ଗାଁକୁ ଗାଁ ବୁଲି ସ୍ୱାମୀଙ୍କ ପାଇଁ ଭୋଟ ଭିକ୍ଷା କରୁଛନ୍ତି ପତ୍ନୀ

ସ୍ୱାମୀଙ୍କ ପାଇଁ ଭୋଟ ଭିକ୍ଷା କରୁଛନ୍ତି ପତ୍ନୀ । ପ୍ରଚାର ମଇଦାନରେ ଏବେ ବିଭିନ୍ନ ଦଳର ପ୍ରାର୍ଥୀଙ୍କ ଧର୍ମ ପତ୍ନୀ ମାନଙ୍କୁ ଦେଖିବାକୁ ମିଳୁଛି ।

କାକଟପୁର(କେନ୍ୟୁଜ): ଜୁନ୍ ୧ତାରିଖରେ ଜଗତସିଂହପୁର ଲୋକସଭା ଓ କାକଟପୁର ନିର୍ବାଚନ ମଣ୍ଡଳୀ ରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁଯାଉଛି । ବିଭିନ୍ନ ଦଳର ନେତା ମାନେ ଭୋଟର ମାନଙ୍କ ମନ ଜିଣିବାକୁ ପ୍ରଣାମୂର୍ଚ୍ଛା ଉଦ୍ୟମ ଜାରିରଖିଛନ୍ତି । ତ୍ରିମୁଖୀ ଲଢେଇ ଦେଖିବାକୁ ମିଳିଛି । ବିଜେଡ଼ି ,ବିଜେପି ଏବଂ କଂଗ୍ରେସ ଏହି ତିନି ପ୍ରମୁଖ ଦଳର ପ୍ରାର୍ଥୀ ମାନଙ୍କ ମଧ୍ୟରେ ଭୋଟ ଲଢେଇ ଦେଖିବାକୁ ମିଳିଛି ।

ଏହି ରାଜନୈତିକ ଦଳ ମଧ୍ୟରୁ ବିଧାୟକ ପ୍ରାର୍ଥୀ ହୋଇଥିବା ନେତାମାନେ ଗାଁ କୁ ଗାଁ ବୁଲି ରାଲି କରି ଭୋଟ ଭିକ୍ଷା କରୁଥିବା ବେଳେ ବିଧାୟକ ପ୍ରାର୍ଥୀଙ୍କ ଧର୍ମ ପତ୍ନୀ ଓ ସାଂସଦ ପ୍ରାର୍ଥୀଙ୍କ ଧର୍ମପତ୍ନୀ ଘରକୁ ଘର ବୁଲି ସ୍ୱାମୀ ମାନଙ୍କ ପାଇଁ ଭୋଟ ମାଗୁଛନ୍ତି । କିଏ ଭୋଟରଙ୍କୁ କୋଳକୁ ନେଇ କୁଣ୍ଢାଇ ପକାଉଥିବାବେଳେ ଆଉ କିଏ ମୁଣ୍ଡିଆ ମାରୁଛନ୍ତି ।

କହିବାକୁ ଗଲେ ସ୍ୱାମୀଙ୍କ ପାଇଁ ଭୋଟ ଭିକ୍ଷା କରୁଛନ୍ତି ପତ୍ନୀ । ପ୍ରଚାର ମଇଦାନରେ ଏବେ ବିଭିନ୍ନ ଦଳର ପ୍ରାର୍ଥୀଙ୍କ ଧର୍ମ ପତ୍ନୀ ମାନଙ୍କୁ ଦେଖିବାକୁ ମିଳୁଛି । ଜୁନ ୧ରେ ଶେଷ ପର୍ଯ୍ୟାୟ ମତଦାନ। ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚାଲିଛି ଜୋରଦାର ପ୍ରଚାର । ଏହି କ୍ରମରେ ଜଗତସିଂହପୁର ସାଂସଦ ପ୍ରାର୍ଥୀ ବିଜେପିର ବିଭୁପ୍ରସାଦ ତରାଇଙ୍କ ପାଇଁ ତାଙ୍କ ଧର୍ମପତ୍ନୀ ରାନୁଶ୍ରୀ ତରାଇ ଗାଁକୁ ଗାଁ ବୁଲି ପ୍ରଚାର କରିଛନ୍ତି ।

ମୋଦିଙ୍କ ଗ୍ୟାରେଣ୍ଟିକୁ ଆଧାର କରି ଭୋଟ ଭିକ୍ଷା କରିଛନ୍ତି । କାକଟପୁର ବିଜେଡି ପ୍ରାର୍ଥୀ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଧର୍ମପତ୍ନୀ ନନ୍ଦିନୀ ବେହେରା ନବୀନଙ୍କ ଗ୍ୟାରେଣ୍ଟିକୁ ଆଧାର କରି ଲୋକଙ୍କୁ ଭୋଟ ଭିକ୍ଷା କରିଛନ୍ତି । ସେହିପରି କାକଟପୁରର କଂଗ୍ରେସ ବିଧାୟକ ପ୍ରାର୍ଥୀ ବିଶ୍ବଭୂଷଣ ଦାସଙ୍କ ଧର୍ମପତ୍ନୀ ଶ୍ରାବଣୀ ଦାସ କଂଗ୍ରେସର ଗ୍ୟାରେଣ୍ଟିକୁ ନେଇ ସ୍ୱାମୀଙ୍କ ପାଇଁ ପ୍ରଚାର କରିଛନ୍ତି ।

Leave A Reply

Your email address will not be published.