Below header

ଧୋନିଙ୍କୁ ଆଉଟ କରିବା ପରେ ଘୃଣାର ଶିକାର ହେଲେ ହର୍ଷଲ ପଟେଲ, ଗାଳି କରୁଛନ୍ତି ଫ୍ୟାନ୍ସ

ହର୍ଷଲ ପଟେଲ ଧୋନିଙ୍କୁ ‘ଗୋଲଡେନ ଡକ’ରେ ବୋଲ୍ଡ କରିଥିଲେ । ଯାହା ପାଇଁ ତାଙ୍କୁ ଅନେକ ପ୍ରଶଂସା ମିଳିଥିଲା । କିନ୍ତୁ ଯେତେବେଳେ ହର୍ଷଲ ପଟେଲ ନିଜ ସୋସିଆଲ ମିଡିଆରେ ପୋଷ୍ଟ କଲେ, ଚେନ୍ନାଇ ଫ୍ୟାନ୍ସ ରାଗିଯାଇଥିଲେ । ଧୋନିଙ୍କ ଗୋଲଡେନ ଡକରେ ଆଉଟ କରିବା ପରେ ଚେନ୍ନାଇ ସୁପରକିଙ୍ଗସ ଫ୍ୟାନ୍ସ ସୋସିଆଲ ମିଡିଆରେ ହର୍ଷଲ ପଟେଲଙ୍କ ଉପରେ ରାଗିଯାଇଥିଲେ । ହର୍ଷଲଙ୍କୁ କେତେକ ଫ୍ୟାନ୍ସ ଗାଳି ଦେଇଛନ୍ତି ।

ଆଇପିଏଲ୍‌ ୨୦୨୪ର ୫୩ତମ ମ୍ୟାଚ ବହୁତ ରୋମାଞ୍ଚପୂର୍ଣ୍ଣ ରହିଥିଲା । ଏହି ମ୍ୟାଚରେ କେବଳ ବ୍ୟାଟର ନୁହେଁ ବରଂ ବୋଲର କମାଲ କରି ଦେଖାଇଥିଲେ । ଏହି ମ୍ୟାଚରେ ପଞ୍ଜାବ କିଙ୍ଗସ ଏବଂ ଚେନ୍ନାଇ ସୁପରକିଙ୍ଗସ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ଏହି ମ୍ୟାଚରେ ପଞ୍ଜାବ ବୋଲର ବୋଲିଂ କମାଲ କରିଥିଲେ । ହେଲେ ମ୍ୟାଚକୁ ସୁପରକିଙ୍ଗସ ଜିତିନେଇଥିଲା ।

ଏହି ମ୍ୟାଚରେ ହର୍ଷଲ ପଟେଲ ଧୋନିଙ୍କୁ ‘ଗୋଲଡେନ ଡକ’ରେ ବୋଲ୍ଡ କରିଥିଲେ । ଯାହା ପାଇଁ ତାଙ୍କୁ ଅନେକ ପ୍ରଶଂସା ମିଳିଥିଲା । କିନ୍ତୁ ଯେତେବେଳେ ହର୍ଷଲ ପଟେଲ ନିଜ ସୋସିଆଲ ମିଡିଆରେ ପୋଷ୍ଟ କଲେ, ଚେନ୍ନାଇ ଫ୍ୟାନ୍ସ ରାଗିଯାଇଥିଲେ ।

ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ପ୍ରଥମ ବ୍ୟାଟିଂ କରି ଚେନ୍ନାଇ ସୁପରକିଙ୍ଗସ ୧୮.୪ ଓଭରରେ ୧୫୦ ରନ୍‌ କରି ୭ ଓ୍ଵିକେଟ ହରାଇଥିଲା । ୯ମ ଓ୍ଵିକେଟ ଭାବେ ଏମଏସ ଧୋନି ବ୍ୟାଟିଂ କରିବାକୁ ଆସିଥିଲେ, ଆଉ ଧୋନି ପ୍ରଥମ ବଲରେ ହିଁ କ୍ଲିନ ବୋଲ୍ଡ ହୋଇଯାଇଥିଲେ ।

ଧୋନିଙ୍କ ଗୋଲଡେନ ଡକରେ ଆଉଟ କରିବା ପରେ ଚେନ୍ନାଇ ସୁପରକିଙ୍ଗସ ଫ୍ୟାନ୍ସ ସୋସିଆଲ ମିଡିଆରେ ହର୍ଷଲ ପଟେଲଙ୍କ ଉପରେ ରାଗିଯାଇଥିଲେ । ଇନଷ୍ଟାରେ ହର୍ଷଲ ଫଟୋ ପୋଷ୍ଟ କରିବା ପରେ ଚେନ୍ନାଇ ଫ୍ୟାନ୍ସ ବିଭିନ୍ନ ପ୍ରକାରର କମେଣ୍ଟ ଦେଇଛନ୍ତି । ହର୍ଷଲଙ୍କୁ କେତେକ ଫ୍ୟାନ୍ସ ଗାଳି ଦେଇଛନ୍ତି ।

 

View this post on Instagram

 

A post shared by Harshal Patel (@harshalvp23)

ଜଣେ ୟୁଜର୍ସ ଲେଖିଛନ୍ତି : ତୁମେ ଧୋନିଙ୍କୁ ଆଉଟ କରିବାରେ ସକ୍ଷମ କି ? ଆଉ ଜଣେ ଲେଖିଛନ୍ତି… ଆଉଟ କାହାକୁ କରିଛ ଥଲାକୁ, ଆଉ ଜଣେ ଲେଖିଛନ୍ତି… ତୁମେ ତ ଗଲ… ।

କେବଳ ସେତିକି ନୁହେଁ, କିଛି ଫ୍ୟାନ୍ସ ହର୍ଷଲଙ୍କୁ ସପୋର୍ଟ ମଧ୍ୟ କରିଛନ୍ତି । ହର୍ଷଲ ନିଜ କାମ କରିଛନ୍ତି ବୋଲି କହିଛନ୍ତି ଫ୍ୟାନ୍ସ ।

ହର୍ଷଲ ଚେନ୍ନାଇ ବିପକ୍ଷରେ ୪ ଓଭରରେ ୨୪ ରନ୍‌ ଦେଇ ୩ ଓ୍ଵିକେଟ ନେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.