ଗଛରେ ଖିଲିଖିଲି ହସୁଛି ପେନ୍ଥା ପେନ୍ଥା ଆମ୍ବ , ନୂତନ ଜ୍ଞାନକୌଶଳ ଚାଷ କରି ଲକ୍ଷାଧିକ ଟଙ୍କା କମାଉଛନ୍ତି ଯୁବକ

ସ୍ନାତକ ପରେ ଓକିଲାତି ପାଠ । ଏହାପରେ ମୁମ୍ବାଇର ଏକ କମ୍ପାନିରେ ମାସିକ ୩୨ ହଜାର ଟଙ୍କାରେ ଚାକିରି । ଚାକିରି ଛାଡିବା ପରେ ଆଉ ଚାକିରି ପଛରେ ନ ଧାଇଁ ଫେରି ଆସିଲେ ନିଜ ଗାଁକୁ । ଗାଁରେ ଥିବା ଜମିରେ ଏହି ଆମ୍ବ ଚାଷ କରି ବାର୍ଷିକ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ପିତାମ୍ବରପୁର ଗ୍ରାମପଂଚାୟତ ଅନ୍ତର୍ଗତ ବଲଣ୍ଡା ଗ୍ରାମର ଯୁବ ଚାଷୀ ସଂଗ୍ରାମ ପ୍ରଧାନ ।

ହରଭଙ୍ଗା (କେନ୍ୟୁଜ): ଗଛରେ ଖିଲିଖିଲି ହସୁଛନ୍ତି ପେନ୍ଥାପେନ୍ଥା ଆମ୍ବ । ଆଉ ତଳେ ଆମ୍ବକୁ ଅନାଇ ରହିଛନ୍ତି ସପୁରୀ, ପଣସ । ୧୫ ଏକର ଏରିଆରେ ଦୋସରୀ, ଆମରପଲି, ବାଇଗଣପଲେଇ, ମଲିକା, ନିଲମ, ଆଲଫାନସୋ ଏବଂ ପୁସାମଲିକା ଭଳି ଭିନ୍ନଭିନ୍ନ କିସମର ପ୍ରାୟ ୧୨ ଶହ ଅଧିକ ଆମ୍ବ ଗଛରେ ପେନ୍ଥାପେନ୍ଥା ଫଳିଛି ଆମ୍ବ । ଆମ୍ବ ଓ ସପୁରୀ ,ପଣସ ଶୀଘ୍ର ଅମଳ ହେଉଥିବାରୁ ରାଜ୍ୟ ତଥା ରାଜ୍ୟ ବାହାରର ବେପାରୀଙ୍କ ଏଠାରେ ଜମୁଛି ଭିଡ ।

ସ୍ନାତକ ପରେ ଓକିଲାତି ପାଠ । ଏହାପରେ ମୁମ୍ବାଇର ଏକ କମ୍ପାନିରେ ମାସିକ ୩୨ ହଜାର ଟଙ୍କାରେ ଚାକିରି । ଚାକିରି ଛାଡିବା ପରେ ଆଉ ଚାକିରି ପଛରେ ନ ଧାଇଁ ଫେରି ଆସିଲେ ନିଜ ଗାଁକୁ । ଗାଁରେ ଥିବା ଜମିରେ ଏହି ଆମ୍ବ ଚାଷ କରି ବାର୍ଷିକ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ପିତାମ୍ବରପୁର ଗ୍ରାମପଂଚାୟତ ଅନ୍ତର୍ଗତ ବଲଣ୍ଡା ଗ୍ରାମର ଯୁବ ଚାଷୀ ସଂଗ୍ରାମ ପ୍ରଧାନ ।

ପ୍ରଥମେ ୩ ଏକର ଏବଂ ପରେ ୧୫ ଏକର ଜମିରେ ନୂତନ ଜ୍ଞାନକୌଶଳ ପ୍ରୟୋଗକରି ଆମ୍ବ ଓ ସପୁରୀ ପଣଷ ଚାଷ କରି ଗଛରେ ସୁନା ଫଳେଇ ପାରିଛନ୍ତି ସଂଗ୍ରାମ । ରାଜ୍ୟ ଓ ରାଜ୍ୟ ବାହାରକୁ ଆମ୍ବ ଓ ସପୁରୀ ପଣଷ ଚାଲାଣ କରି ବାର୍ଷିକ ଲକ୍ଷାଧିକ ଟଙ୍କା ରୋଜଗାର କରିବା ସହିତ ବର୍ଷ ତମାମ ୧୦ ଜଣକୁ କରାଇଛନ୍ତି ସ୍ୱାବଲମ୍ବୀ । ଅଚଂଳର ଚାଷୀ କିଭଳି ଉନ୍ନତମାନର ଜ୍ଞାନକୌଶଳରେ ଚାଷ କରି ଦିପଇସା ଆୟ କରିପାରିବେ ସେ ନେଇ ଚାଷୀଙ୍କୁ ଦେଉଛନ୍ତି ବାର୍ତା ।

ପାଠ ପଢି ସରକାରୀ ଚାକିରିଟିଏ କରୁ ଏଭଳି ଆଶା ରଖିଥିଲେ ବାପା । ହେଲେ ପୁଅ ସଂଗ୍ରାମଙ୍କର ଚାଷ ପ୍ରତି ଥିଲା ଦୁର୍ବଳତା । ଚାକିରି ଛାଡି ପୁଅର ଚାଷ କାମକୁ ପ୍ରଥମେ ବାପା ଯଦିବା ମନା କରୁଥିଲେ କିନ୍ତୁ ଏବେ ପୁଅର ଏଭଳି ଉଦ୍ୟମକୁ କେବଳ ବାପା କାହିଁକି ପରିବାର ପ୍ରିୟଜନ ଏବଂ ଅଚଂଳବାସୀ କରୁଛନ୍ତି ପ୍ରଶଂସା ।

farmer

ଏପଟେ ରାଜ୍ୟର ବିଭିନ୍ନ ସ୍ଥାନ ସମେତ ରାଜ୍ୟ ବାହାରର ଉତ୍ତତରପ୍ରଦେଶ,ବିହାର,ଛତିଶଗଡ ରାଜ୍ୟର ବେପାରୀ ମାନେ ଆସି ଏଠାରୁ ଆମ୍ବ ନେଉଛନ୍ତି । ବର୍ତମାନ ଅମ୍ବର ଚାହିଦା ଅଧିକ ଥିବାରୁ କିଲୋପ୍ରତି ୫୦ ରୁ ୫୨ ଟଙ୍କାରେ ନେଉଛନ୍ତି ବେପାରୀ । ତା ଛଡା ଦୋସରୀ ଓ ଅମରାପଲୀ ଆମ୍ବର ସ୍ୱାଦ ଉତ୍ତରପ୍ରଦେଶରେ ଭଲ ଡିମାଣ୍ଡ ରହିଥିବା କହିଛନ୍ତି ବେପାରୀ ।

ଅନ୍ୟପଟେ ବର୍ଷ ତମାମ ସଂଗ୍ରାମଙ୍କ ବାଡିରେ କାମ କରି ପରିବାର ପ୍ରତିପୋଷଣ କରୁଛନ୍ତି ୧୦ ଜଣ ଶ୍ରମିକ । ପ୍ରତିଦିନ ଗଛର ଯତ୍ନ ନେବା ସହିତ ଆମ୍ବ ଓ ସପୁରୀ ପଣଷ ତୋଳି ପ୍ୟାକିଂ କରିବା କାମରେ ନିୟୋଜିତ ଥାନ୍ତି ବୋଲି କହିଛନ୍ତି ଶ୍ରମିକ ।

ପାଠପଢି ଚାକିରୀ କରିବା ସମସ୍ତଙ୍କ ମୁଳ ଲକ୍ଷ୍ୟ ହେବ ତାହା ନୁହେଁ ଚାଷ କରି ମଧ୍ୟ ଜଣେ ସଫଳ ଚାଷି ହେବା ସହିତ ଲକ୍ଷାଧିକ ଟଙ୍କା ରୋଜଗାର କରିବା ସ୍ୱାବଲମ୍ବି ହୋଇପାରିବ । ଯାହାର ଉଦାହରଣ ସାଜିଛନ୍ତି ବୌଦ୍ଧ ଜିଲା ବାମଣ୍ଡା ଗ୍ରାମର ଯୁବ ଚାଷୀ ସଂଗ୍ରାମ ।

 

Leave A Reply

Your email address will not be published.