ପାପୁଆ ନ୍ୟୁ ଗିନିଆରେ ଭୟଙ୍କର ଭୂସ୍ଖଳନ, ୬୭୦ଜଣଙ୍କ ମୃତ୍ୟୁ

ପାପୁଆ ନ୍ୟୁ ଗିନିଆରେ ଭୟଙ୍କର ଭୂସ୍ଖଳନ । ୬୭୦ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାରେରୁ ଅଧିକ ବିସ୍ଥାପିତ ହୋଇଛନ୍ତି। ଏନେଇ ଜାତିସଂଘ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ପାପୁଆ ନ୍ୟୁ ଗିନିଆର ଇଙ୍ଗା ପ୍ରଦେଶର ୟାମ୍ବାଲି ଠାରେ ଭୟଙ୍କର ଭୂସ୍ଖଳନ ଘଟିଛି ।

ପାପୁଆ ନ୍ୟୁ ଗିନିଆରେ ଭୟଙ୍କର ଭୂସ୍ଖଳନ । ୬୭୦ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାରେରୁ ଅଧିକ ବିସ୍ଥାପିତ ହୋଇଛନ୍ତି । ଏନେଇ ଜାତିସଂଘ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ପାପୁଆ ନ୍ୟୁ ଗିନିଆର ଇଙ୍ଗା ପ୍ରଦେଶର ୟାମ୍ବାଲି ଠାରେ ଭୟଙ୍କର ଭୂସ୍ଖଳନ ଘଟିଛି ।

ମାଟି ତଳେ ୧୫୦ରୁ ଅଧିିକ ଘର ପୋତି ହୋଇଯାଇଛି । ବର୍ତ୍ତମାନ ସୁଦ୍ଧା ମାଟି ଧସୁଥିବାରୁ ସ୍ଥିତି ଆହୁରି ଗମ୍ଭୀର ହେବ ଆଶଙ୍କା ରହିଛି । ଭୂସ୍ଖଳନ ପରେ ମାଟିରୁ ତୀବ୍ର ବେଗରେ ଜଳସ୍ରୋତ ପ୍ରବାହିତ ହେଉଥିବାରୁ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା ସୃଷ୍ଟି ହୋଇଛି । ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥିବା ଜାତିସଂଘ ଶରଣାର୍ଥୀ ସଂସ୍ଥାର ଅଧିକାରୀ କହିଛନ୍ତି ।

Leave A Reply

Your email address will not be published.