ସ୍ୱାତୀ ମାଲିଓ୍ଵାଲଙ୍କ ବିବାଦରେ ସାମ୍ନାକୁ ଆସିଲା ନୂଆ ଭିଡିଓ, ସିସିଟିଭି ଫୁଟେଜରେ ମୁଖ୍ୟମନ୍ତ୍ରୀଙ୍କ ଆବାସରୁ ବାହାରୁଥିବାର ଦୃଶ୍ୟ

ଆମ୍‌ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସ୍ୱାତୀ ମାଲିଓ୍ଵାଲଙ୍କ ସହିତ ମାରପିଟ ମାମଲାରେ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓ ମୁଖ୍ୟମନ୍ତ୍ରୀଙ୍କ ଆବାସ ସିସିଟିଭି ଫୁଟେଜ ବୋଲି ଜଣାପଡିଛି । ଭିଡିଓରେ ଦେଖିବାକୁ ମିଳିଛି କି, ସ୍ୱାତୀ ମାଲିଓ୍ଵାଲଙ୍କୁ ଜଣେ ମହିଳା ଗାର୍ଡ ମୁଖ୍ୟମନ୍ତ୍ରୀଙ୍କ ଘର ବାହାରକୁ ନେଇ ଆସୁଛନ୍ତି ।

ଆମ୍‌ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସ୍ୱାତୀ ମାଲିଓ୍ଵାଲଙ୍କ ସହିତ ମାରପିଟ ମାମଲାରେ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓ ମୁଖ୍ୟମନ୍ତ୍ରୀଙ୍କ ଆବାସ ସିସିଟିଭି ଫୁଟେଜ ବୋଲି ଜଣାପଡିଛି । ଭିଡିଓରେ ଦେଖିବାକୁ ମିଳିଛି କି, ସ୍ୱାତୀ ମାଲିଓ୍ଵାଲଙ୍କୁ ଜଣେ ମହିଳା ଗାର୍ଡ ମୁଖ୍ୟମନ୍ତ୍ରୀଙ୍କ ଘର ବାହାରକୁ ନେଇ ଆସୁଛନ୍ତି ।

୧୩ ମଇ ସକାଳ ୯ଟା୩୪ ମିନିଟରେ ମୁଖ୍ୟମନ୍ତ୍ରୀଙ୍କ ଆବାସରୁ ସ୍ୱାତୀ ୧୧୨ ନମ୍ବରକୁ କଲ୍‌ କରିଥିଲେ । ଏହି ଭିଡିଓ ୯ଟା ୪୧ ମିନିଟ ସମୟର । ଏହି ଭିଡିଓକୁ ପ୍ରମାଣିତ କରିବାକୁ ଚେଷ୍ଟା କରାଯାଉଛି । ଭିଡିଓରେ ସାତୀଙ୍କ ସହିତ କୌଣସି ମାରପିଟ୍‌ ହୋଇନଥିବା ଜଣାପଡିଛି । ଯଦି ମାରପିଟ ହୋଇଥାନ୍ତା, ତେବେ ଏତେ ସହଜରେ କିଭଳି ଚାଲିପାରୁଥାନ୍ତେ ? ମହିଳା ପୋଲିସଙ୍କ ହାତ କେମିତି ଛାଟିଥାନ୍ତେ ବୋଲି ପ୍ରଶ୍ନ ହୋଇଛି । କିନ୍ତୁ ସ୍ୱାତୀ ତାଙ୍କ ଅଭିଯୋଗରେ କହିଛନ୍ତି କି, ତାଙ୍କ ସହିତ ବହୁତ ଅଧିକ ମାରପିଟ୍‌ ହୋଇଛି ବୋଲି । ଏହି ଘଟଣାର ୪ ଦିନ ପରେ ମଧ୍ୟ ଛୋଟେଇ ଛୋଟେଇ ଚାଲୁଥିଲେ ସ୍ୱାତୀ । କିନ୍ତୁ ଘଟଣା ଦିନ ବହୁତ ଆରାମରେ ଚାଲୁଥିବାର ନଜର ଆସିଛନ୍ତି ।


ସୂଚନାଯୋଗ୍ୟ, ସ୍ୱାତୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲଙ୍କ ଘରୁ ପିସିଆରକୁ କଲ୍‌ କରିଥିଲେ । ତେବେ କେଜ୍ରିଓ୍ଵାଲଙ୍କ ପିଏ ବିଭବ କୁମାରଙ୍କ ବିପକ୍ଷରେ ଅଭିଯୋଗ କରିଥିଲେ । ଏହି କଲରେ ସ୍ୱାତୀ କହିଥିଲେ, ମୁଖ୍ୟମନ୍ତ୍ରୀଙ୍କ ପିଏ ବିଭବ ତାଙ୍କୁ ମାରିଥିଲେ । ତେବେ କଲ୍‌ ମୁଖ୍ୟମନ୍ତ୍ରୀଙ୍କ ଘରୁ ଯାଇଥିଲା । ପୋଲିସ ଘଟଣା ସ୍ଥଳରେ ପହଞ୍ଚିବା ବେଳକୁ ସ୍ୱାତୀ ସେଠାରୁ ଚାଲିଯାଇଥିଲେ ।

ଦିଲ୍ଲୀ ପୋଲିସ କହିବାକୁ ମୁତାବକ, ଫୋନ କରିଥିବା ସ୍ୱାତୀଙ୍କ କହିଥିଲେ, ମୋତେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ତାଙ୍କ ପିଏ ବିଭବ ଦ୍ୱାରା ମାଡ ମାରିଛନ୍ତି । ଫୋନ୍‌ କଲ ୧୦ଟା ବେଳେ କରାଯାଇଥିଲା । କିନ୍ତୁ ଯେତେବେଳେ ପିସିଆର ପହଞ୍ଚିଥିଲା, ସେତେବେଳେ ସ୍ୱାତୀ ସେଠାରେ ଉପସ୍ଥିତ ନଥିଲେ ।

ସୂଚନାଯୋଗ୍ୟ, ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ଜୁନ ୧ ତାରିଖ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ପାଇଛନ୍ତି କେଜ୍ରିୱାଲ । ତେବେ କେଜ୍ରିୱାଲଙ୍କୁ ଜୁନ ୨ ତାରିଖରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.