ଖୁବଶୀଘ୍ର ଭାରତୀୟ ଟିମର ନୂଆ ହେଡ କୋଚ୍‌ ନିଯୁକ୍ତି, ଜୁନ ପର୍ଯ୍ୟନ୍ତ ରହିଛି ରାହୁଲଙ୍କ କାର୍ଯ୍ୟକାଳ

ଜୁନ ପରେ ଭାରତୀୟ ଟିମର ନୂଆ ହେଡ୍ କୋଚ୍ ନିଯୁକ୍ତି ପାଇପାରନ୍ତି । ଭାରତୀୟ ଟିମର ହେଡ୍ କୋଚ୍ ଭାବେ ରାହୁଲ ଦ୍ରାବିଡ଼ଙ୍କ କାର୍ଯ୍ୟକାଳ ଜୁନରେ ସରିବ । ନୂଆ ହେଡ୍ କୋଚ୍ ପଦବୀ ପାଇଁ ଆବେଦନ ଗ୍ରହଣ କରିବ ବିସିସିଆଇ । ଏଥିପାଇଁ ଖୁବ ଶୀଘ୍ର ବିଜ୍ଞପ୍ତି ପ୍ରକାଶ କରିବ ବିସିସିଆଇ ।

ଭାରତୀୟ କ୍ରିକେଟ ଟିମ୍‌ ଜୁନରୁ ଟି୨୦ ବିଶ୍ୱକପ ଖେଳିବାକୁ ଯାଉଛି । ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଟିମ୍‌ ମଧ୍ୟ ଘୋଷଣା ହୋଇସାରିଛି । ଏହାରି ମଧ୍ୟରେ ଖବର ଆସୁଛି କି, ଜୁନ ପରେ ଭାରତୀୟ ଟିମର ନୂଆ ହେଡ୍ କୋଚ୍ ନିଯୁକ୍ତି ପାଇପାରନ୍ତି । ଭାରତୀୟ ଟିମର ହେଡ୍ କୋଚ୍ ଭାବେ ରାହୁଲ ଦ୍ରାବିଡ଼ଙ୍କ କାର୍ଯ୍ୟକାଳ ଜୁନରେ ସରିବ । ନୂଆ ହେଡ୍ କୋଚ୍ ପଦବୀ ପାଇଁ ଆବେଦନ ଗ୍ରହଣ କରିବ ବିସିସିଆଇ । ଏଥିପାଇଁ ଖୁବ ଶୀଘ୍ର ବିଜ୍ଞପ୍ତି ପ୍ରକାଶ କରିବ ବିସିସିଆଇ ।
ରାହୁଲ ଦ୍ରାବିଡ଼ ପୁଣି ଥରେ ଆବେଦନ କରି ପାରିବେ । ନୂଆ କୋଚ୍ ନିଯୁକ୍ତି ପରେ ବ୍ୟାଟିଂ, ବୋଲିଂ ଏବଂ ଫିଲ୍ଡିଂ କୋଚ୍ ପାଇଁ ଚୂଡ଼ାନ୍ତ କରିବ ବିସିସିଆଇ । ଜୁନ ପର୍ଯ୍ୟନ୍ତ ରହିଛି ରାହୁଲଙ୍କ କାର୍ଯ୍ୟକାଳ । ସେ ପୁଣି ଚାହିଁଲେ ଆବେଦନ କରିପାରିବେ । ଏନେଇ ସୂଚନା ଦେଇଛନ୍ତ ବିସିସିଆଇ ସଂପାଦକ ଜୟ ଶାହ । ନୂଆ କୋଚଙ୍କ କାର୍ଯ୍ୟକାଳ ୩ ବର୍ଷ ପାଇଁ ରହିପାରେ । ଜୟ ଶାହ କହିଛନ୍ତି, ଭାରତୀୟ ବା ବିଦେଶୀ ହୋଇ ପାରନ୍ତି ମୁଖ୍ୟ କୋଚ୍ । କ୍ରିକେଟ ଆଡଭାଇଜରି କମିଟି ଏହା ଉପରେ ନିଷ୍ପତ୍ତି ନେବ ।

ଜୁନ ୨ରୁ ଟି-୨୦ ବିଶ୍ୱକପ ଆରମ୍ଭ ହେବାକୁ ଯାଉଥିବା ବେଳେ ଜୁନ ୫ରେ ଭାରତ ତା’ର ପ୍ରଥମ ମ୍ୟାଚ ଖେଳିବ । ଟି-୨୦ର ସମସ୍ତ ମ୍ୟାଚ୍‌ ୱେଷ୍ଟଇଣ୍ଡିଜ୍ ଏବଂ ଆମେରିକାର ୧୦ଟି ଗ୍ରାଉଣ୍ଡରେ ଖେଳାଯାଇପାରେ ।  ଆମେରିକାର ଫ୍ଲୋରିଡା, ମୋରିସଭିଲେ, ଡଲାସ୍ ଓ ନ୍ୟୁୟର୍କକୁ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ତାଲିକାଭୁକ୍ତ କରାଯାଇଛି । ଏହି ପ୍ରତିଯୋଗିତାରେ ୨୦ଟି ଦଳ ୫୫ଟି ମ୍ୟାଚ୍ ଖେଳିବେ ।  ଟି୨୦ ବିଶ୍ୱକପ ପାଇଁ ଖେଳିବାକୁ ଥିବା ୨୦ ଟିମ୍‌କୁ ୫-୫ କରି ୪ଟି ଗ୍ରୁପରେ ବଣ୍ଟାଯାଇଛି । ଭାରତ ଛଡା ଗ୍ରୁପ ଏ ରେ ପାକିସ୍ତାନ, ଆୟରଲାଣ୍ଡ, ୟୁଏସଏ ଏବଂ କାନାଡା ରହିବ ।  ଏହାପରେ ଟପ୍‌-୨ ରେ ରହୁଥିବା ପ୍ରତ୍ୟେକ ଗ୍ରୁପର ଟିମ୍‌ ସୁପର-୮ ପାଇଁ କ୍ୱାଲିଫାଏ କରିବା, ସେମାନଙ୍କୁ ୪-୪ କରି ୨ଟି ଗ୍ରୁପରେ ବଣ୍ଟାଯିବ । ସେହିପରି ଟପ୍‌-୨ରେ ରହିବା ଟିମକୁ ନିଜ ନିଜ ଗ୍ରୁପରେ ସେମିଫାଇନାଲ ଖେଳିବାକୁ ହେବ ।

ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ :

ରୋହିତ ଶର୍ମା(ଅଧିନାୟକ), ଯଶସ୍ୱୀ ଜୟସଓ୍ଵାଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ରିଷଭ ପନ୍ତ, ସଞ୍ଜୁ ସାମସନ, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ଯୁଜବେନ୍ଦ୍ର ଚହଲ, ଜସପ୍ରୀତ ବୁମରା, ମହମ୍ମଦ ସିରାଜ, ଅର୍ଶଦୀପ ସିଂ ସାମିଲ ରହିଛନ୍ତି ।

ଷ୍ଟାଣ୍ଡବାଏ : ଶବମନ ଗିଲ, ରିଙ୍କୁ ସିଂ, ଖଲୀଲ ଅହମଦ, ଆବେଶ ଖାନ ।

You might also like