Below header

୧୪ ଶହ ଲିଟର ଦେଶୀ ମଦ ଵୋଝେଇ ଗାଡ଼ି ଜବତ, ଦୁଇ ଜଣ ଗିରଫ

ବାଙ୍କୀ ବଜାର ଦେଇ ଯାଉଥିବ ୧୪ ଶହ ଲିଟର ଦେଶୀ ମଦ ଵୋଝେଇ ଗାଡ଼ି ଜବତ । ଦୁଇ ଜଣ ଗିରଫ ।

ବାଙ୍କୀ: ବାଙ୍କୀ ବଜାର ଦେଇ ଯାଉଥିବ ୧୪ ଶହ ଲିଟର ଦେଶୀ ମଦ ଵୋଝେଇ ଗାଡ଼ି ଜବତ । ଦୁଇ ଜଣ ଗିରଫ । ନିର୍ବାଚନକୁ ଆଖି ଆଗରେ ରଖି ଅବକାରୀ ବିଭାଗ ନିର୍ଦ୍ଦେଶ ଅନୁଯାୟୀ, ଚୋରା ମଦ ବିକ୍ରି ଓ ଚାଲାଣ ଉପରେ ଚଢାଉ ଜାରି ରହିଛି । ଏ ନେଇ ଅବକାରୀ ଵିଭାଗର ଏକ ସ୍ବତନ୍ତ୍ର ଟିମ କଟକ ଜିଲ୍ଲାର ବାଙ୍କୀ ଓ ଆଠଗଡ଼ ଅଞ୍ଚଳରେ ଚଢାଉ କରି ପୃଥକ୍ ପୃଥକ୍ ଭାବେ ଦୁଇଟି ସ୍ଥାନରୁ ୧୪ଶହ ୮୦ ଲିଟର ଚୋରାମଦ ଥିବା ବ୍ୟାରେଲ୍ ବୋଝେଇ ପିକ ଅପ ଭ୍ୟାନ ଜବତ କରିଛି । ଗତକାଲିର ୫ ଶହ ୨୫  ଲିଟର ମଦ ଚାଲାଣର ଜଣେ ଅଭିଯୁକ୍ତ ଓ ଆଜିର ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ନେଇ ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାର୍ଡ ଅଧିକାରୀ ସୂଚନା ଦେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.