Below header

ଧୁମଧାମରେ ଗାର୍ଲଫ୍ରେଣ୍ଡ ସହ ବିବାହ କଲେ ଯୁବକ, ପରେ ସାମ୍ନାକୁ ଆସିଲା ସ୍ତ୍ରୀର ସତ

ବେଳେବେଳେ ଯୁବକମାନେ ବିବାହ ପରେ ଧୋକାର ଶିକାର ହୁଅନ୍ତି । ଯାହାକୁ ମନ ପ୍ରାଣ ଦେଇ ବିବାହ କରନ୍ତି, ସେ ତାଙ୍କୁ ବଡ଼ ଧରଣର ଧୋକା ଦେଇ ଚାଲିଯାଏ ।

ଆପଣ ବିଭିନ୍ନ ପ୍ରକାରର ବିବାହ ବିଷୟରେ ନିଶ୍ଚୟ ଶୁଣିଥିବେ । ବିବାହ ଜୀବନରେ ଥରେ ହୋଇଥାଏ ତେଣୁ ଲୋକମାନେ ନିଜ ବିବାହ ସମାରୋହକୁ ଭିନ୍ନ ଢ଼ଙ୍ଗରେ ସେଲିବ୍ରେଟ କରନ୍ତି । ପ୍ରତ୍ୟେକ ଯୁବକଙ୍କର ଇଚ୍ଛା ଥାଏ ସେମାନେ ସୁନ୍ଦର ଯୁବତୀଙ୍କୁ ବିବାହ କରନ୍ତୁ । କିନ୍ତୁ ବେଳେବେଳେ ଯୁବକମାନେ ବିବାହ ପରେ ଧୋକାର ଶିକାର ହୁଅନ୍ତି । ଯାହାକୁ ମନ ପ୍ରାଣ ଦେଇ ବିବାହ କରନ୍ତି, ସେ ତାଙ୍କୁ ବଡ଼ ଧରଣର ଧୋକା ଦେଇ ଚାଲିଯାଏ । ସମାନ ଭାବେ ନିକଟରେ ଜଣେ ଯୁବକଙ୍କ ସହ ଏମିତି କିଛି ହୋଇଛି, ଯାହା ବିଷୟରେ ଆପଣ ବି ଜାଣିଲେ ଆଶ୍ଚର୍ଯ୍ୟ ହେବେ ।

ଇଣ୍ଡୋନେସିଆର ଜଣେ ବ୍ୟବସାୟୀ ନିଜ ଗାର୍ଲଫ୍ରେଣ୍ଡ ସହ ଧୁମଧାମରେ ବିବାହ କରିଥିଲେ । କିନ୍ତୁ ସେ କେବେ ବି ଭାବି ନଥିଲେ ଯେ ସେ ଯାହାକୁ ବାହା ହେଉଛନ୍ତି, ସେ ତାଙ୍କୁ ଧୋକା ଦେଉଛି । ରିପୋର୍ଟ ଅନୁଯାୟୀ ୨୬ ବର୍ଷ ବୟସ୍କ ଜଣେ ବ୍ୟବସାୟୀ ନିଜ ଗାର୍ଲଫ୍ରେଣ୍ଡକୁ ଜୀବନ ସାଥୀ ଭାବେ ବାଛି ନେଇଥିଲେ । ଇଣ୍ଟରନେଟରୁ ଆରମ୍ଭ ହୋଇଥିଲା ଦୁହିଁ ଜଣଙ୍କର ପ୍ରେମ ସମ୍ପର୍କ । ପରେ ଉଭୟ ବିବାହ କରିବାକୁ ନିଷ୍ପତି ନେଇଥିଲେ । ବିବାହ ବି ଧୁମଧାମର ସହିତ ଶେଷ ହୋଇଥିଲା, କିନ୍ତୁ ନବ ବିବାହିତ କନ୍ୟା ଘରେ ପହଞ୍ଚିବା ପରେ ସମସ୍ତେ ହୋଇଥିଲେ ଆଶ୍ଚର୍ଯ୍ୟ ।

ବ୍ୟକ୍ତି ଜଣକ ଇଣ୍ଟରନେଟରେ ଉକ୍ତ ଯୁବତୀଙ୍କ ସହ କଥା ବାର୍ତ୍ତା ଆରମ୍ଭ କରିଥିଲେ । କଥାବାର୍ତ୍ତା ପରେ ଦୁହେଁ ପରସ୍ପରକୁ ଭେଟିଥିଲେ ଏବଂ ପ୍ରଥମ ଦେଖା ରେ ହିଁ ଯୁବକ ଜଣଙ୍କ ଯୁବତୀଙ୍କୁ ଭଲ ପାଇ ବସିଥିଲେ । ବହୁ ଦିନ ପର୍ଯ୍ୟନ୍ତ ଦେଖା ସାକ୍ଷାତ କରିବା ପରେ ଶେଷରେ ବିବାହ ପାଇଁ ଯୁବକ ଜଣଙ୍କ ଯୁବତୀଙ୍କୁ ପ୍ରସ୍ତାବ ଦେଇଥିଲେ। ଯୁବତୀ ତାଙ୍କ ନାମ ଅଦିନ୍ଦା ଖାନଜା ଅଜାହରା ବୋଲି କହିଥିଲେ ଏବଂ ସେ ସବୁବେଳେ ନିଜ ମୁହଁଙ୍କୁ କପଡ଼ାରେ ଲୁଚାଇ ରଖୁଥିଲେ । ଯୁବତୀଙ୍କର ଏହି ଅନ୍ଦାଜ ଯୁବକଙ୍କୁ ବହୁତ ପସନ୍ଦ ଆସିଥିଲା । ସେ ଭାବୁଥିଲେ ଯୁବତୀ ଜଣଙ୍କ ବହୁତ ଲାଜ କରନ୍ତି, ତେଣୁ ନିଜ ମୁହଁକୁ ଲୁଚାଇ ରଖୁଛନ୍ତି । କିନ୍ତୁ ବିବାହର ୧୨ ଦିନ ପରେ ମଧ୍ୟ ଯୁବତୀ ଜଣଙ୍କ ନିଜ ସ୍ୱାମୀଙ୍କଠାରୁ ମୁହଁ ଲୁଚାଇ ରହୁଥିଲେ । ଏପରିକି ଘର ଲୋକଙ୍କ ମଧ୍ୟ ନିଜ ଚେହେରା ଦେଖାଇ ନଥିଲେ ।

ବିବାହ ପରେ ବି ଯୁବତୀଙ୍କ ଏହି ଆଚରଣ ଯୁବକଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଯୁବକ ବିବାହର ୧୨ ଦିନ ପରେ ବି ସ୍ତ୍ରୀକୁ ଟିକେ ଭଲରେ ଦେଖି ନଥିଲେ । ଏନେଇ ଯୁବକଙ୍କୁ ଚିନ୍ତା ଘାରିଥିଲା । ମନରେ ସନ୍ଦେହ ହେବାରୁ ଯୁବକ ଯୁବତୀଙ୍କୁ ଯାଞ୍ଚ କରିବା ଆରମ୍ଭ କରିଥିଲେ । ଯୁବତୀଙ୍କ ବିଷୟରେ ଜାଣିବା ପରେ ତାଙ୍କ ହୋସ ଉଡ଼ି ଯାଇଥିଲା । ଯାହାକୁ ମନ ଦେଇ ଭଲ ପାଇଥିଲେ, ସେ ବାହାରିଥିଲା ଜଣେ ଯୁବକ । ଝିଅ ବେଶରେ ସଜେଇ ହୋଇ ଯୁବକଙ୍କୁ କରିଥିଲା ବିବାହ । ତେବେ ଯୁବକ ଜଣଙ୍କ ଉକ୍ତ ଛଦ୍ମବେଶୀ ଯୁବକଙ୍କ ବିଷୟରେ ଜାଣିବା ପରେ ସିଧା ଯାଇ ପୋଲିସ୍‌ ଷ୍ଟେସନରେ ପହଞ୍ଚିଥିଲେ ଏବଂ ପୋଲିସକୁ ଘଟଣା ବିଷୟରେ ଜଣାଇଥିଲେ । ପୋଲିସ ଉକ୍ତ ଛଦ୍ମବେଶୀ ଯୁବକକୁ ଗିରଫ କରିବା ସହ ତଦନ୍ତ ଚଳାଇ ଥିବା ଜଣାପଡ଼ିଛି ।

ଆପଣ ବି ଯଦି ଇଣ୍ଟରନେଟରୁ କୌଣସି ଯୁବକ ଯୁବତୀଙ୍କୁ ପସନ୍ଦ କରୁଛନ୍ତି, ତେବେ ଯଥେଷ୍ଟ ସତର୍କତା ଅବଲମ୍ବନ କରନ୍ତୁ । ଭଲ ଭାବେ ଯାଞ୍ଚ କରି ବିବାହ କରନ୍ତୁ । ଏହା ଦ୍ୱାରା ଆପଣଙ୍କୁ କେହି ବି ଧୋକା ଦେଇ ପାରିବେ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.