Below header

ଆଉ ଗୋଟେ ଦିନ ପରେ ମିଳିବ ଆଶ୍ୱସ୍ତି, ରାଜ୍ୟର ଅନେକ ସ୍ଥାନରେ ହେବ ବର୍ଷା

କମିବ ଦିନର ତାତି। ମିଳିବ ଆଶ୍ୱସ୍ତି । ଆଗାମୀ ୨୪ ଘଣ୍ଟାରେ ଉପକୂଳ ସମେତ କିଛି ପାର୍ଶ୍ୱବର୍ତ୍ତୀ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଛି ।

ଭୁବନେଶ୍ୱର : କମିବ ଦିନର ତାତି। ମିଳିବ ଆଶ୍ୱସ୍ତି । ଆଗାମୀ ୨୪ ଘଣ୍ଟାରେ ଉପକୂଳ ସମେତ କିଛି ପାର୍ଶ୍ୱବର୍ତ୍ତୀ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଛି ।  ଆଗାମୀ ଦୁଇ ଦିନ ପରେ ରାଜ୍ୟର ଅନେକ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ୩ରୁ ୫ ଡିଗ୍ରୀ ଯାଏ ତାପମାତ୍ରାରେ ହ୍ରାସ ଘଟିବା ସମ୍ଭାବନା ରହିଛି।

ଦିନକ ପରେ ତାତିରେ ଲାଗିବ ବ୍ରେକ । କଟକ ଭୁବନେଶ୍ବରରେ କାଳବୈଶାଖୀ ସମ୍ଭାବନା ।  ଆଗାମୀ ୩ ଘଣ୍ଟା ମଧ୍ୟରେ କାଳବୈଶାଖୀ ବର୍ଷା ନେଇ ଚେତାବନୀ ଜାରି କରାଯାଇଛି । କଟକ ଓ ଖୋର୍ଦ୍ଧା ଜିଲ୍ଲାକୁ ଚେତାବନୀ ଜାରି । ବିଜୁଳି ଘଡ଼ଘଡ଼ି ସହ ଝଡ଼ବର୍ଷା ଆଶଙ୍କା । ହାଲୁକା ବର୍ଷା ସହ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିପାରେ ।

.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.