ସମୁଦ୍ର ତଟ ବାଲିରେ ପୋତି ହୋଇରହିଥିଲା ମନ୍ଦିର, ଅତୀତର ମୁକସାକ୍ଷୀ ରୂପେ ଚୁଳ ଉପରେ ଶୋଭା ପାଉଛି ଶିବ ଲିଙ୍ଗ

ସମୁଦ୍ର ତଟ ବାଲିରେ ପୋତି ହୋଇରହିଥିଲା ମନ୍ଦିର । ମନ୍ଦିର ଚୁଳରେ ଥିଲା ଶିବଲିଙ୍ଗ । କେଉଁ କାଳରୁ ସ୍ଥାନୀୟ ଲୋକମାନେ ସେହି ଲିଙ୍ଗକୁ ପୂଜା କରୁଥିଲେ l କିନ୍ତୁ କାଳକ୍ରମେ ଅଞ୍ଚଳବାସୀଙ୍କ ସହଯୋଗରେ ବାଲି ଖୋଳିବା ପରେ ବାହାରିଥିଲା ପୁରା ମନ୍ଦିର ।

ଗଞ୍ଜାମ (କେନ୍ୟୁଜ): ଓଡ଼ିଶାରେ ରହିଛି ଅନେକ କିର୍ତ୍ତୀରାଜି । ଏହି କିର୍ତ୍ତୀରାଜି ମଧ୍ୟରୁ ଓଡ଼ିଶାରେ ଥିବା ମନ୍ଦିର ସ୍ୱତନ୍ତ୍ର ମାହାତ୍ମ୍ୟ ବହନ କରେ । ତେବେ ଆପଣ ଦେଖୁଥିବା ଏ ମନ୍ଦିର ପଛରେ ବି ରହିଛି ଏକ ଖାସ ରହସ୍ୟ । ଯାହା ବିଷୟରେ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ । ଗଞ୍ଜାମ ଜିଲ୍ଲା ଗଞ୍ଜାମ ବ୍ଲକ କଣ୍ଟିଆଗଡ଼ ନିକଟରେ ଥିବା ବଟେଶ୍ୱର ମହାଦେବ ମନ୍ଦିରର ରହିଛି ସ୍ୱତନ୍ତ୍ର ମାହାତ୍ମ୍ୟ । ସମୁଦ୍ର ତଟ ବାଲିରେ ପୋତି ହୋଇରହିଥିଲା ମନ୍ଦିର । ମନ୍ଦିର ଚୁଳରେ ଥିଲା ଶିବଲିଙ୍ଗ । କେଉଁ କାଳରୁ ସ୍ଥାନୀୟ ଲୋକମାନେ ସେହି ଲିଙ୍ଗକୁ ପୂଜା କରୁଥିଲେ l କିନ୍ତୁ କାଳକ୍ରମେ ଅଞ୍ଚଳବାସୀଙ୍କ ସହଯୋଗରେ ବାଲି ଖୋଳିବା ପରେ ବାହାରିଥିଲା ପୁରା ମନ୍ଦିର । ସରକାରଙ୍କ ସହାୟତା ଓ ଅଞ୍ଚଳବାସୀଙ୍କ ଉଦ୍ୟମରେ ମନ୍ଦିର ଚତୁପାର୍ଶ୍ୱରେ ପାହାଚ ନିର୍ମାଣ ହୋଇଥିବା ବେଳେ ଏବେ ବି ମନ୍ଦିର ଅତୀତର ମୁକସାକ୍ଷୀ ରୂପେ ଚୁଳ ଉପରେ ଶିବ ଲିଙ୍ଗ ଶୋଭା ପାଉଛି । ତେବେ ଆସନ୍ତୁ ଜାଣିବା ଏହି ମନ୍ଦିର ପଛରେ ରହିଥିବା ଖାସ ରହସ୍ୟ ।

ଓଡ଼ିଶାର ଅନେକ ଶୈବ ପୀଠ ରହିଛି । କିନ୍ତୁ ଏହି ଶୈବ ପୀଠ ବାଲିରେ ପୋତି ହୋଇ ଥିବାରୁ ଏହାର ମାହାତ୍ମ୍ୟ ସ୍ୱତନ୍ତ୍ର ରହିଛି । ସ୍ଥାନୀୟ ଲୋକଙ୍କୁ ବି ବନ୍ଦିର ବିଷୟରେ କିଛି ଜଣା ନଥିଲା । ଖାଲି ମନ୍ଦିର ଚୁଳ ଉପରେ ଥିବା ଶିବ ଲିଙ୍ଗକୁ ପୂଜା କରୁଥିଲେ ଲୋକେ । ପ୍ରତ୍ୟେକ କାର୍ତ୍ତିକ ପୂର୍ଣ୍ଣିମାରେ ଲୋକମାନେ ବାଲି ଖୋଳିଥାନ୍ତି ଏବଂ ପୁରୋହିତ ଆସି ପୂଜା କରନ୍ତି । ଧିରେ ଧିରେ ବାଲି ଖୋଳିବା ସମୟରେ ଏହି ମନ୍ଦିରର ଉତ୍ପତ୍ତି ହୋଇଥିଲା ।

ଏହି ମନ୍ଦିରର କାରୁ କାର୍ଯ୍ୟ ଏତେ ସୁନ୍ଦର ରହିଛି ଯେ ଦୂର ଦୂରାନ୍ତରରୁ ଲୋକମାନେ ଏଠାକୁ ପୂଜା କରିବା ପାଇଁ ଆସନ୍ତି । ମନ୍ଦିର ପରିସରରେ ଛୋଟ ଛୋଟ ମନ୍ଦିରମାନ ରହିଛି । ମନ୍ଦିରର ପୂଜକ ଆସି ମନ୍ଦିରରେ ପୂଜା କରନ୍ତି । ତେବେ ଏହି ମନ୍ଦିର ବାଲିରେ ପୋତି ହୋଇ ରହିଥିବାରୁ ଏହାକୁ ଦେଖିବା ପାଇଁ ଭକ୍ତଙ୍କ ସୁଅ ଛୁଟେ ।

Leave A Reply

Your email address will not be published.