Below header

୯୦ ବର୍ଷର ବାପାକୁ ମାଡ ମାରୁଛି ପୁଅ, ବାପା କାନ୍ଦି କାନ୍ଦି କହୁଛି ମୋତେ ଯୁଆଡେ ନଉଛ ନିଅ କିନ୍ତୁ ଘରକୁ ନିଅନି

ସିଥିଳ ପଡିଯାଇଥିବା ଶରୀର ବଖାଣୁଛି ପୁଅ ମାରିଥିବା ମାଡର ଯନ୍ତ୍ରଣା । କାନ୍ଦି କାନ୍ଦି ପଚାରୁଛି ବୁଢ଼ା ବାପା । ଏ ବୟସରେ କେମିତି ଖଟି ପଇସା ରୋଜଗାର କରିବେ । ଆଉ ନ ଖଟିଲେ ପୁଅର ମରଣାନ୍ତକ ମାଡ ।

ଭଦ୍ରକ (କେନ୍ୟୁଜ) : ଚମ ଧୁଡୁ ଧୁଡୁ, ସେଥିରେ ସଳଖି ବସି ପାରୁନାହାଁନ୍ତି । ପୁଅର ସେ ଟାଣୁଆ ହାତର ମାଡ ଏବେ ବି ଯନ୍ତ୍ରଣା ଦେଉଛି । ଅଣ୍ଟାକୁ ମାରିକି ଭାଙ୍ଗି ଦେଇଛି ପୁଅ । ଫୁଲି ଯାଇଛି ବାପାର ଧୁଡୁଧୁଡୁ ଚମ । ଆଉ ହସ୍ପିଟାଲ ବେଡରେ ବସି ମନେ ପକାଉଛନ୍ତି ସେଦିନ ପୁଅର ସେ ମାଡକୁ । ବାପାକୁ ଏମିତି ମାରିଛି ଯେ ଆଖି କଳା ପଡି ଫୁଲି ଯାଇଛି । ସେଥିରେ ଜକେଇ ହୋଇଯାଉଛି ଲୁହ ।

ସିଥିଳ ପଡିଯାଇଥିବା ଶରୀର ବଖାଣୁଛି ପୁଅ ମାରିଥିବା ମାଡର ଯନ୍ତ୍ରଣା । କାନ୍ଦି କାନ୍ଦି ପଚାରୁଛି ବୁଢ଼ା ବାପା । ଏ ବୟସରେ କେମିତି ଖଟି ପଇସା ରୋଜଗାର କରିବେ । ଆଉ ନ ଖଟିଲେ ପୁଅର ମରଣାନ୍ତକ ମାଡ । ଏଇ ଦେଖୁନାହାଁନ୍ତି କେମିତି ଶରୀର ସାରା କ୍ଷତ ଚିହ୍ନ । ଶରୀରର କ୍ଷତ ବି ବଖାଣୁଛି କେତେ ବେଇମାନ ଥିଲା ସେହି ଜନ୍ମକଲା ପୁଅ। ଯିଏ ଜନ୍ମ ଦେଇଥିବା ବାପାକୁ ଯନ୍ତ୍ରଣା ପରେ ଯନ୍ତ୍ରଣା ଦେଇଚାଲିଥିଲା । ଇଏ ସେହି ବାପା ଯିଏ ଦିନରାତି ଏକ କରି ପୁଅଙ୍କୁ ମଣିଷ କରିଥିଲେ । ଇଏ ସେହି ବାପା ଯିଏ ବୁଢ଼ା ବୟସ ପର୍ଯ୍ୟନ୍ତ ପର ଦୁଆରେ କାମ କରି ନିଜ ପେଟକୁ କାଟି ଘର ପରିବାର ପ୍ରତିପୋଷଣ କରୁଥିଲେ । ଆଉ ଏବେ ବୟସର ଅପରାହ୍ନରେ, ପୁଅ ପାଖରୁ ମାଡ ଖାଇ ପର ଦୋକାନ ପିଣ୍ଡାରେ ଦିନ କାଟୁଥିବାବେଳେ ପୁଣି ପୁଅ ମାଡରେ ଗୁରୁତର ହୋଇ ଏବେ ମେଡିକାଲରେ ବୁଢ଼ା ବାପା ।

ଏ ଅବସ୍ଥାରେ ପୁଅ କଥା କହିଲେ ହାତ ଯୋଡି କହୁଛନ୍ତି ମୋତେ ଯାଆ କରୁଛନ୍ତି କରନ୍ତୁ । ଘରକୁ ମୋତେ ଯିବାକୁ କୁହନ୍ତୁନି କି ମୋ ପୁଅ ପାଖକୁ ଛାଡନ୍ତୁନି । ସେ ମୋତେ ଜୀବନରୁ ମାରିଦେବ । ତା ହାତର ସେ ପ୍ରହାର ଭାରି କଷ୍ଟ ଦଉଛି । ଏ ବୁଢ଼ାକାଳେ ସହି ହଉନି ସେ ମାଡର ଯନ୍ତ୍ରଣା । ଏ ଚିତ୍ର ହେଉଛି ଭଦ୍ରକ ସହରାଞ୍ଚଳ ଥାନା ଅଧିନସ୍ତ ଜାନୁଗଞ୍ଜ ଅଞ୍ଚଳରେ ।

ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ରାହଞ୍ଜ ଗ୍ରାମର ନାଗେଶ୍ୱର ମଲ୍ଲିକ । ବୟସ ୯୦ ହେଲାଣି । ଘରେ ତାଙ୍କର ସମସ୍ତେ ଥିଲେ ମଧ୍ୟ ସେ ଭଦ୍ରକର ଏକ ମେସରେ ରହି କାମ କରୁଥିଲେ । ସେତିକିରେ ଯାହା ଯେମିତି କରି ପିଲା ଛୁଆଙ୍କୁ ମଣିଷ କରିବା ପାଇଁ ଘରକୁ ପଠାଉଥିଲେ । ଆଉ ଯେତେବେଳେ ସେ ପରିଣତ ବୟସରେ ପହଁଚିଲେ ଆଉ କାମ କରିପାରିଲେନି । ଘରକୁ ଚାଲି ଆସିଲେ । କିନ୍ତୁ ଘରେ ପୁଅ ବିଦ୍ୟୁତ ବାପାକୁ କାମ କରି ଟଙ୍କା ଆଣିବାକୁ କହି ବାରମ୍ବାର ମାଡ ମାରୁଥିଲେ । ପୁଅର ମାଡ ସହିନପାରି ବାଧ୍ୟ ହୋଇ ବାପା ଘର ଛାଡି ଯାଇ ଏକ ଦୋକାନ ପିଣ୍ଡାରେ ରହୁଥିଲେ । ଆଉ ସେହି ଦୋକାନ ମାଲିକ ନାଗେଶ୍ୱରଙ୍କ ଯନ୍ତ୍ରଣା ବୁଝି ତାଙ୍କୁ ଖାଇବାକୁ ପିଇବାକୁ ଦେଉଥିଲେ ।

ତେବେ ପୁଅ ବାରମ୍ବାର ଜମି ଟଙ୍କା ପାଇଁ ବୁଢ଼ା ବାପାକୁ ମାରୁଥିଲେ । ବାପା ନାଗେଶ୍ୱର ତାଙ୍କ ପୁଅ ଓ ଝିଅ ବାହାଘର ପାଇଁ ଜମି ବିକ୍ରି କରି କରିଥିଲେ । ତେବେ ତାଙ୍କ ବଡ଼ ପୁଅ ସେହି ଜମି ବିକ୍ରି ଟଙ୍କା କୁଆଡେ ଗଲା ଏବଂ ସେଥିରୁ ତାଙ୍କ ଭାଗ ତାଙ୍କର କୁଆଡେ ଗଲା ବୋଲି କହି ବିଭିନ୍ନ ସମୟରେ ବାପାଙ୍କୁ ମାରଧର କରୁଥିଲେ । ତେବେ ଗତକାଲି ଜାନୁଗଞ୍ଜରେ ବାପା ଥିବା ଜାଣି ତାଙ୍କୁ ଟଙ୍କା ମାଗିଥିଲେ ପୁଅ ବିଦ୍ୟୁତ ଭୂଷଣ ମଲ୍ଲିକ । ଏଥିରେ ବାପା ନାଗେଶ୍ୱର ଟଙ୍କା ଦେବାକୁ ଅକ୍ଷମତା ପ୍ରକାଶ କରିବାରୁ ହଟାତ ବାପାକୁ ପୁଅ ଗଡ଼ାଇ ପକାଇ ଆକ୍ରମଣ କଲା । ଏପରିକି ଗୋଟିଏ କଟୁରୀରେ ଜୀବନରୁ ମାରି ଦେବାକୁ ଉଦ୍ୟମ କରୁଥିଲା ବେଳେ ସ୍ଥାନୀୟ ଲୋକ ମାନେ ତାକୁ ଅଟକାଇ ଥିଲେ । ପରେ ବୃଦ୍ଧ ଜଣଙ୍କୁ ଚିକିତ୍ସା ପାଇଁ ତୁରନ୍ତ ଭଦ୍ରକ ଡାକ୍ତରଖାନାରେ ଭର୍ତି କରିଛନ୍ତି । ସେଠାରେ ପାଞ୍ଚ ଦିନ ହେଲା ନାଗେଶ୍ୱରଙ୍କର ଚିକିତ୍ସା ଚାଲିଛି । ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ପୁଅ ବିରୁଦ୍ଧରେ ଥାନାରେ ଅଭିଯୋଗ ଦିଆଯାଇଛି, ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ବାପା ହାତ ହଲାଇ ମନା କରୁଛନ୍ତି ମୋତେ ଯୁଆଡେ ନେଉଛ ନିଅ କିନ୍ତୁ ଘରକୁ ନିଅନ୍ତୁନି କି ପୁଅ ପାଖରେ ଛାଡନ୍ତୁନି । ନଚେତ ପୁଅ ମୋତେ ଜୀବନରୁ ମାରିଦେବ । ମୁଁ ତା ମାଡ ଆଉ ସହି ପାରୁନି । ତେବେ ଟଙ୍କା ପାଇଁ ପୁଅ ଯେ ଏତେ ତଳକୁ ଖସି ପାରେ ତାହା ଏହି ଘଟଣାରୁ ଜଣା ପଡୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.