ଡ଼ଙ୍କାରୀ କଳାପଥର ମାଇନ୍ସ ଅଘଟଣ: ଆଉ ୨ ଶ୍ରମିକଙ୍କ ମୃତଦେହ ଠାବ

ଯାଜପୁର ଧର୍ମଶାଳା ତହସିଲ ଅଧୀନ ଡ଼ଙ୍କାରୀ କଳାପଥର ଖାଦାନରେ ଅତଡା ଧସିବା ଘଟଣା ।  ଆଉ ୨ଜଣ ଶ୍ରମିକଙ୍କ ମୃତଦେହ ଠାବ । ଏପର୍ଯ୍ୟନ୍ତ ମୋଟ ୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ଉଦ୍ଧାର କାର୍ଯ୍ୟରେ NDRF ଟିମର ୪୦ ଜଣିଆ ଦଳ ସାମିଲ ହୋଇଛନ୍ତି । ଖାଦାନରେ ଧସିଥିବା ବଡ଼ ବଡ଼ ପଥର ଖଣ୍ଡକୁ ବିସ୍ଫୋରଣ କରାଯାଇ ସଫା କରାଯିବା ପରେ ଏକ ପ୍ରୋକ୍ଲିନ ମେସିନର କିଛି ଅଂଶକୁ ଠାବ କରାଯାଇଛି ।

ଯାଜପୁର (କେନ୍ୟୁଜ): ଯାଜପୁର ଧର୍ମଶାଳା ତହସିଲ ଅଧୀନ ଡ଼ଙ୍କାରୀ କଳାପଥର ଖାଦାନରେ ଅତଡା ଧସିବା ଘଟଣା  । ଆଉ ୨ଜଣ ଶ୍ରମିକଙ୍କ ମୃତଦେହ ଠାବ । ଏପର୍ଯ୍ୟନ୍ତ ମୋଟ ୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇ ଛି। ଉଦ୍ଧାର କାର୍ଯ୍ୟରେ NDRF ଟିମର ୪୦ ଜଣିଆ ଦଳ ସାମିଲ ହୋଇଛନ୍ତି । ଖାଦାନରେ ଧସିଥିବା ବଡ଼ ବଡ଼ ପଥର ଖଣ୍ଡକୁ ବିସ୍ଫୋରଣ କରାଯାଇ ସଫା କରାଯିବା ପରେ ଏକ ପ୍ରୋକ୍ଲିନ ମେସିନର କିଛି ଅଂଶକୁ ଠାବ କରାଯାଇଛି। ଆଜି ବି ବ୍ଲାଷ୍ଟିଂ ଟିମର ସହାୟତା ନିଆଯିବ ।

ଖାଦାନରେ ୱାଗନ ଡ୍ରିଲ ସାହାଯ୍ୟରେ ଗୁରୁବାର ପଥର ଉତ୍ତୋଳନ ସମୟରେ ଏକ ବଡ଼ ଧରଣର ମାଟି ଅତଡା ଧସିଥିଲା । ଏହି ସମୟରେ କାର୍ଯ୍ୟରତ ଶ୍ରମିକ ପଥର ତଳେ ଚାପି ହୋଇ ରହିଥିଲେ । ଗୁରୁବାର ପଥର ତଳୁ ଜଣେ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଏକାଧିକ ଶ୍ରମିକ ପଥର ତଳେ ଚାପି ହୋଇରହିଥିବା ସନ୍ଦେହ କରାଯାଇଥିଲା। ଗତ ଦୁଇ ଦିନ ଧରି ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା । ଆଜି ସକାଳୁ ପୁଣି ପଥର ତଳୁ ଚାଲିଛି ଉଦ୍ଧାର କାମ ।

Leave A Reply

Your email address will not be published.