ଯଦି ମତଦାନ କେନ୍ଦ୍ରରେ ଦୁଇ ଜଣ ପ୍ରାର୍ଥୀଙ୍କୁ ସମାନ ଭୋଟ୍‌ ମିଳିଥାଏ ତାହେଲେ କଣ ହେବ?

ଏମିତିରେ କେବେ ଭାବିଛନ୍ତି କ୍ରିକେଟ ଭଳି ଏଠାରେ ମଧ୍ୟ ଯଦି କେବେ ବାଜି ଡ୍ର ରହିଲା ତେବେ କଣ ହେବ । ସରଳ ଭାଷାରେ କହିବା ତ ଆପଣ କେବେ ଭାବିଛନ୍ତି କିମ୍ବା ଆପଣଙ୍କ ମନରେ ଏହି ପ୍ରଶ୍ନ ଆସିଛି ଯଦି ନିର୍ବାଚନରେ ଦୁଇ ପ୍ରାର୍ଥୀଙ୍କୁ ଏକଦମ୍‌ ବରାବରର ଭୋଟ୍‌ ମିଳିଥାଏ ତାହେଲେ ରେଜଲ୍ଟ କେମିତି ବାହାରିଥାଏ । ତାହେଲେ ଚାଲନ୍ତୁ ଆଜି ଆମେ ଜାଣିବା ଏହାର ଗଣିତ ବିଷୟରେ ।

ଏବେ ପୂରା ଦେଶରେ ନିର୍ବଚନର ମାହୋଲ । ପୂରା ଦେଶ ସାଧାରଣ ନିର୍ବାଚନକୁ ନେଇ ସରଗରମ ଅଛି । ବର୍ତ୍ତମାନ ସବୁ ନେତାମାନେ କଡା ପରୀକ୍ଷା ଦେଉଛନ୍ତି । ନେତାମାନେ ନିର୍ବାଚନରେ ଜିତିବା ପାଇଁ ପ୍ରାଣ ପଣେ ଚେଷ୍ଟା ଚଳାଇଛନ୍ତି । ଅନେକ ଯାଗାରେ ତ ମୁକାବିଲା କଡାକଡି ହେବ ତାହା ନଜର ଆସୁଛି । ଅନେକ ନିର୍ବାଚନ ମଣ୍ଡଳୀରେ ତ ମୁକାବିଲା ଏକଦମ୍‌ ବରାବରରେ ରହିଛି । ତେବେ ଏମିତିରେ ଅନେକ ଥର ଭୋଟରମାନେ ମଧ୍ୟ ପ୍ରାର୍ଥୀଙ୍କ ମଧ୍ୟରେ ସମାନ୍ତରାଳଭାବେ ବାଣ୍ଟି ହୋଇଯାନ୍ତି । ତେବେ ଏମିତିରେ କେବେ ଭାବିଛନ୍ତି କ୍ରିକେଟ ଭଳି ଏଠାରେ ମଧ୍ୟ ଯଦି କେବେ ବାଜି ଡ୍ର ରହିଲା ତେବେ କଣ ହେବ । ସରଳ ଭାଷାରେ କହିବା ତ ଆପଣ କେବେ ଭାବିଛନ୍ତି କିମ୍ବା ଆପଣଙ୍କ ମନରେ ଏହି ପ୍ରଶ୍ନ ଆସିଛି ଯଦି ନିର୍ବାଚନରେ ଦୁଇ ପ୍ରାର୍ଥୀଙ୍କୁ ଏକଦମ୍‌ ବରାବରର ଭୋଟ୍‌ ମିଳିଥାଏ ତାହେଲେ ରେଜଲ୍ଟ କେମିତି ବାହାରିଥାଏ । ତାହେଲେ ଚାଲନ୍ତୁ ଆଜି ଆମେ ଜାଣିବା ଏହାର ଗଣିତ ବିଷୟରେ ।

କଣ ରହିଛି ନିୟମ?

ନିର୍ବାଚନରେ ଏମିତି ବି ସମ୍ଭାବନା ରହିଥାଏ ଯେ ଦୁଇ ପ୍ରାର୍ଥୀଙ୍କୁ ବରାବର ଭୋଟ ମିଳିପାରିବ । ଏମିତିୀରେ ରିପ୍ରେଜେଣ୍ଟେସନ୍‌ ଅଫ୍‌ ଦ ପିପୁଲ ଆକ୍ଟ ସେକ୍ସନ ୬୫ ଅନୁସୋରେ ଅଲଗା ଅଲଗା ପଦ ପାଇଁ ହେଉଥିବା ମତଗଣନା ସମୟରେ ଦୁଇ ପ୍ରାର୍ଥୀଙ୍କୁ ଏକ ସମାନ୍‌ ଭୋଟ୍‌ ମିଳିଯାଏ ତାହେଲେ ବିଜୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଧର୍ମଗୋଳାର ସାହାଯ୍ୟ ନିଆଯାଏ । ଏହା ହେଉଛି ଏକ ଏମିତି ବିକଳ୍ପ, ଯାହାଦ୍ୱାରା ବିଜେତା ଘୋଷଣା କରାଯାଏ । ଆସନ୍ତୁ ଏବେ ଜାଣିବା ଏ ଧର୍ମଗୋଳା କେମିତି କାମ କରେ ।

ଧର୍ମଗୋଳା ପକାଇବାର ଅଧିକାର ସେଠାରେ ଥିବା ରିଟର୍ଣ୍ଣିଙ୍ଗ୍‌ ଅଫିସରଙ୍କ ପାଖରେ ଥାଏ । ଏହି ଗୋଳା ସିଷ୍ଟମରେ ଯେଉଁ ପ୍ରାର୍ଥୀଙ୍କୁ ବରାବର ଭୋଟ୍‌ ମିଳିଥାଏ ତାଙ୍କ ଗାଁରେ ଗୋଳା ପକାଯାଏ । ଏକ କାଗଜରେ ଉକ୍ତ ଦୁଇଗଣ ବ୍ୟକ୍ତିଙ୍କର ନାଁ ଲେଖି ଏକ ବକ୍ସରେ ରଖାଯାଏ । ତାପରେ ବକ୍ସକୁ ହଲାଇବା ପରେ ରିଟର୍ଣ୍ଣିଙ୍ଗ ଅଫିସର ବକ୍ସରୁ ଗୋଟିଏ କାଗଜ ଗୋଳା ବାହାର କରିନ୍ତି । ଏହି କାଗଜରେ ଯାହାର ବି ନାଁ ବାହାରିଥାଏ, ତାଙ୍କ ନାଁରେ ଏକ ଏକ୍ସଟ୍ରା ଭୋଟ୍‌ ଦେଇଦିଆଯାଏ । ଏହିଭଳି ଭାବେ ଧର୍ମଗୋଳା ଜରିଆରେ ଗୋଟେ ଭୋଟ ବଢ଼ିବା ଦ୍ୱାରା ଦୁଇ ଜଣଙ୍କ ମଧ୍ୟରୁ ଜଣେ ପ୍ରାର୍ଥୀଙ୍କୁ ବିଜେତା ଘୋଷିତ କରିଦିଆଯାଏ ।

କେବେ ପଡିଥିଲା କି ଧର୍ମଗୋଳାର ଆବଶ୍ୟକତା?

ଆପଣଙ୍କୁ କହିବାକୁ ଚାହିଁବୁ ଯେ ଭାରତରେ ଅନେକ ଥର ଧର୍ମଗୋଳା ଜରିଆରେ ନିର୍ବାଚନ ବିଜେତାଙ୍କର ଘୋଷଣା କରାଯାଇଛି । ବର୍ଷ ୨୦୧୮ରେ ସିକ୍କିମର ପଞ୍ଚାୟତ ନିର୍ବାଚନରେ ୬ ସିଟ୍‌ ପାଇଁ କଏନ୍‌ ପକାଇ ବିଜେତା ଘୋଷଣା କରାଯାଇଥିଲା । କାହିଁକିନା ଏହି ସବୁ ସିଟରେ ବିଜେତାଙ୍କ ମଧ୍ୟରେ ବରାବର ସ୍ଥିତି ଥିଲା ।

ଏହାବ୍ୟତୀତ ଫେବୃୟାରୀ ୨୦୧୭ରେ ମଧ୍ୟ ବିଏମସିର ନିର୍ବାଚନରେ ଏମିତି ମାମଲା ଦେଖାଯାଇଥିଲା । ଯେଉଁଠି ଭାଜପା ପ୍ରାର୍ଥୀ ଅତୁଲ ଶାହ ଏବଂ ସିବସେନାର ସୁରେନ୍ଦ୍ରଙ୍କ ମଧ୍ୟରେ ବରାବର ସ୍ଥିତି ଥିଲା । ଏହି ନିର୍ବାଚନରେ ଉଭୟ ପ୍ରାର୍ଥୀଙ୍କୁ ଏକ ସମାନ ଭୋଟ୍‌ ମିଳିଥିଲା । ତେବେ ଏଥିରେ ଜିତକୁ ସୁନିଶ୍ଚିତ କରିବା ପାଇଁ ଆଉ ଦୁଇଥର ମତଗଣନା କରାଗଲା । ଯଦିଓ ଏହାପରେ ମଧ୍ୟ ସମାନ ହେଲା । ଏମିତିରେ ଏହି ଗୋଳା ସିଷ୍ଟମକୁ ବ୍ୟବହାର କରାଗଲା । ଯେଉଁଥିରେ ଧର୍ମଗୋଳା ଜରିଆରେ ଭାଜପା ପ୍ରାର୍ଥୀ ଅତୁଲ ଶାହ ବିଜୟ ଲାଭ କରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.