Below header

କିଛିଦିନ ତଳେ କଂଗ୍ରେସ ଛାଡିଥିଲେ ଅରବିନ୍ଦର ସିଂ ଲଭଲି, ବିଜେପିରେ ହେଲେ ସାମିଲ

ଦିଲ୍ଲୀ କଂଗ୍ରେସ ପ୍ରମୁଖ ପଦରୁ ଇସ୍ତଫା ଦେଇଥିଲେ ଅରବିନ୍ଦର ସିଂ ଲଭଲି । ଦିଲ୍ଲୀ ସ୍ଥିତ ବିଜେପି କାର୍ଯ୍ୟାଳୟକୁ ଯାଇ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ଦିଲ୍ଲୀରେ ଆପ୍ ସହ କଂଗ୍ରେସର ମେଣ୍ଟକୁ ନେଇ ଅରବିନ୍ଦର ସିଂହ ଲଭଲି ଅସନ୍ତୁଷ୍ଟ ଥିଲେ । ଏହାପରେ ସେ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ । ତେବେ ଏହାପରେ ସେ କେଉଁ ଦଳରେ ସାମିଲ ହେବେ, ତାହାକୁ ନେଇ ଚର୍ଚ୍ଚା ଚାଲିଥିଲା ।

କଂଗ୍ରେସ ନେତା ଅରବିନ୍ଦର ସିଂ ଲଭଲି ବିଜେପିରେ ସାମିଲ ହୋଇଛନ୍ତି । ଏହି ସପ୍ତାହରେ ଦିଲ୍ଲୀ କଂଗ୍ରେସ ପ୍ରମୁଖ ପଦରୁ ଇସ୍ତଫା ଦେଇଥିଲେ । ଦିଲ୍ଲୀ ସ୍ଥିତ ବିଜେପି କାର୍ଯ୍ୟାଳୟକୁ ଯାଇ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।

ଦିଲ୍ଲୀରେ ଆପ୍ ସହ କଂଗ୍ରେସର ମେଣ୍ଟକୁ ନେଇ ଅରବିନ୍ଦର ସିଂହ ଲଭଲି ଅସନ୍ତୁଷ୍ଟ ଥିଲେ । ଏହାପରେ ସେ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ । ତେବେ ଏହାପରେ ସେ କେଉଁ ଦଳରେ ସାମିଲ ହେବେ, ତାହାକୁ ନେଇ ଚର୍ଚ୍ଚା ଚାଲିଥିଲା । ଏହି ଚର୍ଚ୍ଚା ମଧ୍ୟରେ ସେ କେବଳ ପଦବୀରୁ ଇସ୍ତଫା ଦେଇଛନ୍ତି କିନ୍ତୁ କଂଗ୍ରେସ ସହିତ ରହିଛନ୍ତି ବୋଲି କହିଥିଲେ । ଶେଷରେ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ଲଭଲୀ ।

ଅରବିନ୍ଦର ସିଂହଙ୍କ ସମେତ କଂଗ୍ରେସ ନେତା ରାଜକୁମାର ଚୌହାନ, ଅମିତ ମଲିକ, ତିନି ଥରର ବିଧାୟକ ଥିବା ନସିବ ସିଂହ ଓ ନୀରଜ ବସୋୟା ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି । ଏମାନେ ସମସ୍ତେ ଆପ୍ ସହ କଂଗ୍ରେସର ମେଣ୍ଟକୁ ନେଇ ଅସନୋଷ ଥିଲେ ।

ଇସ୍ତଫା ଦେବା ପରେ ଅରବିନ୍ଦର ସିଂ ଲଭଲି ମିଡିଆକୁ ସମ୍ବୋଧିତ ସମୟରେ କହିଥିଲେ କି, ମୁଁ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କ ପାଇଁ ଇସ୍ତଫା ଦେଇଛି । ସେ କହିଥିଲେ ଯେ, ଯଦି ମୋର ଇସ୍ତଫା ଗ୍ରହଣ କରାଯିବ, ତେବେ ବାବରିୟାଙ୍କୁ ଧନ୍ୟବାଦ । ଅନ୍ୟ କୌଣସି ଦଳରେ ଯୋଗଦେବା ବିଷୟରେ ସେ କହିଥିଲେ ଯେ, ମ୍ୟୁ ଅନ୍ୟ କୌଣସି ଦଳରେ ଯୋଗଦେବି ନାହିଁ । ବର୍ତ୍ତମାନର କେଜ୍ରିୱାଲ ସରକାରଙ୍କୁ ଆମେ ଏକ ସ୍ୱଚ୍ଛତା ପ୍ରଦାନ କରିଛୁ ବୋଲି କଂଗ୍ରେସ କର୍ମୀମାନେ କହି ନାହାଁନ୍ତି । ସେ କହିଛନ୍ତି ଯେ ମୁଁ ମୋ ମନର ପୀଡା ଏବଂ ଦିଲ୍ଲୀର ସମସ୍ତ କଂଗ୍ରେସ କର୍ମୀଙ୍କ ଯନ୍ତ୍ରଣା କଂଗ୍ରେସ ଦଳର ରାଷ୍ଟ୍ରୀୟ ସଭାପତିଙ୍କ ନିକଟକୁ ପଠାଇଛି ।

ଅରବିନ୍ଦର ସିଂ ଲଭଲି ବିଜେପିରେ ଯୋଗଦେବା ଉପରେ ଦିଲ୍ଲୀ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ଦେବେନ୍ଦ୍ର ଯାଦବ କହିଛନ୍ତି, “କିଛି ଲୋକଙ୍କ ପ୍ରକୃତି ଏପରି ଯେ ଯେତେବେଳେ ପିତାଙ୍କୁ ଅଧିକ ଆବଶ୍ୟକ ହୁଏ, ପୁଅ ତାଙ୍କୁ ଅଧିକ ଅସୁବିଧାରେ ପକାଇଥାଏ ।

ସୂଚନାଯୋଗ୍ୟ,  ଇସ୍ତଫା ପତ୍ରରେ ଅରବିନ୍ଦର ସିଂ ଲଭଲି କହି ଥିଲେ, ମୋତେ ଏବେ ପଙ୍ଗୁ ଭଳି ଅନୁଭବ ହେଉଛି ଏବଂ ଆଗକୁ ଦିଲ୍ଲୀ ଅଧ୍ୟକ୍ଷ ଭାବେ ଦାୟିତ୍ୱ ସମ୍ପାଦନ କରିବାରେ ମୁଁ ଅସମର୍ଥ । ଦିଲ୍ଲୀରେ ଆପ୍‌ ସହ କଂଗ୍ରେସର ମେଣ୍ଟ ବିଷୟରେ ଉଲ୍ଲେଖ କରିଥିଲେ । ସେ କହି ଥିଲେ, କଂଗ୍ରେସ ବିରୁଦ୍ଧରେ ଏକାଧିକ ଅଭିଯୋଗ ଉଠାଇ ଆପ୍ ଗଠନ ହୋଇଥିଲା, ସେହି ଦଳ ସହ କଂଗ୍ରେସ କିପରି ଗଠବନ୍ଧନ କରିପାରିବ ?

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.