍ତ ।

ରାଉରକେଲା : ୨ ହାତୀଦାନ୍ତ ଜବତ, ୧୧ ଗିରଫ । କୋର୍ଟ ଚାଲାଣ ହେଲେ ଗିରଫ ଅଭିଯୁକ୍ତ । ରାଉରକେଲା ବନଖଣ୍ଡ ବଣେଇ ସବଡିଭିଜନର ଭାଲିଆଡିହି ଗାଁରେ ରେଡ୍ କରି ୨ଟି ହାତୀଦାନ୍ତ ଜବତ କରିଛି ବନ ବିଭାଗ । ବିରଜା ମୁଣ୍ଡା ନାମକ ଜଣେ ବ୍ୟକ୍ତିଙ୍କ ଘରେ ଥିଲା ୩ କେଜି ଓଜନର ଦୁଇଟି ହାତୀ ଦାନ୍ତ ।

ତାକୁ କିଣିବା ପାଇଁ ଡିଲ ବେଳେ ମାଡ଼ି ବସିଥିଲେ ବନ ବିଭାଗ କର୍ମଚାରୀ । ହାତୀ ଦାନ୍ତ କିଣିବାକୁ ଦୁଇ ଜଣ ପହଞ୍ଚିଥିଲେ । ଠୋସ୍ ସୂଚନା ପାଇ ସେତିକି ବେଳେ ବନ ବିଭାଗର ଏକ ସ୍ବତନ୍ତ୍ର ଟିମ ରେଡ୍ କରିଥିଲା । ଦୁଇଟି ଦାନ୍ତ ଜବତ କରିବା ସହ ଉପସ୍ଥିତ ଥିବା ୧୧ଜଣଙ୍କୁ ଗିରଫ କରାଯରାଇଥିଲା । ସେମାନଙ୍କ ନିକଟରୁ ମୋବାଇଲ ଫୋନ ଓ ମୋଟରସାଇକେଲ ଜବତ ହୋଇଛି ।

Leave A Reply

Your email address will not be published.